• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ରିଲିଜ୍ ହେଉଛି ଆମିର ଖାନଙ୍କ ଫିଲ୍ମ ଲାଲ ସିଂହ ଚଢା । ହେଲେ ମିଷ୍ଟର ପରଫେକସନିଷ୍ଟ ତଥା ବଲିଉଡ ଷ୍ଟାର ଆମିରଙ୍କୁ ଘାରିଛି ବୟକଟ୍ ଅଡ଼ୁଆ । ଏଥର ତାଙ୍କର ଫିଲ୍ମ ଲାଲ ସିଂହ ଚଢାକୁ ନେଇ ବିବାଦ ଚରମରେ ପହଞ୍ଚିଛି । ରିଲିଜ୍ ନହେୁଉଣୁ ବିବାଦ ଏତେ ଯେ, ଆଡଭାନ୍ସ ବୁକିଂରେ ଟିକେଟ୍ ବିକ୍ରି ହେଉନି, ଯାହାକୁ ନେଇ ଆମିରଙ୍କ ଚିନ୍ତା ବଢ଼ିଛି ।

ସୋସିଆଲ ମିଡିଆରେ ଆଣ୍ଟି ଆମିର୍ କ୍ୟାମ୍ପେନ୍ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରୁଛି ଆମିର ଖାନଙ୍କ ଫିଲ୍ମ ଲାଲ୍ ସିଂହ ଚଢା । ତେବେ ଫିଲ୍ମର ରିଲିଜ୍ ପୂର୍ବରୁ ଦେଖାଦେଲାଣି ତୀବ୍ର ବିରୋଧ । ଏହି ସିନେମାକୁ ବୟକଟ୍ କରିବାକୁ ଜୋର୍ ଧରୁଛି ଦାବି । ଏହି ଫିଲ୍ମରେ ପଂଜାବୀ ଭାଷାକୁ ନେଇ କିଛି ବିବାଦୀୟ ଡାଏଲଗ ଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ପଂଜାବୀ ଭାଷାଭାଷି ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡିଛି । ଫିଲ୍ମରେ ଆମିରଙ୍କ ଅପୋଜିଟରେ ଅଛନ୍ତି କରୀନା କପୁର ।

ହଲିଉଡ୍ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦି ରିମେକ୍ ଫିଲ୍ମ ହେଉଛି ଲାଲ ସିଂ ଚଢ଼ା । ଆମିର-କରୀନାଙ୍କ ସହ ଏଥିରେ ନଜର ଆସିବେ ସାଉଥଷ୍ଟାର ନାଗାଚୈତନନ୍ୟ । ବଲିଉଡ୍ ତଥା ତୋଲିଉଡର ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ହେଉଛନ୍ତି ନାଗା ଚୈତନ୍ୟ । ବଲିଉଡରେ ନାଗାଚୈତନ୍ୟଙ୍କ ପ୍ରଥମ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

ତେବେ କାହିଁକି ମିଷ୍ଟର ପରଫେକସନିଷ୍ଟ ଆମିର ଖାନଙ୍କ ଫିଲ୍ମ ଲାଲ ସିଂହ ଚଢାକୁ ବୟକଟ କରିବାକୁ ଜୋର୍ ଧରିଛି ଦାବି । ଏହା ପଛରେ ରହିଛି ଅନେକ କିଛି କାରଣ । ଆମିର ଖାନକୁ ନେଇ ଘଟିଥିବା କିଛି ପୁରୁଣା ଘଟଣାକୁ ନେଇ ବିବାଦ ଜୋର ଧରିଛି । ଏହି କାରଣ ମଧ୍ୟରେ ମୁଖ୍ୟ ହେଉଛି ଭାରତକୁ ନେଇ ଆମିର ଖାନଙ୍କ ବିବାଦୀୟ ଅସହିଷ୍ଣୁତା ବୟାନ । ୨୦୧୫ରେ ଆମିର ଖାନ କହିଥିଲେ ଯେ, ଦେଶରେ ଅସହିଷ୍ଣୁତା ବଢି ବଢି ଚାଲିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ବିବାଦୀୟ ବୟାନ ଦେଇଥିଲେ ଆମିର ଖାନ ।

ସେ କହିଥିଲେ, ଦେଶରେ ଏଭଳି ଖବର ଅନେକ ଆସୁଛି, ଟିଭିରେ ମଧ୍ୟ ଅନେକ ଖବର ଦେଖାଯାଉଛି । ଖବରକାଗଜରେ ମଧ୍ୟ ଆମେ ଏଭଳି ଖବର ଅନେକ ପଢୁଛେ । ଜଣେ ନାଗରିକ ଭାବେ ଦେଶରେ ରହୁଥିବାରୁ ଏହାକୁ ଅସ୍ୱୀକାର କରିହେବନାହିଁ ବୋଲି କହିଥିଲେ । ସ୍ଥିତିକୁ ନେଇ ଆମିରଙ୍କ ପତ୍ନୀ କିରଣ ମଧ୍ୟ ଦେଶ ଛାଡ଼ି ବାହାରକୁ ଚାଲିଯିବା ବୋଲି କହିଥିଲେ ।

ଆଉ ଆମିର କହିଥିଲେ ପରିବାରକୁ ନେଇ ପତ୍ନୀ କିରଣ ଭୟଭୀତ ହୋଇ ରହିଛନ୍ତି । ଆମ ପରିବେଶ ଚାରିପଟେ ଯାହା ଘଟୁଛି । ଏହାକୁ ନେଇ କିରଣ ଭୟଭୀତ ବୋଲି ସେତେବେଳେ କହିଥିଲେ ଆମିର ଖାନ । ଏହି ବୟାନ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଥିଲା । ଆଉ ସେତେବେଳେ ନିଜର ଏହି ବୟାନକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ଆମିର । ତାଙ୍କର ବୟାନକୁ ମୋଡ଼ିମକଚି ଦେଖାଉଥିବା ସେ କହିଥିଲେ ।

ଏହି ବୟାନ ଦେଇ କୌଣସି ବ୍ୟକ୍ତିଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲେ । ଆମିର ଗଣମାଧ୍ୟମକୁ ଟାର୍ଗେଟ୍ କରି ବୟାନକୁ ଅତିରଂଜିତ କରି ପ୍ରସାରଣ ନକରିବାକୁ ସେ ପରାମର୍ଶ ଦେଇଥିଲେ । ମୁଁ ଭାରତରେ ଜନ୍ମ ହୋଇଥିଲି ଏବଂ ଭାରତରେ ହିଁ ମରିବି ଦେଶଛାଡ଼ି ଯିବାକୁ କେବେ ବି ଭାବିନାହିଁ ବୋଲି କହିଥିଲେ ଆମିର ଖାନ । ପତ୍ନୀ କିରଣ ନା ମୁଁ ଏହି ଦେଶ ଛାଡ଼ି ଯିବାକୁ କେବେବି ଚିନ୍ତା କରିନାହୁଁ ବୋଲି କହିଥିଲେ ।

ପୂର୍ବରୁ ଆମିରଙ୍କ ଫିଲ୍ମ ପିକେକୁ ନେଇ ମଧ୍ୟ ସୃଷ୍ଟି ହୋଇଥିଲା ବିବାଦ । ଦେଶର ଅନେକ ହିନ୍ଦୁ ସଂଗଠନ ଆମିର ଏହି ପିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଥିଲେ । ଆମିର ଖାନଙ୍କ ଏହି ବେଶଭୂଷା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଏତଲା ରୁଜୁ କରାଯାଇଥିଲା ।

ଫିଲ୍ମରେ ହିନ୍ଦୁ ଦେବାଦେବୀଙ୍କୁ ଆକ୍ଷେପ କରୁଥିବା ଭଳି ଦୃଶ୍ୟ ରହିବା ସହ ଆମିରଙ୍କ ଅନେକ ଡାଏଲଗ୍ ଆପତ୍ତିଜନକ ଥିବା ଅଭିଯୋଗ ହୋଇଥିଲା । ଏସବୁ ବିବାଦ ସତ୍ତ୍ୱେ ଆମିରଙ୍କ ଫିଲ୍ମ ପିକେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଥିଲା । ସେତେବେଳେ ଏହି ଫିଲ୍ମ ୮୩୨ କୋଟି ବ୍ୟବସାୟ କରିଥିଲା