Advertisment

Odia Jatra Industry Disputes: ଯାତ୍ରା କଳିରେ ‘ତୁଣ୍ଡ ଖୋଲିଲେ-ମୁଣ୍ଡ ଗଡ଼ିବା’ ଚର୍ଚ୍ଚା;  କଳି ବଢ଼ିଲେ ଜଲିଉଡ୍ ବୁଡ଼ିବ...

ମଞ୍ଚ ବାହାରେ ଯାତ୍ରା କଳିରେ ଏବେ ମଞ୍ଚସ୍ଥ ହେଉଛି କି ‘ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବ’ ନାଟକ ? ଜାରି ରହିଥିବା ବିବାଦ ଭିତରେ ଅଭିନେତା ବାପି ପଣ୍ଡାଙ୍କୁ ସଜାଯାଇଛି କି ଖଳନାୟକ ?

ଅଦ୍ୟତନ ହୋଇଛି
Odia Jatra Industry Disputes

Odia Jatra Industry Disputes

Advertisment

ଯାତ୍ରା କଳିରେ ଏବେ 'ବୟକଟ୍' ଚର୍ଚ୍ଚା। ଅର୍ଥାତ ଲାଗିରହିଥିବା ବିବାଦ ଭିତରେ ‘ତୁଣ୍ଡ ଖୋଲିଲେ, ମୁଣ୍ଡ ଗଡ଼ିବ’ ଚର୍ଚ୍ଚା। କୁହାଯାଉଛି, ଅଭିନେତା ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ଭଳି ବାପି ପଣ୍ଡାଙ୍କ ବିରୋଧରେ ମାଲିକ ସଂଘ ଆକ୍ସନ ନେବ। ତେବେ ବାପି ପଣ୍ଡା ସବୁ ସମ୍ଭାବ୍ୟ ଆକ୍ସନକୁ ସ୍ବାଗତ କରିବା ସହ ଯାତ୍ରା କଳିରେ କିନ୍ତୁ ଯବନିକା ପଡୁ ବୋଲି ଆହ୍ବାନ ଦେଇଛନ୍ତି। ଏସବୁ ଭିତରେ ଜଣେ ଲେବର ମ୍ୟାନେଜରଙ୍କ ସହ ମାଲିକଙ୍କ ଆର୍ଥିକ କାରବାରର ଗୁମର ଖୋଲିଛନ୍ତି ଅନ୍ୟ ଜଣେ ଯାତ୍ରା ମାଲିକ। ତେବେ ଯାତ୍ରା ସମୀକ୍ଷକଙ୍କ ମତ, ତୁରନ୍ତ ବିବାଦ ନତୁଟିଲେ ଯାତ୍ରା ଜଗତ ବୁଡ଼ିଯିବ।

Advertisment

ମଞ୍ଚ ବାହାରେ ଯାତ୍ରା କଳିରେ ଏବେ ମଞ୍ଚସ୍ଥ ହେଉଛି କି ‘ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବ’ ନାଟକ ? ଜାରି ରହିଥିବା ବିବାଦ ଭିତରେ ଅଭିନେତା ବାପି ପଣ୍ଡାଙ୍କୁ ସଜାଯାଇଛି କି ଖଳନାୟକ ? ଚର୍ଚ୍ଚା ହେଉଛି, ବାପି ବି କୁଆଡ଼େ ଭୋଗିବେ ନରି ପଣ୍ଡା, ପ୍ରତାପ ମହାନ୍ତି ଏବଂ ଅନ୍ୟ କଳାକାରଙ୍କ ଭଳି ଦଶା। ବୟକଟ୍ ଟ୍ରେଣ୍ଡରେ ଯୋଡ଼ି ହୋଇପାରେ ବାପି ପଣ୍ଡାଙ୍କ ନାଁ। କାରଣ ଗତକିଛି ଦିନ ହେଲା, କିଛି କଳାକାରଙ୍କ ବିରୋଧରେ ହେଉଥିବା ଆକ୍ସନକୁ ବିରୋଧ କରି ବର୍ଷିଛନ୍ତି ନନଷ୍ଟପ୍। ନ୍ୟାୟ ନମିଳିଲେ ମୁହଁରେ ରଙ୍ଗ ପାଉଡ଼ର ବୋଳିବେନି ଦେଇଥିଲେ ଧମକ। ଯାତ୍ରା ବନ୍ଦ ପାଇଁ ବି ଶୁଣାଇଥିଲେ ଚେତାବନୀ। ମାଲିକଙ୍କ ବିରୋଧରେ ଏଭଳି ବିସ୍ଫୋରଣ ପରଠୁ ମାଲିକ ସଂଘ କୁଆଡ଼େ ଖଡ୍ଗହସ୍ତ। ତେଣୁ ତାଙ୍କ ବିରୋଧରେ ଆକ୍ସନ୍ ପାଇଁ ମାଲିକ ସଂଘ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି। ଏକଥା ନିଜେ ବାପି ପଣ୍ଡା ବି ଶୁଣୁଥିବା କହିଛନ୍ତି।  

ଅଧିକ ପଢ଼ନ୍ତୁ: ବାପି ପଣ୍ଡାଙ୍କ ବିରୋଧରେ ହେବ ଆକ୍ସନ୍ ! ମାଲିକଙ୍କ ବିରୋଧରେ ଖୋଲିଥିଲେ ମୁହଁ

Advertisment

ଏହି ଚର୍ଚ୍ଚା ଯଦି ସତ, ତା’ହେଲେ ମୁହଁ ଖୋଲୁଥିବା କଳାକାରଙ୍କ ବିରୋଧରେ ଆକ୍ସନ ନେଇଗଲେ ବିବାଦରେ ପଡ଼ିବ କି ଯବନିକା ? କାହିଁକି ଆପୋଷ ଆଲୋଚନା ମାଧ୍ୟମରେ ଯାତ୍ରା କଳିକୁ ମାଲିକ ସଂଘ ପ୍ରଶମିତ କରୁନି ? କେବେ କଳାକାର ତ କେବେ ମାଲିକ। ନରି ପଣ୍ଡାଙ୍କୁ ମାଡ଼ ଅଭିଯୋଗ ପରଠୁ ଭିନ୍ନ ଭିନ୍ନ ପ୍ଲାଟଫର୍ମକୁ ଆସି ଗୋହି ଖୋଳାଖୋଳି ହେଉଛନ୍ତି ଉଭୟ ପକ୍ଷ। ଏସବୁ ଭିତରେ ହେମେନ୍ଦ୍ର ବାରିକ ନାମକ ଜଣେ ଯାତ୍ରା ମାଲିକ ଆଣିଛନ୍ତି ସଂଗୀନ ଅଭିଯୋଗ। କହିଛନ୍ତି, ବଡ଼ ବଡ଼ ଯାତ୍ରାପାର୍ଟିରେ ନିର୍ଯାତନା ଦିଆଯାଉଛି। ବସନ୍ତ ନାମକ ଜଣେ ଲେବର ମ୍ୟାନେଜରଙ୍କ ୨୦/୨୧ ଲକ୍ଷ ଟଙ୍କା ଜଣେ ଯାତ୍ରାପାର୍ଟି ମାଲିକ ଏଯାଏଁ ପକାଇ ରଖିଛନ୍ତି। ସେପଟେ ଅନ୍ୟ ଜଣେ ଯାତ୍ରା ଆୟୋଜକ ଉପୁଜିଥିବା ବିବାଦ ପାଇଁ ନଖ-ଚମର ସମ୍ପର୍କ ଥିବା ଉଭୟ କଳାକାର ଏବଂ ମାଲିକ ହିଁ ଦାୟୀ ବୋଲି କହିଛନ୍ତି। 

ଯାତ୍ରାକୁ ନେଇ ବିବାଦ ଥମିବାର ନାଁ ନେଉନି। ନିଇତି ଆରୋପ-ପ୍ରତ୍ୟାରୋପ। ବିବାଦରେ ଯବନିକା ପଡୁ ବୋଲି ସମସ୍ତେ କହିଆସୁଛନ୍ତି। କିନ୍ତୁ କେହି ଉଦ୍ୟମ କରୁନାହାଁନ୍ତି, ଯିଏ ଯାହା ଜିଦରେ ଅଟଳ। ଆଗକୁ ଯଦି ଏଭଳି ପ୍ରକ୍ରିୟା ଜାରି ରୁହେ, ତେବେ ପ୍ରଭାବିତ ହେବନି କି ଯାତ୍ରା ଜଗତ ? ନିଜ ନିଜ ଅହଂଭାବ ଯୋଗୁଁ ଶହ ଶହ କଳାକାର-ମାଲିକ କ୍ଷତିଗ୍ରସ୍ତ ହେବେନି କି ? ତେବେ ତମାମ ପ୍ରସଙ୍ଗରେ ଯାତ୍ରା ମାଲିକ ସଂଘର ସଦସ୍ୟ ମାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କାହାର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Odia Jatra Odia Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ