Advertisment

ବଲିଉଡ୍ ଷ୍ଟାର୍‌ଙ୍କୁ ବିବେକ ଛାଟ; କହିଲେ ସେମାନେ ବ୍ରାଣ୍ଡ୍‌ ପ୍ରଚାର କରିବାରେ ବ୍ୟସ୍ତ

ବଲିଉଡ୍‌ ଅଭିନେତାମାନଙ୍କ ଫିଲ୍ମ ଉପରେ ଫ୍ୟାଶନର ପ୍ରଭାବ ଓ ଏ ସଂକ୍ରାନ୍ତ ନିରବତାକୁ ଲକ୍ଷ୍ୟ କରି ବିବେକ ଅଗ୍ନିହୋତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ବଲିଉଡ ଅଭିନେତାମାନେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍ ହୋଇଯାଇଛନ୍ତି, ତେଣୁ ସେମାନେ ଆଉ କୌଣସି ଅଭିନୟ କରୁନାହାଁନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Vivek Agnihotri slams Bollywood actors for being quiet about fashion taking over films at Cannes

Vivek Agnihotri slams Bollywood actors for being quiet about fashion taking over films at Cannes

ଅନେକ ବଲିଉଡ୍‌ ସେଲିବ୍ରେଟି ଚଳିତ ବର୍ଷ କାନ୍ସର ରେଡ୍ କାର୍ପେଟ୍‌ରେ ଡେବ୍ୟୁ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସେମାନଙ୍କୁ ଏକ ଟ୍ୱିଟ୍‌ରେ ଚେତେଇ ଦେଇ କହିଛନ୍ତି ଯେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଏକ ଚଳଚ୍ଚିତ୍ରର ଶୋ’, ଏହା କୌଣସି ଫ୍ୟାଶନ ଶୋ’ ନୁହେଁ।

Advertisment

ବଲିଉଡ ଅଭିନେତାମାନଙ୍କ ଫିଲ୍ମ ଉପରେ ଫ୍ୟାଶନର ପ୍ରଭାବ ଉପରେ ନିରବତାକୁ ଲକ୍ଷ୍ୟ କରି ବିବେକ ଅଗ୍ନିହୋତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ “ସେମାନେ ବ୍ରାଣ୍ଡ୍‌ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ତେଣୁ ସେମାନଙ୍କୁ ଚୁପ୍ ରହିବାକୁ ପଡିବ। ଯେପରି, ତୁମେ ଯଦି କାହାର ବିବାହରେ ନାଚୁଛ ଏବଂ ଏଥିପାଇଁ ଟଙ୍କା ନେଉଛ, ତେବେ ତୁମେ ବିବାହ ଭୋଜିର ଖାଦ୍ୟକୁ ନେଇ ସମାଲୋଚନା କରିପାରିବ ନାହିଁ। ସେମାନଙ୍କର କୌଣସି ମେରୁଦଣ୍ଡ ନାହିଁ। ବଲିଉଡ ଅଭିନେତାମାନେ ମଧ୍ୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍ ହୋଇଯାଇଛନ୍ତି, ତେଣୁ ସେମାନେ ଆଉ କୌଣସି ଅଭିନୟ କରୁନାହାଁନ୍ତି।”

ଏହା ସହିତ ବିବେକ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଇନ୍‌ଫ୍ଲୁଏନ୍‌ସର୍‌ଙ୍କ ଉପସ୍ଥିତିକୁ ନେଇ କଟାକ୍ଷ କରିଛନ୍ତି ଆଉ କହିଛନ୍ତି ଯେ “ସେମାନଙ୍କୁ ମଧ୍ୟ ଅନେକ ଲାଇମଲାଇଟ୍ ମିଳିଛି। ମୁଁ ବୁଝିପାରୁ ନାହିଁ ଏହି ଇନ୍‌ଫ୍ଲୁଏନ୍‌ସର୍‌ମାନଙ୍କର ଫିଚର୍ ଫିଲ୍ମ ସହିତ କ’ଣ ସମ୍ପର୍କ ଅଛି? ଏହା ସାଧାରଣତଃ ଦର୍ଶକଙ୍କ ପାଇଁ ଖୁବ ଅନୁଚିତ, କାରଣ ଏହା ଏକ ମୂର୍ଖତାପୂର୍ଣ୍ଣ ପ୍ରକ୍ରିୟା।

Advertisment

ବିବେକ ଆହୁରି କହିଛନ୍ତି ଯେ “ଆପଣମାନେ ଫିଲ୍ମ ଫେଷ୍ଟିଭାଲର ପରିବେଶକୁ ନଷ୍ଟ କରୁଛନ୍ତି। କାହାରିକୁ ବି ଚଳଚ୍ଚିତ୍ର ମହୋତ୍ସବର କେନ୍ଦ୍ରୀୟ ବିଷୟବସ୍ତୁ ଉପରେ ଚିନ୍ତା ନାହିଁ। କାହାରିକୁ ବି ଜଣାନାହିଁ କେଉଁ ଫିଲ୍ମ ଦେଖାଯାଉଥିଲା ବା କେଉଁ ଫିଲ୍ମ କେଉଁ ବର୍ଗରେ ବାଜି ମାରିଛି। ମୁଁ କାହାର ଦକ୍ଷତା କିମ୍ବା ସାମର୍ଥ୍ୟ ଉପରେ କୌଣସି ମନ୍ତବ୍ୟ ଦେଉ ନାହିଁ, କିନ୍ତୁ କାନ୍ସରେ ଯୋଗ ଦେଇଥିବା ଭାରତର ଅଧିକାଂଶ କଳାକାରଙ୍କ ପାଖରେ କୌଣସି ଫିଲ୍ମ ନଥିଲା ଏବଂ କେତେକଙ୍କର କିଛି ବର୍ଷ ମଧ୍ୟରେ କୌଣସି ଫିଲ୍ମ ମୁକ୍ତିଲାଭ ମଧ୍ୟ କରିନଥିଲା।”

ବିବେକ ଅଗ୍ନିହୋତ୍ରୀ ଏହା ପୂର୍ବରୁ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିବା ନେଇ ଅଭିନେତାମାନଙ୍କୁ ଟାର୍ଗେଟ୍ କରିଥିଲେ। 

Bollywood Vivek Agnihotri Cannes Film Festival
Advertisment
Advertisment