Astrospeak
  • Live TV
  • Read In English

ରିଚାଙ୍କ ଟ୍ୱିଟ୍‌କୁ ନେଇ ଥମୁନି ବିବାଦ, ଅକ୍ଷୟ କୁମାର ବି ଅସନ୍ତୁଷ୍ଟ

ନିକଟରେ ନର୍ଦ୍ଦନ୍‌ ଆର୍ମି କମାଣ୍ଡର ଲେଫଟାନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱବେଦୀ କହିଥିଲେ, ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ।

Richa Chadha
Richa Chadha

ଭାରତୀୟ ସେନା ଯବାନଙ୍କ ଉପରେ ଟୁଇଟକୁ ନେଇ ବଲିଉଡ୍ ଅଭିନେତ୍ରୀ ରିଚା ଚଢାଙ୍କ କ୍ଷମାପ୍ରର୍ଥନା ପରେ ବି ଥମୁନି ବିବାଦ । ଟୁଇଟକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଯଦି ଏହି ଟୁଇଟ୍ ଦ୍ୱାରା ଯବାନ ଭାଇଙ୍କ ଭାବନାକୁ ଆଘାତ ଲାଗିଥାଏ ତେବେ ଏହାକୁ ନେଇ ସେ କ୍ଷମାପ୍ରାର୍ଥନା କରୁଛନ୍ତି ବୋଲି ଟୁଇଟ୍ କରି ଲେଖିଛନ୍ତି ଅଭିନେତ୍ରୀ ରିଚା ଚଢା ।

ନିକଟରେ ନର୍ଦ୍ଦନ୍‌ ଆର୍ମି କମାଣ୍ଡର ଲେଫଟାନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱବେଦୀ କହିଥିଲେ, ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ । ଏହାର ଜବାବରେ ରିଚା ଟୁଇଟ କରି ଲେଖିଥିଲେ ଯେ Galwan Says HI । ଭାରତୀୟ ଯବାନଙ୍କୁ ଅସମ୍ମାନ କରୁଥିବା ଦର୍ଶାଇ ରିଚାଙ୍କୁ ବିଭିନ୍ନ ମହଲରୁ ସମାଲୋଚାନର ଶିକାର ହେବାକୁ ପଡିଥିଲା । ପରେ ସେ ଏହି ଟୁଇଟ୍‌କୁ ଡିଲିଟ କରିଦେଇଥିଲେ । ସେପଟେ ରିଚାଙ୍କ ଟୁଇଟକୁ ନେଇ ଅଭିନେତା ଅକ୍ଷୟ କୁମାର ସମାଲୋଚନା କରିଛନ୍ତି । ଏହା ତାଙ୍କୁ ଆଘାତ ଦେଇଛି । ସେନା ପ୍ରତି ଆମେ କୃତଘ୍ନ ହେବା ଉଚିତ ନୁହେଁ ବୋଲି ଟୁଇଟ କରିଛନ୍ତି ଅକ୍ଷୟ । ସେନା ଅଛି ତ ଆମେ ଅଛୁ ବୋଲି ଅକ୍ଷୟ ଟୁଇଟ କରିଛନ୍ତି ।

Richa Chadha