• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କିଙ୍ଗଖାନ ଶାହାରୁଖ୍‌ ଏବେ ନିଜର ଅପକମିଙ୍ଗ ଫିଲ୍ମ 'ପଠାନ'ର ସୁଟିଂ ପାଇଁ ସ୍ପେନ୍‌ରେ ବ୍ୟସ୍ତ ରହିଛନ୍ତି । ଫିଲ୍ମରେ ତାଙ୍କ ସହ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ଅଭିନୟ କରିଛନ୍ତି । 'ପଠାନ'ର ସେଟ୍‌ରୁ ଶାହାରୁଖଙ୍କ ଅନେକ ଫଟେ ଓ ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଠିକ୍‌ ସେହିପରି ଶାହାରୁଖଙ୍କ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍‌ଙ୍କ ଫିଲ୍ମ ଲୁକ୍‌ ନଜର ଆସିଛି ।

ସୋସିଆଲ ମିଡିଆରେ ଶାହାରୁଖ୍‌ଙ୍କ ‘ପଠାନ୍‌’ ଫିଲ୍ମର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍‌ ନିଜ ପୁରୁଣା ଅନ୍ଦାଜରେ ଫେରିଥିବାର ଦେଖିବାକୁ ମିଳିଛି । ଶାହାରୁଖ୍‌ଙ୍କୁ ସାର୍ଟଲେସ୍ ଓ ଏଇଟ୍‌ ପ୍ୟାକ୍‌ ଦେଖାଇ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି । ଶାହାରୁଖ୍‌ ନିଜ ଲମ୍ବା କେଶ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

ଶାହରୁଖ୍‌ଙ୍କ ଏହି ସାର୍ଟଲେସ ଫଟୋରୁ ଅନୁମାନ କରାଯାଉଛଇ ଯେ, ସେ ଫିଲ୍ମ 'ପଠାନ' ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଏହି ଫିଲ୍ମରେ ଅଦ୍ଭୁତ ଶାରୀରିକ ପରିବର୍ତ୍ତନ କରିଛନ୍ତି । ଶାହାରୁଖଙ୍କ ଏହି ଫଟୋଟି ଦୂରରୁ ନିଆଯାଇଛି । ଏଥିରେ ସେ ଏକ ବାଲକୋନୀରେ ସାର୍ଟଲେସ୍ ଛିଡା ହୋଇତିବାର ଦେକିବାକୁ ମିଳିଛି । ସେ ସବୁଜ ରଙ୍ଗର ଟ୍ରାଉଜର ମଧ୍ୟ ପିନ୍ଧିଛନ୍ତି । ଶାହାରୁଖ୍‌ଙ୍କ ପ୍ରଶଂସକମାନେ ଏହି ଫଟୋରେ ପ୍ରେମର ବର୍ଷା କରିଛନ୍ତି ।

ସୋସିଆଲ ମିଡିଆରେ ପୂର୍ବରୁ ଶାହରୁଖ ଏବଂ ଦୀପିକା ପାଦୁକୋନଙ୍କ ଅନେକ ଫଟୋ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ଫଟୋରେ ଦୀପିକାଙ୍କୁ କମଳା ରଙ୍ଗର ପୋଷାକରେ ଦେଖିବାକୁ ମିଳେ । ସେ ସମୁଦ୍ର ଢେଉରେ ନିଜ କେଶକୁ ଷ୍ଟାଇଲ୍ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଶାହାରୁଖ ଏକ ଜ୍ୟାକେଟ ଏବଂ କ୍ୟାପରେ ଦେଖାଦେଇଥିଲେ । ସେ ଏକ ମାସ୍କ ମଧ୍ୟ ପିନ୍ଧିଥିଲେ।

ପ୍ରଶଂସକମାନେ ଉତ୍ସାହର ସହିତ ଶାହାରୁଖ ଖାନଙ୍କ 'ପଠାନ' ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମର ଦୀର୍ଘ ସମୟ ଧରି ସୁଟିଂ ବନ୍ଦ ଥିଲା, ଯାହାର ସୁଟିଂ ଏବେ ଦ୍ରୁତ ଗତିରେ ଚାଲିଛି । ନିକଟରେ ଶାହାରୁଖ ଏହାର ଟିଜର ରିଲିଜ କରିଛନ୍ତି। ଏହି ଟିଜରରେ ସେ ପ୍ରକାଶ କରିଛନ୍ତି ଯେ ଜାନୁୟାରୀ ୨୫, ୨୦୨୩ ରେ 'ପଠାନ' ସାରା ବିଶ୍ୱ ସିନେମାରେ ମୁକ୍ତିଲାଭ କରିବ। ଟିଜର୍‌ଟି ଅତ୍ୟନ୍ତ ଭଲ ହୋଇଥିବାର ପ୍ରଶଂସକଙ୍କ ମୁହଁରୁ ଶୁଣିବାକୁ ମିଳିଛି ।