Advertisment

୨୦୨୨ରେ ମା’ ହୋଇଥିବା ଚର୍ଚ୍ଚିତ ଅଭିନେତ୍ରୀ; ବେବୀବମ୍ପ୍ ପାଇଁ ଚର୍ଚ୍ଚାରେ ଥିଲେ

ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି। ଦିନେ ଏମାନେ ବେବୀବମ୍ପ୍ ଦେଖେଇ ଅନେକ ଚର୍ଚ୍ଚା ସାଉଁଟି ଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।

ଅଦ୍ୟତନ ହୋଇଛି
Bollywood New Moms In 2022

Bollywood new moms in 2022

Advertisment

ବଲିଉଡ୍‌ ପାଇଁ ୨୦୨୨ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଏଥିପାଇଁ ଚର୍ଚ୍ଚାରେ ଥିଲା, ଏହି ବର୍ଷ ବଲିଉଡ୍‌ର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଥିଲେ। ମା’ ଭାବରେ ଏକ ନୂଆ ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି।

Advertisment

ମା’ ହେବାର ଆନନ୍ଦ ପାଇଥିବା ଏହି ଅଭିନେତ୍ରୀମାନେ ବର୍ଷସାରା ଚର୍ଚ୍ଚାରେ ରହିଥିଲେ। ଏହି ଅଭିନେତ୍ରୀମାନେ ସେମାନଙ୍କର ପ୍ରେଗ୍‌ନାନ୍ସୀ ଫଟୋସୁଟ ପାଇଁ ଏବଂ ବେଳେବେଳେ ପିଲାମାନଙ୍କ ସହିତ ଫଟୋ ଶେୟାର କରି ଅନେକ ଆଲୋଚନାର ବିଷୟ ହୋଇଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।

ଆଲିଆ ଭଟ୍ଟ:

ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏପ୍ରିଲ ୧୪ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଏହା ପରେ, ଜୁନ୍ ମାସରେ ସୋନୋଗ୍ରାଫି ସମୟରେ ଫଟୋ ଶେୟାର କରିବାବେଳେ ଆଲିଆ ସମସ୍ତଙ୍କ ସହ ମା’ ହେବାର ଖବର ଶେୟାର କରିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଥିଲେ।  ଏହି ଖବର ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା।

Advertisment

ଆଲିଆ ମଧ୍ୟ ବେବୀବମ୍ପ ସହିତ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସୋସିଆଲ ମିଡିଆ ରେ ଭିଡିଓ ଏବଂ ଫଟୋଗୁଡ଼ିକ ଭାଇରାଲ୍ ହେବାରେ ଲାଗିଲା। ନଭେମ୍ବର ୬ ରେ ଆଲିଆ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏନେଇ କପୁର ପରିବାରରେ ଖୁସିର ମାହୋଲ୍ ଖେଳିଯାଇଥିଲା।

ଅଧିକ ପଢ଼ନ୍ତୁ: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

Advertisment

ସୋନମ କପୁର:

ଚଳିତ ବର୍ଷ ମାର୍ଚ୍ଚରେ ସୋନମ କପୁର ତାଙ୍କ ଗର୍ଭଧାରଣର ଏକ ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଥିଲେ। ସୋନମ କପୁର ଏବଂ ଆନନ୍ଦ ଆହୁଜା ଅଗଷ୍ଟ ୨୦ରେ ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସୋନମ ପୁଅ ‘ବାୟୁ’ଙ୍କୁ ଜନ୍ମ ଦେଇଥିଲେ। ସୋନମଙ୍କ ପ୍ରେଗ୍‌ନାନ୍ସୀ ଫଟୋସୁଟ୍‌କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଅଭିନେତ୍ରୀ ଏକ ଧଳା ରଙ୍ଗର ଫ୍ରଣ୍ଟ୍ ଓପନ ହାଇ ସ୍ଲିଟ ଗାଉନ୍‌ରେ ନିଜର ପେଟ ଦେଖେଇବା ନଜର ଆସିଥିଲେ। ଏହି ଫଟୋଗୁଡ଼ିକ ଖୁବ୍ ଭାଇରାଲ୍ ହୋଇଥିଲା।

ବିପାଶା ବସୁ:

ବିପାଶା ବସୁ ଏବଂ କରଣ ସିଂହ ଗ୍ରୋଭର ୨୦୧୬ ମସିହାରେ ବିବାହ କରିଥିଲେ, ପ୍ରାୟ ଛଅ ବର୍ଷ ପରେ ଦୁହେଁ ବାପାମାଆ ହେବାର ଆନନ୍ଦ ପାଇଥିଲ। ନଭେମ୍ବର ୧୨ରେ ବିପାଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏହାପୂର୍ବରୁ ବିପାଶାଙ୍କ ବେବୀବମ୍ପ୍ ଫଟୋସୁଟର ଚିତ୍ର ଚାରିଆଡେ ଭାଇରାଲ ହୋଇଥିଲା। ସେ ତାଙ୍କ ଖୋଲା ପେଟକୁ ଦେଖେଇଥିବାରୁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା।

ଦେବିନା ବାନାର୍ଜୀ:

ଟିଭିର ପ୍ରସିଦ୍ଧ ଦମ୍ପତି ଦେବିନା ବାନାର୍ଜୀ ଏବଂ ତାଙ୍କ ସ୍ୱାମୀ ଗୁରୁମିତ ଚୌଧରୀ ମଧ୍ୟ ଚଳିତ ବର୍ଷ ବାପାମାଆ ହୋଇଥିଲେ। ନଭେମ୍ବର ୧୧ରେ ଦେବିନା ତାଙ୍କର ଦ୍ୱିତୀୟ କନ୍ୟାକୁ ଜନ୍ମ ଦେଇଥିଲେ। ପ୍ରଥମ ଝିଅ ଜନ୍ମର କିଛି ମାସ ପରେ ଦେବିନା ତାଙ୍କର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦେବିନାଙ୍କ ଗର୍ଭବତୀ ଫଟୋସୁଟ୍‌କୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ପ୍ରେଗ୍‌ନାନ୍ସୀ ଫଟୋସୁଟ୍ ପାଇଁ ମଧ୍ୟ ଦେବିନା ଚର୍ଚ୍ଚାରେ ରହିଥିଲେ।

Flashback 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ