• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାଆ ହେବେ ଆଲିଆ ଭଟ୍ଟ । ଆଜି ନିଜ ସୋସିଆଲ୍ ମିଡିଆ ସାଇଟ୍‌ ଏନେଇ ସୂଚନା ଦେଇଛନ୍ତି ଖୋଦ୍ ଆଲିଆ । ହସ୍ପିଟାଲ୍‌ରେ ଡାଇଗ୍ରୋନସିସ୍ ହେବା ବେଳର ଫଟୋକୁ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି ।

ଆଲିଆ ସେୟାର କରିଥିବା ଫଟୋରେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ତାଙ୍କ ପାଖରେ କପୁର ବସିଥିବାର ଦେଖିବାକୁ ମିଳିଛି । ହେଲେ ସ୍କ୍ରିନ୍‌ରେ କଣ ଅଛି ତାହାକୁ ଇମୋଜି ମାଧ୍ୟମରେ ଲୁଚାଇଛନ୍ତି ଆଲିଆ । ଉଭୟ ନିଜ ଫଟୋକୁ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି । ଆଲିଆ ମା’ ହେବା ଖବର ଜାଣି କରନ ଜୋହର ସମେତ ବଲିଉଡ୍‌ର ଅନେକ ସେଲିବ୍ରିଟି ଖୁସି ମନାଇଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Alia Bhatt 🤍☀️ (@aliaabhatt)

ତେବେ ଫଟୋଟିକୁ ଶେୟାର କରି ଆଲିଆ ଲେଖିଛନ୍ତି ଯେ, ‘ହମାରା ବେବି...ଜଲ୍ଦ୍‌ ଆ ରହା ହେ’ । ଏହି ପୋଷ୍ଟରେ ଅନେକ ୟୁଜର୍ସଙ୍କ ସମେତ ସେଲିବ୍ରେଟିମାନେ କମେଣ୍ଟ ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି ।

ସୂଚନା ଅନୁସାରେ, ଗତ ଏପ୍ରିଲ୍ ମାସ ୧୪ ତାରିଖରେ ବଲିଉଡର ଏହି ପପୁଲାର୍ ସେଲିବ୍ରିଟି ଯୋଡ଼ିଙ୍କ ବେଶ୍‌ ଧୂମ୍‌ଧାମ୍‌ରେ ବିବାହ ହୋଇଥିଲା । ଆଗକୁ ଏମାନଙ୍କ ଏକ ବଡ଼ ସିନେମା ବ୍ରହ୍ମାସ୍ତ୍ର ରିଲିଜ୍ ହେବାକୁ ଯାଉଛି । ତାପୂର୍ବରୁ ବର୍ତ୍ତମାନ ଏହି ଖବର ସୋସିମାଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।