Advertisment

୨୦୨୪ ହେବ ସ୍ୱତନ୍ତ୍ର; ଆସୁଛି ୨୦୦ କୋଟିର ଦମଦାର ଫିଲ୍ମ୍; ଭିଲେନ୍ ହେବେ ଫ୍ଲପ୍ ହିରୋ

୨୦୨୪ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହାରି ଭିତରେ ଏମିତି ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଛି ଯାହା ୨୦୦ କୋଟି ଟଙ୍କାରେ ନିର୍ମିତ ହେଉଛି। ସବୁଠାରୁ ବଡ କଥା ହେଲା ଦୀର୍ଗ ୧୨ ବର୍ଷ ଧରି ଲଗାତାର ଫ୍ଲପ୍ ଫିଲ୍ମ ଦେଉଥିବା ହିରୋଙ୍କୁ ଏହି ଚଳଚ୍ଚିତ୍ରରେ ଭୟଙ୍କର ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ।

author-image
Pramod Behera
bollywood movie of 2024 singham again has five hero

bollywood movie of 2024 singham again has five hero

ଚଳିତ ବର୍ଷ ଅର୍ଥାତ୍ ୨୦୨୪ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଚଳିତ ବର୍ଷ ଅନେକ ମଲ୍ଟି ଷ୍ଟାରର ଫିଲ୍ମ ଆସୁଛି। ଏହାରି ଭିତରେ ଏମିତି ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଛି ଯାହା ୨୦୦ କୋଟି ଟଙ୍କାରେ ନିର୍ମିତ ହେଉଛି। ସବୁଠାରୁ ବଡ କଥା ହେଲା ଦୀର୍ଗ ୧୨ ବର୍ଷ ଧରି ଲଗାତାର ଫ୍ଲପ୍ ଫିଲ୍ମ ଦେଉଥିବା ହିରୋଙ୍କୁ ଏହି ଚଳଚ୍ଚିତ୍ରରେ ଭୟଙ୍କର ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ।

Advertisment

ଅଜୟ ଦେବଗନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ହେଉଛି କପ୍‌ ୟୁନିଭର୍ସର ପଞ୍ଚମ କିସ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ରର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଆହୁରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଏଥିରେ ଯୋଗ ଦେଉଛନ୍ତି ଏବଂ ବହୁ ବଡ ହିରୋ ଏବଂ ହିରୋଇନ୍ ଏଥିରେ ଯୋଗଦେବାର ସମ୍ଭାବନା ଅଛି।

କପ୍ ୟୁନିଭର୍ସର ଏହି ପଞ୍ଚମ କିସ୍ତିର ନାମ ହେଉଛି 'ସିଙ୍ଘମ୍ ଏଗେନ୍'। ଫିଲ୍ମରୁ ଅଜୟ ଦେବଗନଙ୍କ ଦମଦାର୍ ଲୁକ୍‌ ମଧ୍ୟ ପ୍ରକାଶ ପାଇଛି। ସେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କୁ ପୁଣିଥରେ ବାଜିରାଓ ସିଙ୍ଘମ୍‌ର ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ।

Advertisment

ଆମେ ସମସ୍ତେ ଜାଣୁ ଯେ ଅକ୍ଷୟ କୁମାରଙ୍କୁ 'ସିଙ୍ଘମ୍ ଏଗେନ୍'ରେ ବୀର ସୂର୍ଯ୍ୟବଂଶୀ ଭୂମିକାରେ ଦେଖିବାକୁ ମିଳିବ। ରୋହିତ ଶେଟ୍ଟୀ ଫିଲ୍ମରୁ ଅକ୍ଷୟଙ୍କ ଲୁକ୍ ଶେୟାର କରିଥିଲେ ଯେଉଁଥିରେ ଅକ୍ଷୟ ଏକ ହେଲିକ୍ୟାପ୍ଟରରୁ ଏକ ଆକ୍ସନ୍ ସିନ୍ ସହିତ ଡେଉଁଥିବାର ଦେଖାଯାଏ।

ଏହି ଫିଲ୍ମରେ ଦୀପିକା ପାଦୁକୋନ ଜଣେ ମହିଳା ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ତାଙ୍କୁ ଏହି ଫିଲ୍ମରେ ଶକ୍ତି ଶେଟ୍ଟୀ ଭୂମିକାରେ ଦେଖିବାକୁ ମିଳିବ। 'ସିଙ୍ଘମ୍ ଏଗେନ୍' ୧୪ ଅଗଷ୍ଟ ୨୦୨୪ରେ ମୁକ୍ତିଲାଭ କରିବ ବୋଲି କୁହଯାଏ।

ଏଥିରେ ରଣବୀର ସିଂହଙ୍କର ମଧ୍ୟ ଏକ ଧମାକେଦାର ଏଣ୍ଟ୍ରୀ ଦେଖିବାକୁ ମିଳିବ। ତାଙ୍କୁ ପୋଲିସ ଅଧିକାରୀ ସଂଗ୍ରାମ ଭାଲେରାଓ ଭୂମିକାରେ ଦେଖିବାକୁ ମିଳିବ। ରଣବୀର ମଧ୍ୟ ‘ସୂର୍ଯ୍ୟବଂଶୀ’ରେ ଏକ ଦମଦାର ଏଣ୍ଟ୍ରୀ କରିଥିଲେ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ରହିଛି।

ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଟାଇଗର ଶ୍ରଫ୍‌ଙ୍କୁ ମଧ୍ୟ ପୋଲିସ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରୁ ଟାଇଗର୍‌ଙ୍କ ତିନୋଟି ଭିନ୍ନ ଭିନ୍ନ ଲୁକ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ଗୋଟିଏରେ ସେ ସାର୍ଟଲେସ୍ ଥିବା ଦେଖିବାକୁ ମିଳିଥିଲା।

କରୀନା କପୁର ଖାନ ମଧ୍ୟ 'ସିଙ୍ଘମ୍ ଏଗେନ୍'ରେ ଅବନୀ ବାଜିରାଓ ସିଙ୍ଗମଙ୍କ ଭୂମିକାରେ ରହିବେ। ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍‌ ଆସିଛି, ଯେଉଁଥିରେ ସେ କାହାକୁ ବନ୍ଧୁକ ଦେଖାଉଥିବା ଦେଖିବାକୁ ମିଳେ।

ନିକଟରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍‌ ଫୋର୍ସ'ର ଟ୍ରେଲର ଲଞ୍ଚ କରାଯାଇଥିଲା। ଏହି ସିରିଜ୍ ୧୯ ଜାନୁଆରୀରେ ମୁକ୍ତିଲାଭ କରିବ। ଏହି ସିରିଜ୍‌କୁ କପ ୟୁନିଭର୍ସର ଏକ ସିରିଜ୍ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରାୟ ଏବଂ ଶିଳ୍ପା ଶେଟ୍ଟୀ ବିଭିନ୍ନ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସନ୍ତି।

ସେହି ଅନୁଯାୟୀ, 'ସିଙ୍ଘମ୍ ଏଗେନ୍'ରେ ଏହି ତିନି ତାରକାଙ୍କର ମଧ୍ୟ କୌଣସି ଭୂମିକା ରହିପାରେ ବୋଲି ବିଶ୍ୱାସ କରାଯାଏ। ଏମାନଙ୍କ ବ୍ୟତୀତ ଏଥିରେ ଶ୍ୱେତା ତିୱାରୀ ମଧ୍ୟ ଅଛନ୍ତି, ଯିଏ ଏକ ଇଭେଣ୍ଟରେ 'ସିଙ୍ଘମ୍ ଏଗେନ୍' ରହିବା କଥା କହିଥିଲେ।

ଦର୍ଶକଙ୍କୁ ଚମକେଇ ଦେବା ଭଳି କଥା ହେଲା ଏହି ଫିଲ୍ମରେ ଅର୍ଜୁନ କପୁରଙ୍କ ନାମକୁ ଭିଲେନ୍ ଚରିତ୍ରରେ ରଖାଯାଇଛି। କୁହାଯାଉଛି ଯେ ରୋହିତ ଶେଟ୍ଟୀ ଅର୍ଜୁନଙ୍କୁ ଭିଲେନ ଭାବରେ ଚୟନ କରିଛନ୍ତି। ପୂର୍ବରୁ ଅର୍ଜୁନ ଜଣେ ହିରୋ ଭାବରେ ଫ୍ଲପ୍ ହୋଇଛନ୍ତି।

Deepika Padukone Ajay Devgn Bollywood Akshay Kumar Rohit Shetty Ranveer Singh Arjun Kapoor
Advertisment
Advertisment