Advertisment

ରଣବୀର-ଶ୍ରଦ୍ଧାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ, ଫିଲ୍ମ ‘ତୁ ଝୁଟି, ମେ ମକାର୍’କୁ ଜବରଦସ୍ତ ରେସ୍‌ପନ୍ସ...

ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍‌ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Tu Jhoothi Main Makkaar Released

Bollywood Film Tu Jhoothi Main Makkaar Released

Advertisment

ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍(Tu Jhoothi Main Makkaar)’। ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଏକାଠି ଏହା ପ୍ରଥମ ଫିଲ୍ମ। ଉଭୟଙ୍କୁ ଜବରଦସ୍ତ ରୋମାନ୍ସ ଓ କମେଡି କରୁଥିବା ନଜର ଆସିଛି। ଫାଷ୍ଟ ଡେ’ରେ ହଲ୍‌ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି । ଭୁବନେଶ୍ୱର ସମେତ ଉତ୍ତର ଭାରତର ଏକାଧିକ ସହରରେ ଶୋ’ ହାଉସ୍‌ ଫୁଲ୍‌ ଚାଲିଛିା ଫିଲ୍ମ ରିଲିଜ୍‌ ପୂର୍ବରୁ ‘Tere Pyaar Mein’ ଗୀତକୁ ଜବରଦସ୍ତ ରେସ୍‌ପନ୍ସ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଆସିଲା ‘ଭୋଲା’ର ଟ୍ରେଲର୍‌; ଜାଣନ୍ତୁ କେବେ ହେବ ରିଲିଜ୍

ଆଜି ହୋଲି ଥିବାରୁ ଦର୍ଶକ ସନ୍ଧ୍ୟାରେ ସିନେମା ହଲ୍‌କୁ ଯିବାକୁ ଟିକେଟ କାଟୁଛନ୍ତି। ପ୍ରଥମ ଥର ପାଇଁ ଅନ୍ସ୍କ୍ରିନ୍ ରୋମାନ୍ସରେ ନଜର ଆସିଛନ୍ତି ରଣବୀର କପୁର ଓ ଶ୍ରଦ୍ଧା କପୁର। ସିନେମାର ଗୀତ ଓ ଡାଇଲଗ ବେଶ୍‌ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅରିଜିତଙ୍କ ତିନିଟି ଗୀତ ସିନେମାରେ ରହିଛି । ବଲିଉଡରେ ଏବେ ଫ୍ଲପ୍ ଟ୍ରେଣ୍ଡ ଚାଲୁଥିବା ବେଳେ ଏହି ସିନେମା କେତେ ବ୍ୟବସାୟ କରିବ ତା’ ଉପରେ ନଜର ରହିଛିା

ପୂର୍ବରୁ ରଣବୀରଙ୍କ ବ୍ରହ୍ମାସ୍ତ୍ର ନିଜ ମୂଲ ଆୟ ୪୦୦ କୋଟି ବ୍ୟବସାୟ ପାଇଁ ଅନେକ ସଂଘର୍ଷ କରିଛିା ତେଣୁ ଏହାକୁ ନେଇ ବେଶ୍  ଆଶାବାଦୀ ବଲିଉଡ୍ ଫ୍ୟାନ୍ସ। ଏହି ସିନେମା ରଣବୀରଙ୍କ ଆଗାମୀ ଫିଲ୍ମ ଆନିମଲ୍‌ର ଭାଗ୍ୟ ବି ନିର୍ଦ୍ଧାରଣ କରିବ। କାରଣ, ବୟକଟ୍‌ ଟ୍ରେଣ୍ଡ୍‌ ଭିତରେ ହିନ୍ଦୀ ସିନେମା ତିଷ୍ଠିବା ଏବେ କଷ୍ଟସାଧ୍ୟ ହେଉଛି। ତେଣୁ, ଫିଲ୍ମ ‘ତୁ ଝୁଟି, ମେ ମକାର୍ ’ କେତେ ସଫଳ ହେବ ତା’ ଦର୍ଶକଙ୍କ ହାତରେ।

Advertisment
Ranveer Kapoor Bollywood Shraddha Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ