• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ସିନେ ଇଣ୍ଡଷ୍ଟ୍ରିରେ ନୂଆ ନୁହେଁ ହୃଦଘାତ ଝଟକା । ହାର୍ଟ ଆଟାକ(Bollywood Celebs Heart Attack)ରେ ପୂର୍ବରୁ ବି ଅନେକ କଳାକାରଙ୍କର ପ୍ରାଣ ଯାଇଛି । ସେମାନଙ୍କ ମଧ୍ୟରେ ଅନେକ ଯୁବ ଅଭିନେତା ବି ଅଛନ୍ତି । ସିଦ୍ଧାର୍ଥ ଶୁକ୍ଳା, କେକେ, ପୁନିଥ୍ ରାଜକୁମାରଙ୍କ ଠାରୁ ଆରମ୍ଭ କରି ରାଜୁ ଶ୍ରୀବାସ୍ତବଙ୍କ ପର୍ଯ୍ୟନ୍ତ . . .ହାର୍ଟ ଆଟାକରେ ପ୍ରାଣ ହରାଇଛନ୍ତି ଅନେକ ବଲିଉଡ୍ ସେଲିବ୍ରିଟି।

କେକେ :

କୋଲକାତାରେ ଏକ ମ୍ୟୁଜିକ୍ କନ୍ସର୍ଟରେ ଗୀତ ଗାଉ ଗାଉ ହଠାତ୍ ଟଳିପଡ଼ିଲେ ପ୍ରସିଦ୍ଧ ବଲିଉଡ୍ ସିଙ୍ଗର କେକେ। ୨୦୨୨ ମେ ୩୧ର ଘଟଣା। କୋଲକାତାରେ ଏକ ମ୍ୟୁଜିକ୍ କନ୍ସର୍ଟରେ ଗୀତ ଗାଉଥିଲେ କେକେ । ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ । କେକେଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା। ସେ ଖୁବ୍ ଫିଟ୍ ମଧ୍ୟ ଥିଲେ। ଏହା ସତ୍ତ୍ୱେ ମଧ୍ୟ ଅଚାନକ୍ ତାଙ୍କର ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: ରାଜୁ ଶ୍ରୀବାସ୍ତଙ୍କ ସମେତ ହୃଦଘାତରେ ପ୍ରାଣ ହରେଇଥିବା ୫ କଳାକାର

ପୁନିତ ରାଜକୁମାର :

ସାଉଥ୍ ସୁପର ଷ୍ଟାର୍ ପୁନିତ ରାଜକୁମାରଙ୍କର ଗତ ୨୦୨୧ ଅକ୍ଟୋବରରେ ଅଚାନକ୍ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ପୁନିତଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସେ ଜିମ୍ ରେ ବ୍ୟାୟାମ କରୁଥିବା ବେଳେ ହିଁ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା।

କମେଡିଆନ୍ ରାଜୁ ଶ୍ରୀବାସ୍ତବ: ବଲିଉଡର ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିଲେ। ଯାହାକି ପ୍ରଶଂସକଙ୍କ ଗହଣରେ ଶୋକର ଛାୟା ଖେଳାଇଦେଇଥିଲା ।

ସିଦ୍ଧାର୍ଥ ଶୁକ୍ଳା:

ରିୟଲିଟି ସୋ ବିଗ୍ ବସ୍ ଫେମ୍ ତଥା ଟେଲିଭିଜନ୍ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ମଧ୍ୟ ହୃଦଘାତରେ ପ୍ରାଣ ହରାଇସାରିଛନ୍ତି । ସେପ୍ଟେମ୍ବର ୨୦୨୧ରେ ସିଦ୍ଧାର୍ଥଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ୪୦ ବର୍ଷୀୟ ସିଦ୍ଧାର୍ଥ ନିଜ ଫିଟନେସ୍ କୁ ନେଇ ଖୁବ୍ ଯତ୍ନବାନ୍ ଥିଲେ । ମାତ୍ର ଏତେ କମ୍ ବୟସରେ ହିଁ ତାଙ୍କର ପରଲୋକ ହୋଇଥିଲା ।

ପ୍ରବୀଣ କୁମାର ସୋବତୀ: ମହାଭାରତ ଧାରାବାହିକର ଭୀମ ଚରିତ୍ର ପାଇଁ ଘରେ ଘରେ ପରିଚିତ ଥିଲେ ପ୍ରବୀଣ। ମାତ୍ର ସେ ମଧ୍ୟ ହାର୍ଟଆଟାକ୍ ଯୋଗୁଁ ଅଚାନକ ଭାବେ ପ୍ରାଣ ହରାଇଥିଲେ। ଗତ ବର୍ଷ ଫେବୃଆରୀ ୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା।

ଇନ୍ଦର କୁମାର:

ଅଭିନେତା ଇନ୍ଦର କୁମାର ମଧ୍ୟ ଅଚାନକ୍ ଭାବେ ହୃଦଘାତରେ ପ୍ରାଣ ହରାଇଥିଲେ। ଗତ ୨୦୧୭ ଜୁଲାଇ ୨୮ରେ ଶୋଇଥିବା ବେଳେ ହିଁ ତାଙ୍କୁ ହାର୍ଟା ଆଟାକ୍ ଆସିଥିଲା ଏବଂ ସେଥିରେ ତାଙ୍କର ମୃତ୍ୟୁ ଘଟିଥିଲା।...

ରିମା ଲାଗୁ:

ମେନେ ପ୍ୟାର୍ କିୟା, ହମ୍ ସାଥ୍ ସାଥ୍ ହୈ ଭଳି ଅନେକ ସୁପରହିଟ୍ ଫିଲ୍ମର ଷ୍ଟାର୍ ରିମା ଲାଗୁ ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିଲେ। ୧୮ ମେ ୨୦୧୭ରେ ହାର୍ଟଆଟାକ୍ ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଓମ୍ ପୁରୀ:

ବଲିଉଡ୍ ର ଭର୍ସାଟାଇଲ୍ ଆକ୍ଟର ଓମ୍ ପୁରୀ ମଧ୍ୟ ହାର୍ଟ ଆଟାକ୍ ର ଶିକାର ହୋଇ ପ୍ରାଣ ହରାଇଥିଲେ। ୬ ଜାନୁଆରୀ ୨୦୧୭ରେ ଘରେ ଥିବା ବେଳେ ହିଁ ତାଙ୍କୁ ହାର୍ଟଆଟାକ୍ ଆସିଥିଲା । ଆଉ ଏଥିରେ ହିଁ ତାଙ୍କର ପରଲୋକ ହୋଇଥିଲା।

ରଜାକ୍ ଖାନ୍:

୯୦ ଦଶକର ପ୍ରସିଦ୍ଧ ହାସ୍ୟ ଅଭିନେତା ରଜାକ୍ ଖାନଙ୍କର ମଧ୍ୟ ହୃଦ୍ ଘାତରେ ମୃତ୍ୟୁ ଘଟିଥିଲା।