Advertisment

କମ ପାଠ ପଢିଥିଲେ ବି ହୋଇଗଲେ 'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌'

'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌'ଙ୍କ ନାଁ ଉଠିଲେ ଆଖି ସାମ୍ନାକୁ ଚାଲିଆସେ ଆମୀର୍ ଖାନଙ୍କ ଚେହେରା। ବଲିଉଡ୍‌ରେ ତାଙ୍କ ଦକ୍ଷତା ଓ ଅଭିନୟ ଆଗରେ ଆଉ ସବୁ ପଡିଯାଆନ୍ତି ଫିକା। ଜାଣିଛନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ!

author-image
Pramod Behera
ଅଦ୍ୟତନ ହୋଇଛି
Bollywood actor Aamir Khan education qualification

Bollywood actor Aamir Khan education qualification

ବଲିଉଡ୍‌ର 'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌' ଆମୀର ଖାନ ଜଣେ ଜଣାଶୁଣା ଅଭିନେତା ତଥା ନିର୍ମାତା। ଆଜିକାଲି ସେ ତାଙ୍କର ଆଗାମୀ ଫିଲ୍ମ 'ଲାଲ୍‌ ସିଂହ ଚଡ୍ଡା'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳଚ୍ଚିତ୍ର ଜଗତରେ ଅଭିନୟ ଏବଂ ଦକ୍ଷତା ପାଇଁ ପ୍ରସିଦ୍ଧ ଆମୀର ଖାନଙ୍କ ପାଠ ବହୁର କମ୍। ଅଭିନୟର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ପାଠ ପଢା ଅଧାରୁ ଛାଡିଦେଇଥିଲେ। ଆସନ୍ତୁ ନଜର ପକେଇବା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ।

Advertisment

ଆମୀର ଖାନ ୧୪ ମାର୍ଚ୍ଚ ୧୯୬୫ ରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାମ ତାହିର ହୁସେନ୍ ଏବଂ ମା’ଙ୍କ ନାମ ଜୀନତ ହୁସେନ୍। ଆମୀରଙ୍କ ଜେଜେ ଅବୁଲ କଲାମ ଆଜାଦ ଜଣେ ଲୋକପ୍ରିୟ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆମୀରଙ୍କ ବାପା ଓ ଦାଦା ଚଳଚ୍ଚିତ୍ର ନିର୍ମାତା ଥିଲେ। ଏହି କାରଣରୁ ଆମୀର ଖାନ ପିଲାଦିନରୁ ବଲିଉଡ୍‌ ପ୍ରତି ଭଲ ପାଇବା ଥିଲା।

ଶିକ୍ଷାଗତ ଯୋଗ୍ୟତା:

ପିଲାଦିନରୁ ଫିଲ୍ମ ପ୍ରତି ତାଙ୍କର ଭଲ ପାଇବା କାରଣରୁ ଆମୀର ଖାନ ପାଠ ପ୍ରତି ଅଧିକ ଆଗ୍ରହ ଦେଖାଉ ନଥିଲେ। ସେ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢିଥିଲେ। ଏହା ଭିତରେ ସେ ୪ ଟି ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ। ଆମୀର ଖାନଙ୍କ ବାପାଙ୍କ ଅଧିକାଂଶ ଫିଲ୍ମ ଫ୍ଲପ୍ ହେଉଥିଲା। ଏହି କାରଣରୁ ତାଙ୍କୁ ଅନେକ ଥର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରିବାକୁ ପଡୁଥିଲା। ଏନେଇ ତାଙ୍କୁ ଧାର କରଜ ମଧ୍ୟ କରିବାକୁ ହେଉଥିଲା।

Advertisment

ପାଠ ପଢା:

ଆମୀର ଖାନ ମୁମ୍ବାଇରୁ ପାଠପଢା ସାରିଥିଲେ। ସେ ଜେବି ପେଟିଟ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା, ବାନ୍ଦ୍ରାସ୍ଥିତ ସେଣ୍ଟ୍‌ ଆନ୍ ହାଇସ୍କୁଲ୍‌ରୁ ଅଷ୍ଟମ, ମହୀମ ସ୍ମିଥ୍ ବମ୍ବେ ସ୍କଟିସ୍ ସ୍କୁଲରୁ ୯ମ ଓ ୧୦ମ ଏବଂ ନର୍‌ସି ମୋଞ୍ଜୀ କଲେଜରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢିଥିଲେ। ଆମୀର ଖାନ ୧୯୭୩ ମସିହାରେ 'ୟାଦୋଁ କି ବାରାତ୍' ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କାମ କରିଥିଲେ। ପିଲାଦିନେ ସେ ବେଲୁନ୍ ଏବଂ ଗୁଡି ବହୁତ ପ୍ରିୟ ଥିଲେ।

କ୍ୟାରିୟର୍:

ଆମୀର ଖାନ ପିଲାଦିନରୁ ଲନ୍ ଟେନିସ୍ ଖେଳୁଥିଲେ। ଏହି କାରଣରୁ ସେ ଅନେକ ଥର ରାଜ୍ୟସ୍ତରୀୟ ଚାମ୍ପିୟନଶିପ୍‌ରେ ନିଜ ବିଦ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ। ସେ ମହାରାଷ୍ଟ୍ର ରାଜ୍ୟସ୍ତରୀୟ ଟେନିସ୍‌ର ବିଜେତା ମଧ୍ୟ ହୋଇଥିଲେ। ତେବେ ଜଣେ ମୁଖ୍ୟ ଅଭିନେତା ଭାବରେ ସେ ଫିଲ୍ମ 'କୟାମତ ସେ କୟାମତ ତକ'ରୁ ନିଜ ଫିଲ୍ମ ଜୀବନ ଆରମ୍ଭ କରିଥିଲେ। ଏହା ସେହି ସମୟର ସବୁଠାରୁ ବଡ ହିଟ୍ ଫିଲ୍ମ ଥିଲା।

ବ୍ୟକ୍ତିଗତ ଜୀବନ:

ଆମୀର ଖାନ ଦୁଇ ଥର ବିବାହ କରିଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଠାରୁ ଦୁଇ ପିଲା, ଜୁନାଦ ଖାନ ଏବଂ ଇରା ଖାନ ଥିବା ବେଳେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଗୋଟିଏ ପିଲା ଆଜାଦ ରାଓ ଖାନ ଅଛନ୍ତି, ଯିଏ ସରୋଗେସୀ ମାଧ୍ୟମରେ ଜନ୍ମ ହୋଇଥିଲେ। ଚମତ୍କାର ଅଭିନୟ ପାଇଁ ଆମୀର ଖାନ ଅନେକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ଭାରତ ସରକାର ତାଙ୍କୁ ୨୦୦୩ରେ ପଦ୍ମଶ୍ରୀ ଏବଂ ୨୦୧୦ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କୁ ୨୦୧୩ରେ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟରେଟ୍‌ ଡିଗ୍ରୀ ମଧ୍ୟ ଦିଆଯାଇଛି।

Bollywood Aamir Khan
Advertisment
Advertisment