Advertisment

Animal: ବବି ଦେଓଲଙ୍କ ଖୁଲାସା; କେମିତି ମିଳିଲା ‘ଆନିମଲ୍’ରେ ସୁଯୋଗ

ରଣବୀର କପୁରଙ୍କ ଫିଲ୍ମ ‘ପଠାନ୍’, ‘ଜବାନ୍’, ‘ଗଦର ୨’, ‘ଟଇଗର ୩’ର ସର୍ବକାଳୀନ ରୋଜଗାରକୁ ମଧ୍ୟ ପଛରେ ପକେଇ ଦେଇଛି। ରୋଜଗାରରେ ବିଶ୍ୱବ୍ୟାପୀ ଏହା ୫୩୮ କୋଟି ଟଙ୍କା ଅତିକ୍ରମ କରିଛି। ଏଥିରେ ବବି ଦେଓଲଙ୍କ ଭୂମିକାକୁ ଖୁବ ପ୍ରଶଂସା କରାଯାଉଛି। ତେବେ ସେ ଏହି ଚରିତ୍ର କିପରି ପାଇଲେ ତାହା କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Bobby deol revealed how he get role in film animal

Bobby deol revealed how he get role in film animal

ପ୍ରଥମ ଦିନରେ ହିଁ ରଣବୀର କପୁରଙ୍କ ‘ଆନିମଲ୍’ ରେକର୍ଡ ଭାଙ୍ଗି ୬୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ଏହା ପରେ ବି ଫିଲ୍ମ ପ୍ରଥମ ସପ୍ତାହ ଶେଷରେ ଭାରତରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ଏବେ ବି ଏହି ରୋଜଗାର ଜାରି ରହିଛି, ଫିଲ୍ମର ଜବରଦସ୍ତ ରୋଜଗାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ରଣବୀର କପୁରଙ୍କ ଫିଲ୍ମ ‘ପଠାନ୍’, ‘ଜବାନ୍’, ‘ଗଦର ୨’, ‘ଟଇଗର ୩’ର ସର୍ବକାଳୀନ ରୋଜଗାରକୁ ମଧ୍ୟ ପଛରେ ପକେଇ ଦେଇଛି।

Advertisment

ଏହି ଫିଲ୍ମ ଅଷ୍ଟମ ଦିନ ଅର୍ଥାତ୍ ଶୁକ୍ରବାର ୨୩.୫୦ କୋଟି ଟଙ୍କା ଆୟ କରିଛି। ଏହା ପରେ ଭାରତରେ ‘ଆନିମଲ୍’ର ରୋଜଗାର ୩୬୧.୦୮ କୋଟି ଟଙ୍କା ହୋଇଛି। ବିଶ୍ୱବ୍ୟାପୀ ଏହା ୫୩୮ କୋଟି ଟଙ୍କା ଅତିକ୍ରମ କରିଛି। ଯଦି ଆମେ ଫିଲ୍ମର ବଜେଟକୁ ଦେଖିବା, ତେବେ ଏହା ୧୦୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଛି।

ଏହି ଫିଲ୍ମରେ ରଣବୀର କପୁରଙ୍କୁ ଯେତିକି ପ୍ରଶଂସା କରାଯାଉଛି ବବି ଦେଓଲଙ୍କୁ ମଧ୍ୟ ସେତିକି ପ୍ରଶଂସା କରାଯାଉଛି। ଏଥିରେ ତାଙ୍କ ଭୂମିକା ଖୁବ କମ ଥିଲେ ମଧ୍ୟ ସେ ଛାଇ ଯାଇଛନ୍ତି। ତାଙ୍କୁ ଏଥିରେ ଭୟଙ୍କର ଖଳନାୟକ ରୂପରେ ଦେଖିବାକୁ ମିଳେ।

Advertisment

ତେବେ ଏହାରି ଭିତରେ ମନରେ ପ୍ରଶ୍ନ ଉଙ୍କିମାରେ ଯେ ଯେତେବେଳେ ବବିଙ୍କ ହାତରେ କୌଣସି ଫିଲ୍ମ ନଥିଲା ସେ କିପରି ‘ଆନିମଲ’ରେ ଅଫର୍ ପାଇଲେ। ଏହାକୁ ନେଇ ବବି ଦେଓଲ ଖୁଲାସା କରିଛନ୍ତି। ବବି କହିଛନ୍ତି ଯେ ତାଙ୍କର କେବଳ ଗୋଟିଏ ଫଟୋ ତାଙ୍କୁ ଏହି ଅଫର୍ ଦେଇଦେଲା। ତାଙ୍କର କଦାପି ବିଶ୍ୱାସ ନ ଥିଲା ଯେ ସେ ଏମିତି ଏକ ଚରିତ୍ର ପାଇବେ ବୋଲି।

ଅଭିନେତା କହିଛନ୍ତି ଯେ, "ଦିନେ ମୁଁ ସନ୍ଦୀପ ରେଡ୍ଡୀଙ୍କଠାରୁ ଏକ ଫୋନ୍ କଲ ପାଇଲି ଏବଂ ସେ ମୋତେ କହିଲେ ଯେ ସେ ମୋତେ ଭେଟିବାକୁ ଚାହାଁନ୍ତି। କିନ୍ତୁ ସେତେବେଳେ ମତେ ଲାଗୁଥିଲା ଯେ ସନ୍ଦୀପ ନାରେ ଆଉ କେହି ମୋ ସହ ଥଟ୍ଟା କରୁଛନ୍ତି। କିନ୍ତୁ ତା’ପରେ ଯେତେବେଳେ ମୁଁ ଜାଣିଲି ଯେ ସେ ପ୍ରକୃତରେ ସନ୍ଦୀପ, ମୁଁ ସଙ୍ଗେ ସଙ୍ଗେ ତାଙ୍କୁ ଫୋନ୍ କରି ଭେଟିବାକୁ ହଁ କହିଲି।”

ବବି ଆହୁରି କହିଛନ୍ତି ଯେ ଯେତେବେଳେ ସେ ସନ୍ଦୀପଙ୍କୁ ଭେଟିଥିଲେ, ସେତେବେଳେ ସେ ବବିଙ୍କୁ ତାଙ୍କର ଏକ ପୁରୁଣା ଫଟୋ ଦେଖାଇଥିଲେ, ସେହି ଫଟୋ ସେହି ସମୟର ଥିଲା ଯେତେବେଳେ ବବି କାମ ଅଭାବରୁ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଖେଳୁଥିଲେ।

ଅଭିନେତା କହିଛନ୍ତି, “ସନ୍ଦୀପ ମୋତେ ସେହି ଫଟୋ ଦେଖାଇ କହିଥିଲେ ଯେ ଏଥିରେ ଆପଣଙ୍କର ଯେଉଁ ଏକ୍ସପ୍ରେସନ୍ ଅଛି ମତେ କେବଳ ତାହା ହିଁ ଦରକାର। ଏହା ଶୁଣି ମୁଁ କହିଲି ଯାହା ହଉ ବେରୋଜଗାର ଦିନରେ କାମରେ ଆସିଲା।”

ବବି କହିଥିଲେ ଯେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଖେଳିବା ବେଳେ କେହି ଜଣେ ତାଙ୍କର ଏହି ଫଟୋ ଉଠେଇ ନେଇଥିଲେ। ଏହି ଫଟୋରେ ଥିବା ଏକ୍ସପ୍ରେସନ୍ ସନ୍ଦୀପଙ୍କୁ ବହୁତ ପସନ୍ଦ ଆସିଥିଲା।

Bollywood Anil Kapoor Ranbir Kapoor Bobby Deol
Advertisment
Advertisment