Advertisment

ପ୍ରେମିକ ତାଲିକା ଲମ୍ବା; ୪୭ ବର୍ଷରେ ଆଜି ବି ସିଙ୍ଗଲ୍ ସୁସ୍ମିତା, ପଛରେ ପଡିଥିଲେ 'ମୋଦୀ'

ଆଜି ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ସୁସ୍ମିତା ସେନ୍। ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Birthday Special Lover list of Sushmita Sen

Birthday Special Lover list of Sushmita Sen

ବଲିଉଡ୍‌ ଅଭିନେତ୍ରୀ ତଥା ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ପ୍ରାୟ ସମୟରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ବ୍ୟୁଟି କ୍ୱିନ୍ ସୁସ୍ମିତାଙ୍କ ଫିଲ୍ମ ବ୍ୟତୀତ ତାଙ୍କ ପ୍ରେମ ଜୀବନକୁ ନେଇ ଖୁବ୍ ଆଲୋଚନା ହୁଏ। ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ନାମ ଅନେକ ଲୋକଙ୍କ ସହ ଜଡିତ ଅଛି, କିନ୍ତୁ ଆଜି ବି ସେ ଅବିବାହିତ ଅଛନ୍ତି।

Advertisment

ସୁସ୍ମିତା ସେନ୍ ଦୁଇ ଝିଅଙ୍କୁ ଆପଣେଇ ନେଇଛନ୍ତି ଓ ସେମାନଙ୍କ ସହ ରହୁଛନ୍ତି। ଏଥି ସହିତ, ୧୯ ନଭେମ୍ବର ୧୯୭୫ରେ ଜନ୍ମ ହୋଇଥିବା ଅଭିନେତ୍ରୀ ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ରୋଚକ କଥା କହିବୁ। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ନାମକୁ କେଉଁମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ହୋଇଛି।

Advertisment

ବିକ୍ରମ ଭଟ୍ଟ:

ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ସୁସ୍ମିତା ସେନଙ୍କ ନାମ ପ୍ରଥମେ ଜଡିତ ହୋଇଥିଲା। ୧୯୯୬ର ଫିଲ୍ମ 'ଦସ୍ତକ'ର ସୁଟିଂ ସମୟରେ ଦୁହେଁ ସାକ୍ଷାତ ହୋଇଥିଲେ। ସେତେବେଳେ ସୁସ୍ମିତାଙ୍କୁ ୨୦-୨୧ ବର୍ଷ ହୋଇଥିଲା ଏବଂ ଉଭୟଙ୍କ ଘନିଷ୍ଠତା ବଢିବାକୁ ଲାଗିଲା। କିନ୍ତୁ ବିକ୍ରମ ବିବାହିତ ଥିବାରୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ରହିଲା ନାହିଁ। କୁହାଯାଏ ଯେ ସୁସ୍ମିତାଙ୍କ କାରଣରୁ ହିଁ ବିକ୍ରମଙ୍କ ଭଟ୍ଟ ତାଙ୍କ ପତ୍ନୀଙ୍କ ସହ ଛାଡପତ୍ର ହୋଇଥିଲା।

ରଣଦୀପ ହୁଡ୍ଡା:

ସୁସ୍ମିତା ସେନଙ୍କ ନାମ ମଧ୍ୟ ରଣଦୀପ ହୁଡ୍ଡାଙ୍କ ସହ ଜଡିତ ଥିଲା ଏବଂ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଥିଲା। ଫିଲ୍ମ 'କର୍ମା ଔର୍‌ ହୋଲି' ସମୟରେ ଉଭୟଙ୍କ ନିକଟତରତା ବୃଦ୍ଧି ପାଇଥିଲା ଏବଂ ସେମାନଙ୍କ ସମ୍ପର୍କର ଖବର ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା। ରଣଦୀପ ଏବଂ ସୁସ୍ମିତା ପ୍ରାୟ ତିନି ବର୍ଷ ପରସ୍ପର୍‌କୁ ଡେଟ୍‌ କରିଥିଲେ ଏବଂ ଏହା ପରେ ସେମାନେ ବ୍ରେକ୍‌ଅପ୍ ହୋଇଥିଲା।

ବଣ୍ଟି ସଚ୍ଚଦେବ:

ସୁସ୍ମିତାଙ୍କ ନାମ ସେଲିବ୍ରିଟି ମ୍ୟାନେଜର ବଣ୍ଟି ସଚ୍ଚଦେବଙ୍କ ସହ ମଧ୍ୟ ଜଡିତ ଥିଲା ଏବଂ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳୁଥିଲା। ବଣ୍ଟି ସେତେବେଳେ ସୁସ୍ମିତାଙ୍କର ମ୍ୟାନେଜର ଥିଲେ ଏବଂ ଏପରି ପରିସ୍ଥିତିରେ ସେମାନଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେମାନଙ୍କ ସମ୍ପର୍କକୁ କେବଳ ଗୁଜବ ବୋଲି ବିବେଚନା କରାଯାଉଥିଲା।

ମୁଦସର ଅଜିଜ୍:

ଫିଲ୍ମ 'ଦୁଲ୍ହା ମିଲ୍‌ ଗୟା'ର ସୁଟିଂ ସମୟରେ ନିର୍ଦ୍ଦେଶକ ମୁଦସର ଅଜିଜଙ୍କ ସହ ସୁସ୍ମିତାଙ୍କ ଘନିଷ୍ଠତା ବଢିବାରେ ଲାଗିଲା। କୁହାଯାଏ ଯେ ସୁସ୍ମିତା ମୁଦସରଙ୍କ ପ୍ରେମରେ ଏତେ ପାଗଳ ଥିଲେ ଯେ ସେ ତାଙ୍କ ଘରେ ରହିବାକୁ ଲାଗିଲେ। ତେବେ କିଛି ପରେ ସେମାନଙ୍କର ମଧ୍ୟ ବ୍ରେକ୍‌ଅପ୍ ହୋଇଯାଇଥିଲା।

ୱସୀମ୍ ଅକରମ୍:

ପାକିସ୍ତାନର ପ୍ରସିଦ୍ଧ ଖେଳାଳି ୱସୀମ୍ ଅକରମ୍‌ଙ୍କ ସହ ସୁସ୍ମିତାଙ୍କ ସମ୍ପର୍କର ଖବର ମଧ୍ୟ ଆସିଥିଲା। ଏକ ଟିଭି ଶୋ’ରେ ଉଭୟଙ୍କ ଘନିଷ୍ଠତା ବୃଦ୍ଧି ପାଇଥିଲା। କିନ୍ତୁ ସେମାନେ ନିଜ ସମ୍ପର୍କକୁ ମେଇ କେବେ ବି କିଛି କହି ନଥିଲେ କି ଏହାକୁ ସ୍ୱିକାର କରି ନଥିଲେ। କୁହାଯାଏ ଯେ ଉଭୟ କିଛି ଦିନ ପାଇଁ ଏକାଠି ମଧ୍ୟ ଥିଲେ।

ରୋହମାନ ଶାଲ୍:

ପ୍ରାୟ ଦୁଇ ବର୍ଷ ଧରି ସୁସ୍ମିତା ସେନ୍ ଏବଂ ରୋହମାନ ଶାଲ୍ ପରସ୍ପରକୁ ଡେଟ୍‌ କରିଥିଲେ। ଉଭୟ ଏକାଠି ରହୁଥିଲେ ଏବଂ ସୁସ୍ମିତାଙ୍କ ଝିଅମାନଙ୍କ ସହ ରୋହମାନଙ୍କ ବଣ୍ଡିଂ ମଧ୍ୟ ବହୁତ ଭଲ। ଗତ ବର୍ଷ ଶେଷରେ ସୁସ୍ମିତା ଏକ ସୋସିଆଲ ମିଡିଆ ପୋଷ୍ଟ୍‌ରେ ସେମାନଙ୍କ ବ୍ରେକଅପ୍ ଘୋଷଣା କରିଥିଲେ। ତେବେ ଏବେ ମଧ୍ୟ ଉଭୟଙ୍କୁ ଏକାଠି ଦେଖାଯାଏ।

ଲଲିତ ମୋଦୀ:

ସୁସ୍ମିତାଙ୍କ ପ୍ରେମିକଙ୍କ ତାଲିକାର ଶେଷରେ ଲଲିତ ମୋଦୀଙ୍କ ନାମ ରହିଛି। ଲଲିତ ମୋଦୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ ସେମାନଙ୍କ ବିବାହର ଖବର ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ପରେ ଜଣାଗଲା ଯେ ସେମାନେ ବିବାହ କରିବା ପରିବର୍ତ୍ତେ ପରସ୍ପର୍‌କୁ ଡେଟ୍‌ କରୁଛନ୍ତି। ଏହାକୁ ନେଇ ସୁସ୍ମିତା ମଧ୍ୟ ଅନେକ ଟ୍ରୋଲ୍‌ର ସମ୍ମୁଖୀନ ହୋଇଥିଲେ ଏବଂ ଅଭିନେତ୍ରୀ ସୋସିଆଲ ମିଡିଆରେ ଟ୍ରୋଲର୍‌ମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ।

Bollywood Happy Birth Day Sushmita Sen
Advertisment
Advertisment