Advertisment

ଆଜି ବଡ଼ ଖୁଲାସା କରିବେ ହ୍ୟୁମାନ ସାଗରଙ୍କ ପତ୍ନୀ !

ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍‌ମିଟ୍‌ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Humane Sagar's Wife Shriya Mishra Speaks About Her Marital Discord

Humane Sagar's Wife Shriya Mishra Speaks About Her Marital Discord

ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍‌ମିଟ୍‌ କରି ଅଧିକ ଖୁଲାସା କରିପାରନ୍ତି ପତ୍ନୀ ଶ୍ରୀୟା। ଶ୍ରୀୟା କହିଛନ୍ତି, ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି। ଗତ ୫ ବର୍ଷ ହେଲା ସେ ମୋତେ ମେଣ୍ଟାଲି, ଫିଜିକାଲି ଟର୍ଚର କରୁଥିଲେ। ଝିଅ ଜନ୍ମ ହେବା ପରଠାରୁ ନିୟମିତ ନିର୍ଯାତନା ଦେଉଥିଲେ। ଧର୍ମ ପରିବର୍ତ୍ତନ ପାଇଁ ମୋତେ ବାଧ୍ୟ କରୁଥିଲେ।’

Advertisment

‘ମୋ ସ୍ୱାମୀ ସେଲିବ୍ରିଟି, ତେଣୁ ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ। କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି। ମୁଁ ଯେବେ ତାଙ୍କୁ ମଦ ପିଇବାକୁ ବାରଣ କରେ, ସେ ପିଟନ୍ତି।ତାଙ୍କ ପରିବାର ଲୋକେ ମୋତେ ସିନ୍ଦୂର, ବିନ୍ଦି ଲଗାଇବାକୁ ଦିଅନ୍ତିନି। ମୁଁ ଅଳତା ଟିକେ ବି ଲଗାଇ ପାରେନି। ଠାକୁରଙ୍କ ଭୋଗ ଟିକେ ଖାଇଲେ ପାପ ବୋଲି କହନ୍ତି ତାଙ୍କ ମା ଏବଂ ଘର ଲୋକ। ବିଶେଷ କରି ଏଭଳି ଶାଶୁ କହନ୍ତି’ ବୋଲି ଶ୍ରୀୟା କହିଛନ୍ତି।

ଶ୍ରୀୟା ଆହୁରି କହିଛନ୍ତି, ଜଣେ ଥାର୍ଡ ପର୍ସନ ପାଇଁ ମୋତେ ଘରୁ ତଡ଼ିଦେଲେ। ମୋ ବାପା, ମାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଲେ। ତେବେ ଆପୋଷ ବୁଝାମଣା କଥାଟା ଖାଲି ମିଡିଆରେ କହିଦେଲେ ହେବନି। ଏଥିପାଇଁ ସେପଟୁ ବି ସେତିକି ହାତ ବଢ଼ିବା ଦରକାର। ମୁଁ ସେଠାରେ ସେଫ୍ଟି ଫିଲ୍ କରୁନି, ଝିଅକୁ ବି ପିଟାପିଟି କରିଛନ୍ତି। ସ୍ତ୍ରୀର ମାନ୍ୟତା ଦେଇ ଫେରାଇ ନେଲେ, ମୁଁ ନିଶ୍ଚିତ ତାଙ୍କ ପାଖକୁ ଯିବି’ ବୋଲି ଶ୍ରୀୟା ଗଣମାଧ୍ୟମକୁ ଏହା କହିଛନ୍ତି।

Advertisment

ହେଲେ ଆଜି ଶ୍ରୀୟା କ’ଣ ଖୁଲାସା କରିବେ, ସେନେଇ ଅନେକ ଚର୍ଚ୍ଚା ହେଉଛି। ହ୍ୟୁମାନ ଓ ତାଙ୍କ ମଝିରେ ଆସିଥିବା ଥାର୍ଡ ପର୍ସନଙ୍କ ନାଁ କହିବେ ନା ହ୍ୟୁମାନ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆଣିଥିବା ନିର୍ଯାତନା ଅଭିଯୋଗ ସମ୍ପର୍କରେ ଆଉ କିଛି ଅଧିକ ଖୁଲାସା କରିବେ। ଏସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ପ୍ରେସ୍‌ମିଟ୍‌ କରି ଖୁଲାସା କରିବେ ବୋଲି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଗଣମାଧ୍ୟମକୁ କହିଛନ୍ତି। 

Odia Singer Humane Sagar Humane Sagar
Advertisment
Advertisment