/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658574777.jpg)
Bhabiji ghar par hai actor Deepesh Bhan passes away
'ଭାବିଜୀ ଘର ପର୍ ହୈ'ରେ ମଲଖାନ୍ ଭୂମିକାରେ ଅଭିନୟ କରିଥିବା ଦୀପେଶ ଭାନ ଆଉ ନାହାଁନ୍ତି। ଆଜି ସକାଳେ ଦୀପେଶ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୋ’ରେ ତାଙ୍କର ଉତ୍କୃଷ୍ଟ କମିକ୍ ଟାଇମିଙ୍ଗ୍ ପାଇଁ ସେ ବେଶ ଜଣାଶୁଣା। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ କୁହାଯାଉଛି ଯେ ସେ ସକାଳେ କ୍ରିକେଟ୍ ଖେଳିବାବେଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଦୀପେଶ ଭାନ୍ଙ୍କ ନିକଟତମ ଅଭିନେତା ରୋହିତାଶିଭ ଗୌର ଏହାକୁ ନେଇ ଖୁବ ଦୁଃଖରେ ଅଛନ୍ତି। ସେ କହିଛନ୍ତି ଯେ “ଶୋ ପାଇଁ ଆଜି ଟିକେ ବିଳମ୍ବ ହୋଇଥିଲା। ତେଣୁ ମୁଁ ଭାବୁଛି ଜିମ୍ ପରେ ସେ କ୍ରିକେଟ୍ ଖେଳିବାକୁ ପଡିଆକୁ ଯାଇଥିଲେ। ଏହା ତାଙ୍କର ଫିଟ୍ନେସ୍ ରୁଟିନ୍ର ଏକ ଅଂଶ। କିନ୍ତୁ ଖେଳିବାବେଳେ ସେ ହଠାତ୍ ପଡିଯାଇଥିଲେ। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ ଝଟ୍କା।”
ରୋହିତାଶିଭ ଗୌର ଆହୁରି କହିଛନ୍ତି ଯେ “ସେ ଏକ ସୁସ୍ଥ ଜୀବନଶୈଳୀକୁ ଅନୁସରଣ କରୁଥିଲେ। ତାଙ୍କର ଫିଟ୍ନେସ୍ ପ୍ରତି ଆଗ୍ରହ ଥିଲା। ଏମିତି କେମିତି ହେଲା ଆମେ ଜାଣିପାରୁନୁ।” ସେହିପରି ଶୋ’ରେ ଦୀପେଶଙ୍କ ସହ-କଳାକାର ଚାରୁଲ ମଲିକ ମଧ୍ୟ ଏହି ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଦୀପେଶଙ୍କ ସହ ଥିବା ସ୍ମରଣୀୟ ମୂହୁର୍ତ୍ତଗୁଡ଼ିକୁ ସେ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି।
ଚାରୁଲ ମଲିକ କହିଛନ୍ତି, “ମୁଁ ତଥାପି ଏହାକୁ ବିଶ୍ୱାସ କରିପାରୁ ନାହିଁ। ମୁଁ ସକାଳେ ଏ ବିଷୟରେ ଜାଣିଲି। ଗତକାଲି ମୁଁ ତାଙ୍କୁ ଭେଟିଥିଲି ଏବଂ ସେ ସମ୍ପୂର୍ଣ୍ଣ ଭଲ ଥିଲେ। ଆମେ ଏକାଠି କିଛି ରିଲ୍ ଭିଡିଓ କଲୁ। ମୁଁ ତାଙ୍କୁ ୮ ବର୍ଷ ଧରି ଜାଣିଛି ଏବଂ ସେଟ୍ରେ ସେ ମୋର ଅତି ନିକଟତର ଥିଲେ। ଆମେ ଏକାଠି ଖାଉଥିଲୁ। ଜଣେ ଦକ୍ଷ ଅଭିନେତା ହେବା ବ୍ୟତୀତ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ।”
ଦୀପେଶଙ୍କ ମୃତ୍ୟୁରେ କବିତା କୌଶିକ୍ ଟ୍ୱିଟ୍ କରି ଲେଖିଛନ୍ତି, “ଦିପେଶ ଭାନଙ୍କ ୪୧ ବର୍ଷ ବୟସରେ ଦେହାନ୍ତ ଖବର ଶୁଣି ମୁଁ ଚକିତ, ଆଘାତପ୍ରାପ୍ତ, ଦୁଃଖିତ। ସେ ଜଣେ ଫିଟ୍ ମଣିଷ ରହିଥିଲେ, ଯିଏ କେବେ ବି ମଦ୍ୟପାନ କରନ୍ତି ନାହିଁ, ଧୂମପାନ କରନ୍ତି ନାହିଁ କି ତାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇବା ଭଳି କିଛି ବି କରନ୍ତି ନାହିଁ। ସେ ତାଙ୍କ ପଛରେ ଏକ ପତ୍ନୀ ଏବଂ ଏକ ବର୍ଷର ପିଲା ଏବଂ ବାପା-ମାଆଙ୍କୁ ଛାଡି ଚାଲିଯାଇଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)