Advertisment

ଏମାନେ ହେଲେ ବଲିଉଡ୍‌ର ସବୁଠାରୁ ଭଲ ବନ୍ଧୁ; ଜାଣନ୍ତୁ…

ଆଜି ହେଉଛି ବନ୍ଧୁତ୍ୱର ଦିବସ। ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଖାସ୍‌ ବନ୍ଧୁ ମଧ୍ୟ ଅଛନ୍ତି। ତେବେ ଆସନ୍ତୁ ସେମାନଙ୍କୁ ଜାଣିନେବା।

author-image
Pramod Behera
Best actress friends in bollywood

Best actress friends in bollywood

ଜଣେ ଭଲ ବନ୍ଧୁ ମିଳିଗଲେ ଜୀବନର ସବୁ ଚ୍ୟାଲେଞ୍ଜ୍‌ ମୁକାବିଲା କରିବାରେ ସହଜ ହୋଇଯାଏ। ଆମେ ପ୍ରାୟତଃ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କୁ ପ୍ରକୃତ ବନ୍ଧୁ ପରି ପରସ୍ପରକୁ ସମର୍ଥନ କରୁଥିବା ଦେଖୁ। ଆଲିଆ ଭଟ୍ଟ ଏବଂ ଆକାଂକ୍ଷା ରଂଜନ କପୁରଙ୍କ ଠାରୁ କରୀନା କପୁର ଏବଂ ମଲାଇକା ଅରୋରା-ଅମୃତା ଅରୋରା ପର୍ଯ୍ୟନ୍ତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସବୁଠାରୁ ଭଲ ବନ୍ଧୁ ବୋଲି ଅନେକ ସମୟରେ ପ୍ରମାଣ ଦିଅନ୍ତି। ଆସନ୍ତୁ ସେମିତି କିଛି ବଲିଉଡ୍ ବନ୍ଧୁଙ୍କ ଉପରେ ନଜର ପକେଇବା।

Advertisment

ମସାବା ଗୁପ୍ତା - ରିୟା କପୁର:

ଡିଜାଇନର୍ ମସାବା ଗୁପ୍ତା ଏବଂ ଚଳଚ୍ଚିତ୍ର ନିର୍ମାତା-ଷ୍ଟାଇଲିଷ୍ଟ ରିୟା କପୁର ଦୀର୍ଘ ସମୟ ଧରି ବନ୍ଧୁତାରେ ବନ୍ଧା। ଉଭୟଙ୍କ ସଂପର୍କ ଖୁବ ମୁଜଭୁତ। ଫ୍ୟାଶନରେ ଗୋଟିଏ ପ୍ରକାର ଚିନ୍ତାଧାରା ସେମାନଙ୍କର ଫ୍ୟାଶନ ଗେମ୍ ଏବଂ ବନ୍ଧୁତାକୁ ଏକ ନୂଆ ସ୍ତରକୁ ନେଇଯାଇଥିଲା।

ସୁହାନା ଖାନ - ଅନନ୍ୟା ପାଣ୍ଡେ - ଶନାୟା କପୁର:

ସୁହାନା ଖାନଙ୍କ ଭଲ ସାଙ୍ଗ ହେଲେ ଅନନ୍ୟା ପାଣ୍ଡେ ଏବଂ ଶନାୟା କପୁର। ଏହି ୩ ସାଙ୍ଗ ସେମାନଙ୍କର ପାର୍ଟି ପିକ୍ସ, କାଜୁଆଲ୍ ହ୍ୟାଙ୍ଗଆଉଟ୍ ଏବଂ ପିଲାଦିନର ଥ୍ରୋବ୍ୟାକ୍ ଫଟୋ ସହିତ ସେମାଙ୍କ ବନ୍ଧୁତାର ପରିଚୟ ଦିଅନ୍ତି। ଅନନ୍ୟା ବଲିଉଡ୍‌ରେ ପ୍ରବେଶ କରିଥିବାବେଳେ ସୁହାନା ଏବଂ ଶନାୟା ଖୁବ ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି।

Advertisment

ଆଲିଆ ଭଟ୍ଟ - ଆକାକ୍ଷା ରଂଜନ କପୁର:

ପିଲାଦିନରୁ ଆଲିଆ ଭଟ୍ଟ ଓ ଆକାକ୍ଷା ରଂଜନ କପୁରଙ୍କୁ ସର୍ବୋତ୍ତମ ବନ୍ଧୁ ଭାବରେ ବିବେଚନା କରାଯାଏ। ସେମାନେ ପ୍ରାୟତଃ ସାଙ୍ଗ ହୋଇ ଛୁଟି କାଟନ୍ତି। ଆକାକ୍ଷା ତାଙ୍କ ଘରେ ଆଲିଆଙ୍କ ବ୍ୟାଚଲେରେଟ୍ ପାର୍ଟୀ ଦେଇଥିଲେ।

ଜାହ୍ନଭୀ କପୁର - ସାରା ଅଲି ଖାନ୍‌:

ଜାହ୍ନଭୀ କପୁର ଏବଂ ସାରା ଅଲି ଖାନ୍‌ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ବନ୍ଧୁ। ନିକଟରେ ଉଭୟଙ୍କୁ କଫି ୱିଥ୍ କରଣ ସିଜନ ୭ରେ ଦେଖିବାକୁ ମିଳିଥିଲା। ଦୁହେଁ ଏଠାରେ ସେମାନଙ୍କ ବନ୍ଧୁତ୍ୱ ଅନେକ କାହାଣୀ ପ୍ରକାଶ କରିଥିଲେ। ଯେତେବେଳେ ଦୁହେଁ ଏକାଠି ହୁଅନ୍ତି, ସେତେବେଳେ ସେମାନେ ବହୁତ ମଜା କରନ୍ତି।

କରୀନା କପୁର - କରିସ୍ମା କପୁର - ମଲାଇକା ଆରୋରା - ଅମୃତା ଅରୋରା:

Best actress friends in bollywoodଏମାନେ ହେଲେ ବଲିଉଡ୍‌ର ସବୁଠାରୁ ଭଲ ବନ୍ଧୁ

କରୀନା କପୁର ଖାନଙ୍କ ଶ୍ରେଷ୍ଠ ବନ୍ଧୁ ଟିମ୍‌ରେ ଭଉଣୀ କରିସ୍ମା କପୁର, ବନ୍ଧୁ ମଲାଇକା ଅରୋରା ଏବଂ ଅମୃତା ଅରୋରା ସାମିଲ୍ ଅଛନ୍ତି। ଏହି ୪ ସୁନ୍ଦରୀ ସେମାନଙ୍କ ଦଶନ୍ଧିର ପୁରୁଣା ବନ୍ଧୁତାକୁ ଖୁବ୍ ଉପଭୋଗ କରନ୍ତି ଏବଂ ସର୍ବଦା ପରସ୍ପରକୁ ସମର୍ଥନ କରନ୍ତି।

ସୋନମ କପୁର - ମସାବା ଗୁପ୍ତା:

ସୋନମ କପୁର ଏବଂ ମସାବା ଗୁପ୍ତା ମଧ୍ୟ ବହୁତ ଭଲ ବନ୍ଧୁ। ସୋନମଙ୍କ ଫ୍ୟାଶନ କଳାକୁ ଉନ୍ନତି ପାଇଁ ମସାବାଙ୍କ ହାତ ଥିବା କୁହାଯାଏ। ଉଭୟ ବହୁତ ପୁରୁଣା ବନ୍ଧୁ। ସୋନମ ଏବଂ ମସାବାଙ୍କୁ ପ୍ରାୟ ସମୟରେ ବାହାରେ ଏକାଠି ଦେଖାଯାଏ। ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଶଂସା ଦେଖାଯାଏ।

Bollywood Friendship Day
Advertisment
Advertisment