Besharam rang pathaan first song deepika shahrukh trolled for copying
ବଲିଉଡ୍ କିଙ୍ଗ୍ ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ରିଲିଜ୍କୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅନେକ କିନ୍ତୁ ଏହି ଫିଲ୍ମକୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ନିକଟରେ ଫିଲ୍ମର ନିର୍ମାତା 'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ୍' ରିଲିଜ୍ କରିଛନ୍ତି। କିନ୍ତୁ ଗୀତ ଆସିବା ମାତ୍ରେ ବଏକଟ୍ ଗ୍ୟାଙ୍ଗ୍ ଏହାକୁ ଟାର୍ଗେଟ୍ କରିଛି।
ସୋସିଆଲ ମିଡିଆ ରେ ନେଟିଜେନ୍ସ ଏହାକୁ ତୀବ୍ର ଟ୍ରୋଲ୍ କରୁଛନ୍ତି। କେବଳ ଏତିକି ନୁହେଁ ସେମାନେ ଏହି ଗୀତ ଉପରେ ଚୋରି ହେବାର ଅଭିଯୋଗ ମଧ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ହୋଇଥିବା ମୀମ୍ସଗୁଡ଼ିକ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି କାରଣରୁ 'ବେଶରମ୍ ରଙ୍ଗ୍' ମଧ୍ୟ ଟେଣ୍ଡ୍ ହେବାରେ ଲାଗିଛି।
'ପଠାନ'ର ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନ ଙ୍କ ବୋଲ୍ଡ ଏବଂ ଇରୋଟିକ୍ ଗୀତ 'ବେଶରମ୍ ରଙ୍ଗ୍'କୁ କେତେକ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ମଧ୍ୟ କରୁଛନ୍ତି। ଦୁଇ ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଗୀତରେ ଜୈନଙ୍କ ‘ମକିବା’ ଗୀତର ସ୍ୱର ଚୋରି ହୋଇଥିବା ଅଭିଯୋଗ ହୋଇଛି।
କେବଳ ଏତିକି ନୁହେଁ, ଲୋକମାନେ ଦୀପିକା ପାଦୁକୋନଙ୍କ ସେନ୍ସୁଆଲ୍ ଡ୍ୟାନ୍ସକୁ ମଧ୍ୟ ପସନ୍ଦ କରୁନାହାଁନ୍ତି, ଯେଉଁଥିପାଇଁ ତାଙ୍କୁ ଜବରଦସ୍ତ ଟ୍ରୋଲ୍ କରାଯାଉଛି। ସୋସିଆଲ ମିଡିଆ ହ୍ୟାଣ୍ଡେଲର୍ସମାନେ 'ବେଶରମ୍ ରଙ୍ଗ୍'ରୁ ଦୀପିକାଙ୍କ ଡ୍ୟାନ୍ସ ଷ୍ଟେପ୍କୁ ନେଇ ମୀମ୍ସ କରୁଛନ୍ତି। ଏହି ମୀମ୍ସ ମାଧ୍ୟମରେ ନେଟିଜେନ୍ସ ଦୀପିକାଙ୍କୁ ଟ୍ରୋଲ୍ କରୁଛନ୍ତି।
ଅଧିକ ପଢ଼ନ୍ତୁ: ‘ପଠାନ’ ରିଲିଜ୍ ପୂର୍ବରୁ ମାଆଙ୍କ ଆଗରେ ମଥା ଟେକିଲେ କିଙ୍ଗ୍ଖାନ୍
ଏହି ଗୀତରେ ଦୀପିକା ପାଦୁକୋନ ବୋଲ୍ଡ ଏବଂ ଗ୍ଲାମରସ୍ ଅବତାର ପ୍ରଦର୍ଶନ କରି ତାଙ୍କର ଦମଦାର ଡ୍ୟାନ୍ସରେ କିଛି ଲୋକଙ୍କୁ ପାଗଳ କରିଦେଇଛି। କିନ୍ତୁ କିଛି ଲୋକ ତାଙ୍କୁ ପସନ୍ଦ କରୁ ନାହାନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ନେଇ ମଜାଳିଆ ମୀମ୍ସ ତିଆରି କରାଯାଉଛ। ଯେପରି 'ବେଶରମ ରଙ୍ଗ'ର ଏକ ଷ୍ଟେପ୍ରେ ଦୀପିକା ତାଙ୍କ ଅଣ୍ଟାକୁ ଘୁରଉଥିବାର ଦେଖାଯାଏ, ଲୋକମାନେ ଏହି ଷ୍ଟେପ୍କୁ ନେଇ ତାଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି।
ଜଣେ ୟୁଜର୍ ଭିଡିଓ ଟୁଇଟ୍ କରି ଲେଖିଛନ୍ତି, “ପାନ୍ ପରାଗ୍ ଲକ୍ସ ଚିଣ୍ଟି ଚିପ୍ସ ଆୱାର୍ଡ ଏହି ଶ୍ରେଷ୍ଠ କୋରିଓଗ୍ରାଫର୍ ପାଇଁ ନିଶ୍ଚିତ।” ଅନ୍ୟ ଜଣେ ଲେଖିଛନ୍ତି, “ଆପଣ ଖଟ ତଳେ ଚପଲ ଖୋଜୁଛନ୍ତି କି?” ଅନ୍ୟ ଜଣେ ନିର୍ଦ୍ଦେଶକ, କୋରିଓଗ୍ରାଫର ଏବଂ ଦୀପିକାଙ୍କୁ ଟାର୍ଗେଟ୍ କରି ପଚାରିଛନ୍ତି, 'ନିର୍ଦ୍ଦେଶକ, କୋରିଓଗ୍ରାଫର ଏବଂ ମୋର ପ୍ରିୟ ଦୀପିକା କ’ଣ ଭାବୁଥିଲେ? ବ୍ୟାକ୍ଗ୍ରାଉଣ୍ଡ୍ ଡ୍ୟାନ୍ସର ଏମିତି ନାଚୁଛନ୍ତି ଯେପରି ମା’ ସମସ୍ତଙ୍କ ଉପରେ ସବାର ହୋଇଛନ୍ତି।”
#BesharamRang background is a complete copy of the Makeba song by Jain!
I do agree the tweaks made make it a bit more Bollywoody and catchy.
The similarity of the vibe of the entire song to Ghungroo from War is just non-ignorable.
— Duke🦹🏾♂️🕺🏾🧘🏾♂️ (@imurugun) December 12, 2022
ଖାଲି ସେତିକି ନୁହେଁ ଏହି ଗୀତକୁ ନେଇ ସାରା ଦେଶରେ ଧାର୍ମିକ ଓ ରାଜନୈତିକ ବିଦ୍ରୋହ ମଧ୍ୟ ଦେଖାଦେଇଛି। ଏହି ଚଳଚ୍ଚିତ୍ରରେ 'ଗେରୁଆ ରଙ୍ଗ' କୁ 'ବେଶରମ୍ ରଙ୍ଗ' ଭାବେ ଦେଖାଯାଇଛି ବୋଲି କୁହାଯାଉଛି । ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆ ରଙ୍ଗର ପୋଷାକକୁ ନେଇ ବିବାଦ ଦେଖାଦେଇଛି। ହିନ୍ଦୁ ଧର୍ମାବଲମ୍ବୀ ସହିତ କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରୁଛି। ବିରୋଧୀ ଦଳ ନେତା ଡକ୍ଟର ଗୋବିନ୍ଦ ସିଂହ ଫିଲ୍ମରୁ ଅଶ୍ଳୀଳ ଦୃଶ୍ୟ ହଟାଇବାକୁ ଦାବି କରିଛନ୍ତି। ଏଥିସହ ସେନ୍ସର ବୋର୍ଡ ଏବଂ ବିଜେପି ସରକାର ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି।
ଗୀତରେ ଗେରୁଆ ରଙ୍ଗକୁ ନେଇ ଅଯୋଧ୍ୟାର ସାଧୁମାନେ ରାଲି କରିଛନ୍ତି। ସନ୍ଥ ସମାଜ ଶାହରୁଖ ଖାନଙ୍କୁ ସନାତନ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ହନୁମାନଗଡିର ମହନ୍ତ ରାଜୁ ଦାସ କହିଛନ୍ତି ଯେ “ଆମର ବିଶ୍ୱାସକୁ କ୍ଷତି କରାଯାଉଛି। ଉଭୟ ବଲିଉଡ୍ ଏବଂ ହଲିଉଡ୍ ସନାତନ ଧର୍ମର ବିଶ୍ୱାସକୁ କ୍ଷତି ପହଞ୍ଚାଉଛନ୍ତି। ସନାତନ ଧର୍ମର ସଂସ୍କୃତିକୁ ପରିହାସ କରିବାରେ ଶାହରୁଖ ଖାନଙ୍କ ଭୂମିକା ସର୍ବଦା ରହିଆସିଛି।”
ମହନ୍ତ ରାଜୁ ଦାସ ଏହି ଫିଲ୍ମକୁ ବୟକଟ୍ କରିବାକୁ ଦାବି କରିଛନ୍ତି। ସେ ଏକ ବିବାଦୀୟ ମତ ଦେଇ ଜନସାଧାରଣଙ୍କୁ ନିବେଦନ କରିଛନ୍ତି, "ଯେଉଁବି ଫିଲ୍ମ 'ପଠାନ' ପ୍ରଦର୍ଶିତ ହେବ ସେହି ସିନେମା ହଲ୍କୁ ଜାଳିଦେବ। ଦୁଷ୍ଟମାନଙ୍କ ପ୍ରତି ଯଦି ଦୁଷ୍ଟତା ପୂର୍ବକ ବ୍ୟବହାର ନହୁଏ ସେପର୍ଯ୍ୟନ୍ତ ଏଭଳି ଘଟଣା ବନ୍ଦ ହେବ ନାହିଁ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671008382.jpg)