Advertisment

ରିଲିଜ୍‌ ପୂର୍ବରୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ବୟକଟ୍‌ ଡର: ରଣବୀର, ଆଲିଆଙ୍କୁ ଛାଡ଼ିଲେନି ମନ୍ଦିର

‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଡର।  ବିରୋଧ ଏତେ ତେଜିଲାଣି ଯେ ଉଜୈନ ମହାକାଳଙ୍କ ମନ୍ଦିରକୁ ଫିଲ୍ମ ଲିଡ୍ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଯାଇ ପାରିଲେନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Before Release Film Brahmastra Faces Boycott Trend

Before Release Film Brahmastra Faces Boycott Trend

ବଲିଉଡ୍‌ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ପରେ ଏବେ ‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଡର। ରିଲିଜ୍‌ ପୂର୍ବରୁ ଫିଲ୍ମର ଲିଡ୍‌ ଷ୍ଟାରଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି। କାରଣ ବିରୋଧ ଏତେ ତେଜିଲାଣି ଯେ ଉଜୈନ ମହାକାଳଙ୍କ ମନ୍ଦିରକୁ ଫିଲ୍ମ ଲିଡ୍ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଯାଇ ପାରିଲେନି। ଗତକାଲି ଫିଲ୍ମର ପ୍ରମୋସନ୍ ପାଇଁ ରଣବୀର ଓ ଆଲିଆ ଏବଂ ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀ ଉଜୈନ ପହଞ୍ଚିଥିଲେ। ହେଲେ ବଜରଙ୍ଗ ଦଳ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସେମାନଙ୍କୁ ପ୍ରବଳ ବିରୋଧ କରାଯାଇଥିଲା।

Advertisment

କିଛି ବର୍ଷ ପୂର୍ବରୁ ରଣବୀର ବିଫ୍ ଖାଇବାକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ। ବିଫ୍ ତାଙ୍କୁ ବେଶ୍ ପସନ୍ଦ ବୋଲି କହିଥିଲେ। ଏହି ବୟାନକୁ ନେଇ ତାଙ୍କୁ ବିରୋଧ କରାଯିବା ସହ ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ଶେଷରେ କେବଳ ନିର୍ଦ୍ଦେଶକ ଆୟାନ୍ ମହାକାଳଙ୍କ ଦର୍ଶନ କରି ଫେରିଥିଲେ।

କଡ଼ାକଡ଼ି ସୁରକ୍ଷା କରାଯାଇଥିଲା। ହେଲେ ରଣବୀର ଓ ଆଲିଆ ନିଜ ଇଚ୍ଛାରେ ଫେରି ଆସିଥିବା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ଅନ୍ୟପକ୍ଷେ, ରଣବୀରଙ୍କ ମନ୍ତବ୍ୟ, ଆଲିଆଙ୍କ ଏକ ଇଣ୍ଟରଭିୟୁ, ପ୍ରଯୋଜକ କରନ ଜୋହରଙ୍କୁ ନେଇ ଏବେ ‘ବ୍ରହ୍ମାସ୍ତ୍ର’କୁ ବୟକଟ୍ ପାଇଁ ଟ୍ରେଣ୍ଡ୍‌ ଜୋର ଧୁରୁଛି।

Advertisment

୩ଶହ କୋଟିରୁ ଅଧିକ ଟଙ୍କାରେ ପ୍ରସ୍ତୁତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ହିନ୍ଦୀ ସମେତ ଇଂରାଜୀ, ତାମିଲ, ତେଲୁଗୁ, ମାଲାୟାଲାମ ଓ କନ୍ନଡ ଭାଷାରେ ଆସନ୍ତାକାଲି ସାରା ଦେଶରେ ୫ ହଜାରରୁ ଅଧିକ ସ୍କ୍ରିନ୍‌ରେ ରିଲିଜ୍ ହେବ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର, ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରୟ ଅଭିନୟ କରିଛନ୍ତି। 

Brahmastra Movie Ranbir Kapoor Alia Bhatt Brahmastra Film Brahmastra
Advertisment
Advertisment