/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632406440.jpg)
Bapa ICU Re Achanti
ଭୁବନେଶ୍ୱର : ଖୁବ ଶୀଘ୍ର ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି।’ ଗତକାଲି ଫିଲ୍ମର ଶୁଭ ମହୁରତ ଜୟଦେବ ବିହାରସ୍ଥିତ ଆତ୍ମାରାମ ମନ୍ଦିରରେ ହୋଇଥିବା ବେଳେ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ଏକ ଭିନ୍ନ ଧରଣର କାହାଣୀକୁ ନେଇ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଷ୍ଟାର୍କାଷ୍ଟ୍ଙ୍କୁ ଦେଖିବାକୁ ମିଳିବ।
ବାପା ଆଇସିୟୁରେ ଅଛନ୍ତିଏହି ଫିଲ୍ମର ମୁଖ୍ୟ ଭୂମିକାରେ ଜଗଜିତ ଆସୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ମିତାଲି। ଏ ଦୁଇ କଳାକାରଙ୍କୁ ଦର୍ଶକେ ପୂର୍ବରୁ ଛୋଟ ପରଦାରେ ନିଶ୍ଚିତ ଦେଖିଥିବେ। ବର୍ତ୍ତମାନ ଏହି ଯୋଡି ବଡ ପରଦା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଯାଉଛନ୍ତି। ଏହା ଛଡା ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, କୁନି ମିଶ୍ର, ରତନ ମେହେର, ଉଷଶୀ ମିଶ୍ର, ସାତ୍ୱକୀ ମିଶ୍ର, ମଧୁମିତା ମହାନ୍ତି, ଶୁଭ୍ରାଂଶୁ, ଅଳକା ଶତପଥୀ, ଶକ୍ତି ବରାଳ, ସରୋଜ ଦାସ, ପପି ସନ୍ତୁକା, ଅନନ୍ତ ମିଶ୍ର ଓ ତ୍ରିଭୁବନ ପଣ୍ଡା।
Also Read
ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ତିଆରି ଏହି ଫିଲ୍ମରେ ତାପସ ସରଗରିଆ ନିର୍ଦ୍ଦେଶନା ଦେଉଥିବା ବେଳେ ତ୍ରିଭୁବନ ପଣ୍ଡା ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ସେହିପରି ଷ୍ଟୋରି, ସ୍କ୍ରିନ୍ ପ୍ଲେ ଏବଂ ଡାଏଲଗଗୁଡିକୁ ଦେବୀଦତ୍ତ ମହାନ୍ତି ରଚନା କରିଛନ୍ତି। ଅଭିଜିତ ମଜୁମଦାର ଏହି ଫିଲ୍ମର ମ୍ୟୁଜିକ ଭାର ନେଇଛନ୍ତି। ସେହିପରି ଫିଲ୍ମର ସବୁ ଗୀତଗୁଡିକୁ ନିର୍ମଳ ନାୟକ ଓ ଦେବିଦତ୍ତ ମହାନ୍ତି ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)