Advertisment

Kapil Sharma: କପିଲଙ୍କ ଶୋ’କୁ ଅଲବିଦା କହିଲେ ଆଉ ଜଣେ ବଡ଼ ଷ୍ଟାର, କମିବ ଲୋକପ୍ରିୟତା !

କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ' 'The Great Indian Kapil Show' ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଶୋ ଘରେ ଘରେ ଲୋକପ୍ରିୟ । ଏହି ଶୋ'ର ପ୍ରତ୍ୟେକ କଳାକାର ନିଜ ନିଜ ଚରିତ୍ର ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
kapil sharma

kapil sharma

କପିଲଙ୍କ ଶୋ’କୁ ବଡ଼ ଝଟକା ଲାଗିଛି । ହୁଏତ ଏହି ଖବର କପିଲ ଶୋର ଫ୍ୟାନ୍ସଙ୍କୁ ନିରାଶ କରିବ । କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ' 'The Great Indian Kapil Show' ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଶୋ ଘରେ ଘରେ ଲୋକପ୍ରିୟ । ଏହି ଶୋ'ର ପ୍ରତ୍ୟେକ କଳାକାର ନିଜ ନିଜ ଚରିତ୍ର ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

Advertisment

କିକୁ ଶାରଦା, ଯିଏ 'ବଚ୍ଚା ଯାଦବ' ଏବଂ 'ସନ୍ତୋଷ' ଭଳି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇଛନ୍ତି। ସେ ଆଉ ଶୋରେ ନଜର ଆସିବେନି । ରିପୋର୍ଟ ଅନୁସାରେ କିକୁ ଶାରଦା ଆଉ କପିଲ ଶର୍ମାଙ୍କ ଶୋ'ରେ ନଜର ଆସିବେ ନାହିଁ। ଏହାର କାରଣ ହେଉଛି ତାଙ୍କୁ ଏକ ନୂଆ ରିଆଲିଟି ଶୋ'ରେ ଦେଖିବାକୁ ମିଳିବ । କିକୁ ଶାରଦା ନୂତନ ରିଆଲିଟି ଶୋ' 'ରାଇଜ୍ ଆଣ୍ଡ ଫଲ୍'ରେ ଭାଗ ନେବାକୁ ଯାଉଛନ୍ତି । ଏହି ଶୋ'ର ସୁଟିଂ ବୁଧବାର ରୁ ଆରମ୍ଭ ହେବ ।

kikukiku

'ରାଇଜ୍ ଆଣ୍ଡ ଫଲ୍' ଏକ ନୂଆ ରିଆଲିଟି ଶୋ, ଯାହାକି ଏକ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ୍ ହେବ। କୁହାଯାଉଛି ଯେ ଏହି ଶୋ କପିଲ ଶର୍ମାଙ୍କ 'The Great Indian Kapil Show' କୁ କଡ଼ା କମ୍ପିଟିସନ ଦେବ । ଏହାକୁ 'Shark Tank' ଫେମ୍ ପ୍ରସିଦ୍ଧ ବ୍ୟବସାୟୀ ଅଶନିର ଗ୍ରୋଭର ହୋଷ୍ଟ କରିବେ। ଶୋ'ର ଫର୍ମାଟ କିଛିଟା ବିଗ୍ ବସ୍ ସହିତ ସମାନ।

Advertisment
kikukiku

କପିଲ ଶର୍ମା ଶୋ'ରୁ କିକୁଙ୍କ ବିଦାୟ କେବଳ ତାଙ୍କର ନୂଆ ପ୍ରୋଜେକ୍ଟ ଯୋଗୁଁ ହୋଇଛି । ଏଥିରେ କୌଣସି ବାଦବିବାଦ କିମ୍ବା ମତଭେଦ ନାହିଁ। ଅନେକ ସମୟରେ କଳାକାରମାନେ ନୂଆ ନୂଆ ପ୍ରୋଜେକ୍ଟ ଏବଂ ଚ୍ୟାଲେଞ୍ଜ ପାଇଁ ନିଜର ପୁରୁଣା ଶୋ'ରୁ ବିରତି ନେଇଥାନ୍ତି। କିକୁ ଶାରଦାଙ୍କ ପାଇଁ ଏହା ଏକ ନୂଆ ସୁଯୋଗ ଏବଂ ସେ ନିଜ କ୍ୟାରିୟରରେ କିଛି ନୂଆ କରିବାକୁ ଚାହୁଁଛନ୍ତି। କପିଲଙ୍କ ଶୋରେ ଧମାଲ କରୁଥିବା କିକୁ ନିଜ ନୂଆ ଶୋରେ କିଛି ଭିନ୍ନ କରିବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।

The Kapil Sharma Show Kapil Sharma Kiku Sharda
Advertisment
Related Articles
Advertisment