/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659181797.jpg)
Special story
ପତ୍ନୀ ତୃପ୍ତିଙ୍କୁ ଫୋନ୍ କଲେ ବାବୁସାନ୍ । ‘ପତିପତ୍ନୀ ଓ ସେ’ ଝଗଡ଼ାର ପାଖାପାଖି ସପ୍ତାହେ ପରେ ତୃପ୍ତିଙ୍କ ସହ କଥା ହୋଇଛନ୍ତି ଅଭିନେତା ବାବୁସାନ୍ ମହାନ୍ତି । ସିଧାସଳଖ କଥା ହୋଇନଥିଲେ ସୁଦ୍ଧା ଫୋନ୍ରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଆଜି ବାବୁସାନ୍ଙ୍କ ଜନ୍ମଦିନ ଥିବାବେଳେ ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତୃପ୍ତି । ଆଗାମୀ ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିବ ମନୋମାଳିନ୍ୟ ମଧ୍ୟ ଦୂର ହୋଇଯିବ ବୋଲି ଆଶା କରାଯାଉଛି ।
ଗତକାଲି ବାବୁସାନ୍ କହିଥିଲେ ପରିବାର ସହ ଜନ୍ମଦିନ ପାଳନ କରିବି । ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳନ କରିବେ ବୋଲି କହିଥିଲେ । ଏହା ସହ ଯଦି ସ୍ତ୍ରୀ ଓ ପୁଅ ତାଙ୍କ ପାଖକୁ ନଆସନ୍ତି, ତେବେ ବାବୁ ନିଜେ ତାଙ୍କ ପାଖକୁ ଯିବେ ବୋଲି କହିଥିଲେ । ଆଉ ଆଜି ସେ ପତ୍ନୀଙ୍କୁ କଲ୍ କରି କଥା ହୋଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଛି ତାହା ଜଣାପଡ଼ି ନାହିଁ ।
ସେପଟେ ତୃପ୍ତି ଶତପଥୀ ସ୍ୱାମୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି ରବି ମିଶ୍ର । ଉଭୟ ପରିବାରଙ୍କ ମିଳିତ ଉଦ୍ୟମ ତଥା ଆଲୋଚନା ପରେ ସମାଧାନର ବାଟ ବାହାରିଛି । ଖୁବ୍ ଶୀଘ୍ର ତୃପ୍ତି ବାବୁସାନ୍ଙ୍କ ବିରୋଧରେ କରିଥିବା କେସ୍ ଉଠାଇନେବେ ବୋଲି ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଜି ଥାନାରେ ହାଜର ହୋଇଛନ୍ତି ଅଭିନେତା ବାବୁସାନ ମହାନ୍ତି । ପୋଲିସ ନୋଟିସ୍ ମୁତାବକ ବାବୁସାନ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଯାଇ ହାଜର ହୋଇଛନ୍ତି । ବାବୁସାନଙ୍କ ମାଆ ଓ ତାଙ୍କ ସହଯୋଗୀ ମଧ୍ୟ ଥାନାକୁ ଆସିଥିଲେ । ଅଭିନେତା ବାବୁସାନଙ୍କୁ ପ୍ରାୟ ୩୦ ମିନିଟ୍ ଧରି ପଚରାଉଚରା କଲା ପୋଲିସ । ବାବୁସାନ ସହଯୋଗ କରିଥିବା ଖାରବେଳନଗର ଥାନା IIC କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)