• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରକୃତି ମିଶ୍ରଙ୍କ ବାପା ଚାହାନ୍ତି ଓଲିଉଡ୍ ଷ୍ଟାର ବାବୁସାନ୍‌ ତାଙ୍କ ଘରକୁ ଫେରିଯାଆନ୍ତୁ । ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ମଧ୍ୟରେ ଚେନ୍ନାଇରେ ଗତକାଲି ବାବୁଙ୍କୁ ଭେଟିଛନ୍ତି ମନ୍ମଥ ମିଶ୍ର । ଆଉ ଆଜି ଚେନ୍ନାଇରୁ ଓଡ଼ିଶାକୁ ଫେରିବା ପରେ ପ୍ରକୃତି ମିଶ୍ରଙ୍କୁ ପୋଲିସ ଜେରା କରିଛି ।  ଝିଅକୁ ଜେରା ପରେ ତାଙ୍କ ବାପା ମିଡିଆ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ଚାହୁଁଛି ବାବୁସାନ୍‌ ତା ପରିବାର ପାଖକୁ ଫେରିଯାଉ ଓ ସୁଖର ସଂସାର କରୁ । ତେବେ ପ୍ରକୃତି ମିଶ୍ରଙ୍କୁ ପୋଲିସ୍‌ କି କି ପ୍ରଶ୍ନ କରିଛି ସେ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛନ୍ତି । ଥାନାରେ ଏତଲା କରାଯାଇଥିବାରୁ ଆଜି ଝିଅକୁ ପଚରାଉଚରା କରିଥିବା ସେ କହିଛନ୍ତି ।

ଆଜି ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ଘରେ ପହଞ୍ଚି ପୋଲିସ ତାଙ୍କୁ ପଚରାଉଚରା କରିଛି । ପଚରାଉଚରା ପାଇଁ ଖାରବେଳନଗର ଥାନାର ଏକ ଟିମ୍ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚିଥିଲା । ବାବୁଙ୍କୁ ଅତ୍ୟଧିକ ନିଶା ଦିଆଯାଉଥିବା ପତ୍ନୀ ତୃପ୍ତି ଅଭିଯୋଗ ଆଣିଥିଲେ । ଏପରିକି ଚରସ୍, ଗଂଜେଇ ଓ ମଦ ପିଇବାକୁ ବାଧ୍ୟ କରୁଥିଲେ । ସେହିପରି ବାବୁସାନଙ୍କୁ ପ୍ରକୃତି ମିଶ୍ର ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏ ବାବଦରେ ପୋଲିସ୍ ପ୍ରକୃତି ମିଶ୍ରଙ୍କୁ ପଚରାଉଚୁରା କରିଥାଇପାରେ । ଘଣ୍ଟାଏ ସମୟ ଧରି ଜେରା କରିବା ସହ ପୋଲିସ ପ୍ରକୃତି ମିଶ୍ରଙ୍କ ବୟାନ ରେକର୍ଡ କରିଛି । ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ ପଚରାଉଚୁରା କରିସାରିଛି ।

ଅନ୍ୟପଟେ ବିଚ୍ ରାସ୍ତାରେ ଗଣ୍ଡଗୋଳ ପରେ ଚେନ୍ନାଇ ଯାଇଥିବା ବାବୁସାନ ଏବେ କେଉଁଠି ସମସ୍ତଙ୍କ ମନରେ ପ୍ରଶ୍ନ । ଦୁଇ ଦିନ ପୂର୍ବରୁ ପୁଅ ବାବୁସାନଙ୍କୁ ଘରକୁ ଫେରିଆସିବା ପାଇଁ ନିବେଦନ କରିଥିଲେ ମା ଅପରାଜିତା । ଆଉ ଗତକାଲି ବାବୁସାନଙ୍କ ଘର ସାମ୍ନାରେ ଫ୍ୟାନଙ୍କ ମେଳି ଦେଖିବାକୁ ମିଳିଥିଲା । ବାବୁସାନଙ୍କୁ ତୁରନ୍ତ ଘରକୁ ଫେରିଆସିବାକୁ ଅପିଲ୍ କରିଥିଲେ, କୌଣସି ଭୁଲ୍ ବାଟରେ ନଯିବାକୁ ନିବେଦନ ବି କରିଥିଲେ ବାବୁସାନଙ୍କ ଫ୍ୟାନ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now