/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659085863.jpg)
Babushaan’s wife & Prakruti Mishra row:Trupti said Wait & Watch
ତୃପ୍ତି କହିଲେ ୱେଟ୍ ଆଣ୍ଡ୍ ୱାଚ୍ । ବିବାଦର ସମାଧନ ଉଦ୍ୟମ ନେଇ ତୃପ୍ତିଙ୍କ ମାଉସୀ ଏହି ପ୍ରତିକ୍ରିୟା ଦେଇଛନ୍ତି । ବାବୁସାନ୍-ତୃପ୍ତିଙ୍କ ଘରୋଇ କଳି ସମାଧାନ ପାଇଁ ବାବୁସାନ୍ଙ୍କ ସମ୍ପର୍କୀୟ ତୃପ୍ତି ଘରକୁ ଯାଇଥିବା ସୂଚନା ମଳିଛି ।
ଏନେଇ ତୃପ୍ତିଙ୍କ ମାଉସୀ କହିଛନ୍ତି ଯେ, ‘ଆମ ଘରକୁ ବାବୁସାନଙ୍କ ସମ୍ପର୍କୀୟ ଆଲୋଚନା ପାଇଁ ଆସିଥିଲେ । ଝିଅ ତୃପ୍ତି ଓ ନାତିର ସ୍ୱାସ୍ଥ୍ୟ କଥା ମଧ୍ୟ ପଚାରି ବୁଝିଲେ । ଆଲୋଚନା ବେଳେ ତୃପ୍ତି କଣ ସବୁ କହିଛନ୍ତି ତାହାର ସୂଚନା ଦେଲେ ତୃପ୍ତିଙ୍କ ମାଉସୀ ।
ସେପଟେ ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ଥିବା ତୃପ୍ତିଙ୍କ ଘରକୁ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର। ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଆଗରୁ ଚେନ୍ନାଇ ଯାଇ ବାବୁସାନଙ୍କୁ ଆଣିଥିଲେ ରବି। ଉଭୟ ବାବୁସାନ ଓ ତୃପ୍ତିଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ଥିବାରୁ ପତି-ପତ୍ନୀଙ୍କ ବିବାଦର ସମାଧାନ ପାଇଁ ସେ ଚେଷ୍ଟା କରି ତୃପ୍ତିଙ୍କ ଘରକୁ ଯାଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)