• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଢ଼ରୁ ଦୁଇ ବର୍ଷ ହେଲା ଓଲିଉଡ୍ ଅଭିନେତା ବାବୁସାନ୍‌ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକାଠି ରହୁଥିଲେ କି ? ଏହି କାରଣରୁ ରାସ୍ତାରେ ବାବୁସାନଙ୍କୁ ଟଣାଓଟରା କଲେ କି ସ୍ତ୍ରୀ ତୃପ୍ତି ? ଉଭୟେ ଲିଭ୍‌ ଇନ୍‌ରେ ରହୁଥିବା ନେଇ ତୃପ୍ତିଙ୍କ ମାଉସୀ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବାବୁସାନ୍‌ ଓ ପ୍ରକୃତି ମିଶ୍ର ଦୀର୍ଘ ଦିନ ହେବ  ସତ୍ୟନଗରରେ ଏକ ଭଡ଼ାଘରେ ରହୁଥିଲେ । ଏଥିପାଇଁ ବାବୁସାନ ଓ ତୃପ୍ତିଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା ।

ଆଉ ଆଜି ଉଭୟେ ଗାଡ଼ିରେ ଯାଉଥିବା ବେଳେ ରାସ୍ତାରେ ଅଟକାଇଥିଲେ ତୃପ୍ତି । ତେବେ ଏହା ନୂଆ ଘଟଣା ନୁହେଁ । ଏସମ୍ପର୍କରେ ପୂର୍ବରୁ ଆମେ ମନ୍ମଥ ମିଶ୍ରଙ୍କ ଘରକୁ ଯାଇଥିଲୁ ବୋଲି କହିଛନ୍ତି ତୃପ୍ତିଙ୍କ ମାଉସୀ । ବାବୁସାନ୍‌ ସହ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ତାଙ୍କ ଘରେ ଆଲୋଚନା ହୋଇଥିଲା । ସେ ସମୟରେ ମନ୍ମଥ ମିଶ୍ର କହିଥିଲେ, ‘ମୋ ଝିଅ ତା’ ଇଚ୍ଛାରେ କାମ କରୁଛି । ଉଭୟଙ୍କ ନାଁରେ ଯାଇ ଥାନାରେ ଅଭିଯୋଗ କରନ୍ତୁ ।’

ସେହିପରି ସେ କହିଛନ୍ତି, ବାବୁସାନ୍‌ ଓ ପ୍ରକୃତି ମଧ୍ୟରେ ଦୁଇ ବର୍ଷ ହେଲାଣି ସମ୍ପର୍କ ରହିଛି । ତୃପ୍ତି ପାଖରେ ତାହାର ପ୍ରମାଣ ମଧ୍ୟ ରହିଛି । ଅନେକ ଦିନ ସେ ସହିଛି । ବାବୁସାନ୍‌ ଓ ପ୍ରକୃତି ଆଜି ଫ୍ଲାଇଟ୍‌ରେ ଯିବେ ଜାଣିବା ପରେ ସେ ଉଭୟଙ୍କ ଗାଡ଼ି ଅଟକାଇଥିଲା । ହେଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରକୃତି ମିଶ୍ର ହସ୍ତକ୍ଷେପ କରିଥିଲେ । ତୃତୀୟ ଜଣକ ମଝିରେ ପଶିବାକୁ ତୃପ୍ତିର ରାଗ ଚଢ଼ିଗଲା । କିଏ ସହିବ ଏପରି କଥା ? ତା’ର ହାତ ଉଠିଗଲା । ପ୍ରକୃତି ମିଶ୍ରଙ୍କୁ ବି ସେ ବାଡ଼େଇଛି । ଅନ୍ୟପଟେ ମନ୍ମଥ ମିଶ୍ରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସୂଚନାଯୋଗ୍ୟ, ଓଲିଉଡ୍ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହୋଇଛି । ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ ସହ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି । ରାସ୍ତା ଉପରେ କାରରେ ବସିଥିବା ବାବୁସାନଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ଝଗଡ଼ା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଛି । ଅତ୍ୟଧିକ ଝଗଡ଼ା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଗାଡିରୁ ଓହ୍ଲାଇ ଚାଲିଯାଉଛନ୍ତି । ତେବେ ଏହାକୁ ନେଇ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମାଆ କ୍ରିଷ୍ଣା ମିଶ୍ର ଖାରବେଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଝିଅର ମାନହାନି ହୋଇଥିବା ନେଇ ଦୁହେଁ ଅଭିଯୋଗ କରିଛନ୍ତି ।

ମନ୍ମଥ ମିଶ୍ର କହିଛନ୍ତି ପ୍ରକୃତି ମିଶ୍ରଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଏତଲା ଦେଇଛନ୍ତି । ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ସେ ଏତଲା କରିଛନ୍ତି । ଲଳିତ ଓ ତାଙ୍କ ଝିଅ କିଛି ଗୁଣ୍ଡାଙ୍କୁ ଧରି ପ୍ରକୃତିଙ୍କ ଉପରେ ଆକ୍ରମଣ କରିଛନ୍ତି । ମୋ ଝିଅକୁ ସେମାନେ ଫିଜିକାଲି ଆସଲ୍ଟ କରିଛନ୍ତି । ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି । ଏନେଇ ଥାନାରେ ଏତଲା କରିଛି ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶା କରୁଛି । ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ ବୋଲି କହିଛନ୍ତି ତାଙ୍କ ବାପା ମନ୍ମଥ ମିଶ୍ର ।