• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାବୁସାନ୍-ପ୍ରକୃତି-ତୃପ୍ତି କଳି, ମୋଟ ୭ ଜଣଙ୍କ ବୟାନ ରେକର୍ଡ । ରାଜଧାନୀ ରାଜରାସ୍ତାରେ ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ମୋଟ ୭ ଜଣଙ୍କ ବୟାନ ରେକର୍ଡ କରିଛି ଖାରବେଳନଗର ଥାନା ପୋଲିସ । ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ପୋଲିସ ବୟାନ ରେକର୍ଡ କରିଛି ।

ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ତାଙ୍କ ବାପା ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା, ଅଶୋକ ପ୍ରହରାଜ, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ୍ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ ହୋଇଛି । ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।

ଆଉ କିଛି ସମୟ ପରେ ତୃପ୍ତିଙ୍କ ଘରେ ପହଞ୍ଚିବେ ତଦନ୍ତକାରୀ ଅଧିକାରୀ । ଘଟଣାର ବିଭିନ୍ନ ଦିଗକୁ ନେଇ ପଚରାଉଚରା ହେବ ବାବୁସାନଙ୍କ ବିରୋଧରେ ୪୯୮ ଏ ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା ଲାଗିଛି । ସେପଟେ ପ୍ରକୃତିଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ୩୪୧, ୨୯୪, ୩୨୩, ୫୦୬, ୩୪ IPC ଲାଗିଛି । ସତ୍ୟନଗରସ୍ଥିତ ଯେଉଁ ଗେଷ୍ଟ ହାଉସକୁ ନେଇ ଚର୍ଚ୍ଚା ହେଉଥିଲା, ସେହି ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିଛି ଖାରବେଳନଗର ଥାନା ପୋଲିସ ।