Advertisment

ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ବିରୋଧରେ ପ୍ରକୃତିଙ୍କ ଏତଲା:ସରକାରୀ ଓକିଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ...

ଅଭିନେତା ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।

ଅଦ୍ୟତନ ହୋଇଛି
Babushaan family Dispute

Babushaan-Prakruti Mishra Controversy

Advertisment

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥିଙ୍କ ବିରୋଧରେ ଦାୟର ଏତଲା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସରକାରୀ ଓକିଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆସନ୍ତା ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ପ୍ରକୃତି ମିଶ୍ର ଙ୍କ ଉପରେ ଅଭିନେତା ବାବୁସାନ ଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ଆକ୍ରମଣ ନେଇ ଅଭିଯୋଗ ହୋଇଥିଲା। ଏନେଇ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ଏତଲା ଆଧାରରେ ଆବଶ୍ୟକୀୟ ଦଫା ଲଗାଇ ନଥିବା ସେ ଅଭିଯୋଗ କରିଥିଲେ। ଏହାଛଡା ମାମଲାର ତଦନ୍ତରେ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ପ୍ରକୃତି ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। 

ସୂଚନାଥାଉ କି, ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ଦେଖି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ହଙ୍ଗାମା କରିଥିଲେ। ବାବୁସାନ-ପ୍ରକୃତିଙ୍କ ସହ ତୃପ୍ତି ଝଗଡ଼ା କରିଥିଲେ। ଏପରିକି ସେ ମାଡ଼ ବି ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ, ବାବୁସାନଙ୍କ ସହ ଗାଡ଼ିରେ ବସିଥିବା ବେଳେ ଓହ୍ଲାଇ ଖସି ଯିବାକୁ ପ୍ରକୃତି ଚେଷ୍ଟା କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଥିଲା ।

Advertisment

ତେବେ ଉଭୟେ ଉଭୟଙ୍କର ଭଲ ସାଙ୍ଗ ବୋଲି କହିବା ସହ ତୃପ୍ତି ଯାହା ଘଟାଇଛନ୍ତି, ଆଦୌ ଠିକ୍ ନୁହେଁ ବୋଲି ବାବୁସାନ ଏବଂ ପ୍ରକୃତି କହିଥିଲେ । ଏହି ଘଟଣା ପରେ ପ୍ରକୃତିଙ୍କ ବାପା, ମା’ ଖାରବେଳନଗର ଥାନାରେ ଏନେଇ ଏତଲା ଦେଇଥିଲେ । 

Babushaan Prakruti Mishra Controversy Prakruti Mishra Babushaan Family Dispute Babushaan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ