• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦାଣ୍ଡରେ ପଡ଼ିଲା ଓଡ଼ଇା ଷ୍ଟାରଙ୍କ ଘର କଳି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ଆଜି ହଙ୍ଗାମା ମଚାଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି । ସ୍ଥିତି ଏମିତି ହୋଇଛି ଯେ, ବାବୁସାନଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଛନ୍ତି ପ୍ରକୃତି । ଯାହାର ଭିଡ଼ିଓ ଭାଇରାଲ୍ ହୋଇଛି । ତେବେ ଉଭୟେ ଉଭୟଙ୍କର ଭଲ ସାଙ୍ଗ ବୋଲି କହିବା ସହ ତୃପ୍ତି ଯାହା ଘଟାଛନ୍ତି, ଆଦୌ ଠିକ୍ ହୋଇନି ବୋଲି କହିଛନ୍ତି ବାବୁସାନ ଏବଂ ପ୍ରକୃତି । ସେପଟେ ପ୍ରକୃତିଙ୍କ ବାପା, ମା ଖାରବେଳନଗର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛି ।

ଆଜି ସକାଳରେ ଗୋଟିଏ ଗାଡ଼ିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗାଡ଼ିରେ ଏୟାରପୋର୍ଟ ଅଭିମୁଖେ ବାହାରିଥିଲେ । ଆଉ ଏତିକିବେଳେ ଉଭୟଙ୍କୁ ଗୋଟିଏ ଗାଡ଼ିରେ ଦେଖି ବାବୁସାନଙ୍କୁ ଟାଣିଆଣିବାକୁ ଚେଷ୍ଟା କରୁଛନ୍ତି ପତ୍ନୀ ତୃପ୍ତି । ଏହାସହ କାର୍ ଭିତରେ ପଶି ପ୍ରକୃତିଙ୍କ ଚୁଟିକୁ ଟାଣି ଟାଣିଛନ୍ତି ମଧ୍ୟ ତୃପ୍ତି । ଏତିକିବେଳେ ତୃପ୍ତିଙ୍କ କବଳରୁ ଉଦ୍ଧାର ପାଇଁ ନିବେଦନ କରୁଛନ୍ତି ପ୍ରକୃତି ,କିନ୍ତୁ କେହି ଉଦ୍ଧାର ନକରିବାରୁ ଶେଷରେ କଳ, ବଳ, କୌଶଳ ଖଟାଇ ଚାଲିଯାଉଛନ୍ତି । ତଥାପି ନଛୋଡ଼ବନ୍ଧା ବାବୁସାନଙ୍କ ପତ୍ନୀ । ଗୋଡ଼ାଇ ଚାଲିଛନ୍ତି ପ୍ରକୃତିଙ୍କୁ ଏବଂ ପାଖରେ ପାଇ ଧକ୍କା ବି ଦେଇଛନ୍ତି । କିଛି ଲୋକ ଘଟଣାରେ ହସ୍ତକ୍ଷେପ କରିବା ବଦଳରେ ସେଲ୍ଫି ଉଠାଇବାରେ ବ୍ୟସ୍ତ ଥିଲେ । ତେବେ କାହିଁକି ଏଭଳି ଘଟଣା ଘଟିଲା, କେହି କିଛି ବୁଝିପାରୁନଥିଲେ ।

ଓଡ଼ିଆ ଷ୍ଟାରଙ୍କ ଏଭଳି ହାଇଡ୍ରାମାକୁ ନେଇ ହଟଚମଟ ପରେ ପ୍ରତିକ୍ରିୟା ରଖିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । OTVକୁ ପ୍ରକୃତି ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେବା ପରେ ସାମ୍ନାକୁ ଆସିଥିଲା ଘଟଣା । ପ୍ରକୃତିଙ୍କ ଅଭିଯୋଗ, ଉଭୟେ ଏୟାରପୋର୍ଟ ଯିବା ପାଇଁ ବାବୁସାନ ଆସିଥିଲେ ।ଏହି ସମୟରେ ରାସ୍ତାରେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁର ଗୁଣ୍ଡା ଧରି ଆକ୍ରମଣ କରିଥିଲେ । ବାବୁସାନଙ୍କୁ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍ କଲେ । ତାଙ୍କ ବାପା ଓ ଗୁଣ୍ଡାମାନେ ମିସବିହେଭ୍ କରିଛନ୍ତି । ଚୁଟି ଧରି ଭିଡ଼ାଭିଡ଼ି କରିଛନ୍ତି । ଗୋଟିଏ ପୁଅ ଓ ଗୋଟିଏ ଝିଅ ସାଙ୍ଗ ହେବା ଭୁଲ୍ କି ବୋଲି ପ୍ରଶ୍ନ କରିବା ସହ ଲିଗାଲ ଆକ୍ସନ ନେବି ବୋଲି କହିଛନ୍ତି ପ୍ରକୃତି ।

ସେହିପରି ବାବୁସାନ କହିଛନ୍ତି ତାଙ୍କର ଏକ ଫିଲ୍ମର ପ୍ରମୋସନ ପାଇଁ ଚେନ୍ନାଇ ଯିବା ପାଇଁ କାରରେ ଏୟାରପୋର୍ଟ ବାହାରୁଥିଲୁ । ରାସ୍ତାରେ ପତ୍ନୀ ହଠାତ୍ ଆସି ଆଟାକ୍ କଲେ । ଶ୍ୱଶୁର ବି ହାରାସ୍ କଲେ । ଏହା ଆଦୌ ଠିକ କଥା ନୁହେଁ ବୋଲି ବାବୁସାନ କହିବା ସହ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ସଂପୃକ୍ତ ନୁହଁନ୍ତି । ପ୍ରକୃତି ମୋର ଭଲ ସାଙ୍ଗ, ତା ସହ କଥା ହେଲେ ଅସୁବିଧା କଣ ବୋଲି ବାବୁସାନ ପ୍ରଶ୍ନ ଉଠାଇଛନ୍ତି ।

ଏହି ଘଟଣାକୁ ନେଇ ଏବେ ମୁହାଁମୁହିଁ ପ୍ରକୃତିଙ୍କ ପରିବାର ଏବଂ ତୃପ୍ତି ଶତପଥୀଙ୍କ ପରିବାର । ଝିଅକୁ ଆକ୍ରମଣ ଅଭିଯୋଗ ଆଣି ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି । ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ସେପଟେ ବାବୁସାନ ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ କଳି ଭିତରେ ପ୍ରକୃତି ମିଶ୍ର ହସ୍ତକ୍ଷେପ କରିବାରୁ ତୃପ୍ତି ବାଡ଼େଇଥିବା ମାନିଛନ୍ତି ତୃପ୍ତିଙ୍କ ମାଉସୀ । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ତଳେ ଘରକୁ ଯାଇ ପ୍ରକୃତିଙ୍କ ବାପାଙ୍କୁ ଜଣାଇଥିଲୁ । କିନ୍ତୁ ସେ ପାଲଟା ବାବୁସାନ ଏବଂ ପ୍ରକୃତିଙ୍କୁ ବୁଝାଇବାକୁ କହିଥିଲେ ବୋଲି କହିଛନ୍ତି ତୃପ୍ତିଙ୍କ ମାଉସୀ ।

ତେଣେ ପ୍ରକୃତିଙ୍କ ମାଙ୍କ ଏତଲା ଆଧାରରେ ଖାରବେଳନଗର ପୋଲିସ ମାମଲା ରୁଜୁ କରିବା ସହ ୫ଟି ଦଫା ଲଗାଇଛି । ଏଭଳି କଳି ଭିତରେ ଚେନ୍ନାଇ ଯାଇଥିବା ବାବୁସାନ ଓ ପ୍ରକୃତି ଫେରିବା ପରେ ମାମଲା କି ରୂପ ନେଉଛି, ଏବେ ତାକୁ ଅପେକ୍ଷା ।