• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୂର ହେବ ପତିପତ୍ନୀଙ୍କ ମନୋମାଳିନ୍ୟ । ବିବାଦର ଆପୋଷ ସମାଧାନ ହେବ । ଖୁବଶୀଘ୍ର ବାବୁସାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଥିବା ମନାନ୍ତରର ସମାଧାନ ହେବ । ତୃପ୍ତି ଶତପଥୀ ସ୍ୱାମୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି ରବି ମିଶ୍ର । ଉଭୟ ପରିବାରଙ୍କ ମିଳିତ ଉଦ୍ୟମ ତଥା ଆଲୋଚନା ପରେ ସମାଧାନର ବାଟ ବାହାରିଛି । ଖୁବ୍ ଶୀଘ୍ର ତୃପ୍ତି ବାବୁସାନ୍‌ଙ୍କ ବିରୋଧରେ କରିଥିବା କେସ୍‌ ଉଠାଇନେବେ ବୋଲି ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି ।

ସେପଟେ ଆଜି ଥାନାରେ ହାଜର ହୋଇଛନ୍ତି ଅଭିନେତା ବାବୁସାନ ମହାନ୍ତି । ପୋଲିସ ନୋଟିସ୍ ମୁତାବକ ବାବୁସାନ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଯାଇ ହାଜର ହୋଇଛନ୍ତି । ବାବୁସାନଙ୍କ ମାଆ ଓ ତାଙ୍କ ସହଯୋଗୀ ମଧ୍ୟ ଥାନାକୁ ଆସିଥିଲେ । ଅଭିନେତା ବାବୁସାନଙ୍କୁ ପ୍ରାୟ ୩୦ ମିନିଟ୍ ଧରି ପଚରାଉଚରା କଲା ପୋଲିସ । ବାବୁସାନ ସହଯୋଗ କରିଥିବା ଖାରବେଳନଗର ଥାନା IIC କହିଛନ୍ତି ।

ନୋଟିସ୍ ମୁତାବକ ବାବୁସାନ ଥାନାକୁ ଆସିଥିଲେ ବୋଲି ସେ କହିଛନ୍ତି । ବାବୁସାନଙ୍କୁ ଦୁଇଟି ମାମଲା ନେଇ ପଚରାଉଚରା କରାଯାଇଛି । ଆପୋସ ବୁଝାମଣା ପାଇଁ ଚାଲିଥିବା ଉଦ୍ୟମ ସମ୍ପର୍କରେ ମତ ରଖିଛନ୍ତି । ଏହା ଦୁଇ ପରିବାରର ବ୍ୟାପାର, ଏଥିରେ ଆମର କିଛି କରିବାର ନାହିଁ ବୋଲି କହିଛନ୍ତି ଖାରବେଳନଗର ଥାନା ଆଇଆଇସି । ତେବେ ରବି ମିଶ୍ରଙ୍କ ବୟାନ ପରେ ଖୁବ୍ ଶୀଘ୍ର ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ସମାଧାନ ହେବ ବୋଲି ଆଶା କରାଯାଉଛି।