/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659018845.jpg)
Babushaan Mohanty
ବାବୁସାନ ପାରିବାରିକ ବିବାଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ସେ ସୂଚନା ଦେଇଛନ୍ତି। ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି। ଘଟଣାକୁ ନେଇ ବାବୁସାନ ମଧ୍ୟ ଅନୁତାପ କରୁଥିବା ଧରଣୀଧର କହିଛନ୍ତି।ବାବୁସାନ ଅନୁତାପ କରୁଛନ୍ତି, ଘଟଣାର ପୁନରାବୃତ୍ତି ହେବନି କହିଛନ୍ତି। ଏଭଳି ଆଉ ହେବନି ବୋଲି ପରିବାରକୁ ଆଶ୍ୱାସନା ଦେଇଛନ୍ତି।
ଏପଟେ ଚେନ୍ନାଇରୁ ଫେରିବା ପରେ ସକାଳେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାବୁସାନ। ଆଜି ସେ ନିଜ ମାଆ ଅପରାଜିତା ମହାନ୍ତିଙ୍କ ସହିତ ଘରର ବାଲକୋନିକୁ ଆସିଥିଲେ। ସେତେବେଳେ ବାବୁସାନ କହିଥିଲେ ଯେ, ପରିବାର ପାଖରେ ଥିବାରୁ ଖୁସି ଅଛି। ଠିକ୍ ସମୟରେ ଠିକ୍ ଜିନିଷ କହିବି। ଏହା ସହିତ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପୁଣି ରାତିରେ ଗଣମାଧ୍ୟମ ସାମ୍ନାକୁ ଆସି କହିଥିଲେ ଯେ ଖୁବଶୀଘ୍ର ମିଡିଆକୁ ସବୁ କହିବି। ପୋଲିସ ଯେତେବେଳେ ଡାକିବ ସେ ଯିବେ। ପୋଲିସ୍ର ପଚରାଉଚରା ପରେ ଗଣମାଧ୍ୟମକୁ ସବୁ କହିବି ବୋଲି ବାବୁସାନ୍ କହିଛନ୍ତି। ଏଥିସହ ବାବୁସାନ କହିଛନ୍ତି, ପରିବାର ସହ ସେ ଶାନ୍ତିରେ ଅଛନ୍ତି। ତାଙ୍କ ପୁଅ ଖୁବ ଶୀଘ୍ର ତାଙ୍କ ପାଖକୁ ଆସିବ। ଫ୍ୟାନ୍ ଓ ସାମ୍ବାଦିକଙ୍କୁ ଘରକୁ ଫେରି ଯିବାକୁ ଅନୁରୋଧ କରିଛନ୍ତି ବାବୁସାନ୍।
ଭୁବନେଶ୍ୱରରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଟଣାଓଟରା କରିବାର ଭିଜୁଆଲ ଭାଇରାଲ ହେବା ପରେ ବାବୁସାନ ଚେନ୍ନାଇ ଯାଇଥିଲେ। ଏକ ଫିଲ୍ମର ପ୍ରମୋସନ ପାଇଁ ସେ ଚେନ୍ନାଇ ଯାଇଛନ୍ତି ବୋଲି କୁହାଯାଇଥିଲା। ଗତକାଲି ଚେନ୍ନାଇରୁ ଫେରି ସିଧା ନିଜ ଘରକୁ ଯାଇଥିଲେ ବାବୁସାନ।ପରିବାର ପକ୍ଷରୁ କୁହାଯାଇଥିଲା ତାଙ୍କ ଦେହ ଟିକେ ଭଲ ନାହିଁ। ଭଲ ହେବା ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ। ଆଜି ଘରର ବାଲକୋନିକୁ ଆସି ବାବୁସାନ କହିଛନ୍ତି, ଠିକ୍ ସମୟରେ ଠିକ୍ ଜିନିଷ କହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)