• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ପ୍ରକୃତି ମିଶ୍ର ମୋ ଭାଇର ଘର ଭାଙ୍ଗିଦେଇଛି’ । ଯେତିକି ବରବାଦ୍‌ କରିବାର ଥିଲା କରିଛି, ଏବେ ସେ ମୋ ଭାଇ ଠାରୁ ଦୂରେଇ ରୁହନ୍ତୁ । ସେ ଏବେ ତାଙ୍କ ବାଟରେ ଯାଉ, ମୋ ଭାଇ ତା’ ବାଟରେ ରହୁ । ଅଭିନେତ୍ରୀ ପ୍ରକୃତିଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ବର୍ଷିଛନ୍ତି ବମ୍ବେରେ ରହୁଥିବା ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ।

ସେ ଝିଅ ଯେ ପର୍ଯ୍ୟନ୍ତ ମୋ ଭାଇ ଲାଇଫରେ ଆସିନଥିଲା ସବୁ ଭଲ ଥିଲା ବୋଲି ସେ କହିଛନ୍ତି ।  ମୋ ଭାଉଜ ଭାରି ଭଲ । ଭାଇଭାଉଜଙ୍କ ସମ୍ପର୍କରେ ଆସିଥିବା ଭଟ୍ଟା ପାଇଁ କେବଳ ପ୍ରକୃତି ମିଶ୍ର ହିଁ ଦାୟୀ । ମୁଁ ବି ଜଣେ ଝିଅ । ଆଉ ଜଣେ ଝିଅକୁ ବଦନାମ୍‌ କରିବା ପାଇଁ ଚାହୁଁନି । ହେଲେ ପ୍ରକୃତି ମିଶ୍ର ପୂର୍ବରୁ ବାବୁସାନ୍‌ ଅନେକ ଝିଅଙ୍କ ସହ କାମ କରିଛି । ପ୍ରକୃତିଙ୍କ ଠାରୁ ଅଧିକ ଭଲ ଦେଖାଯାଉଥିଲା ଅଭିନେତ୍ରୀଙ୍କ ବିପକ୍ଷରେ କାମ କରିଛି । ହେଲେ ଏପରି କିଛି ହୋଇନି ।

ମୋ ଭାଇ ଭାରି ଭଲ ମଣିଷ । ହେଲେ ଖରାପ ସଙ୍ଗତରେ ପଡ଼ି ସେ ଏପରି ହେଉଛି । ସେ ଭାରି ସରଳ ବିଶ୍ୱାସୀ । ସେ ତା’ ବାପା, ମାଆ ଓ ସ୍ତ୍ରୀକୁ ବହୁତ ଭଲ ପାଏ । କିନ୍ତୁ ପ୍ରକୃତି ସମ୍ପର୍କରେ ଆସିବା ପରେ ସେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ଏପରିକି ସେ ତା କ୍ୟାରିଅର କିମ୍ବା ତା ହେଲ୍ଥକୁ ମଧ୍ୟ ଧ୍ୟାନ ଦେଉନି । ମୁଁ ଆଗରୁ ଗଲେ ସେ ନିଜ ହାତରେ ରୋଷେଇ କରି ଖାଇବାକୁ ଦେଉଥିଲେ । ମୋ ଭାଇ ବାବସାନ୍‌ ଓ ଏବେର ବାବୁସାନ୍‌ ମଧ୍ୟରେ ଖୁବ୍‌ ତଫାତ୍‌ । ପ୍ରକୃତି ମିଶ୍ର ଯେତିକ ବରବାଦ୍ କରିଛନ୍ତି, ସେତିକି କରନ୍ତୁ, ତାକୁ ଏବେ ଶାନ୍ତିରେ ରହିବାକୁ ଦିଅ ।

ପୂର୍ବରୁ ଅନେକ ଥର ଏନେଇ ବାବୁ ’ସହ ଆଲୋଚନା କରିଛନ୍ତି । ଭାଉଜ ତାଙ୍କୁ କେତେ ବୁଝେଇଛନ୍ତି । ଅନ୍ୟମାନେ ସମସ୍ତେ ଖୁବ୍‌ ବୁଝେଇଛନ୍ତି । ହେଲେ ସିଏ ଫସିଯାଇଛି, ବାହାରି ପାରୁନି । ସିଏ ଯେପରି ଭୟରେ ଥିବା ଲାଗୁଛି । ପ୍ରକୃତି ବାବୁକୁ ହାତ କାଟିଦେବି କହି ଅନେକ ଥର ଧମକ ଦେଉଥିବା ସେ କହିଛନ୍ତି ।

ଅନ୍ୟପଟେ ବାବାସାନ୍‌ଙ୍କ ଭଉଣୀ କହିଛନ୍ତି, ମନ୍ମଥ ମିଶ୍ରଙ୍କୁ ମଧ୍ୟ ଏସମ୍ପର୍କରେ କୁହାଯାଉଥିଲା । ମାର୍ଚ୍ଚ ୨ରେ ଉଭୟଙ୍କ ବୈବାହିକ ଜୀବନ ନଷ୍ଟ ହେଉଥିବା କହି ପ୍ରକୃତିକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ସେ ଓଲଟି ଆମକୁ ଦୁର୍ବ୍ୟବହାର କରୁଥିଲେ । ଆଉ ସେତେବେଳେ ମନ୍ମଥଙ୍କ ରେସପନ୍ସ ଜିରୋ ଥିଲା । ପିଲା ବଡ଼ ହେଲେ ଆମ ହାତରେ ନାହାନ୍ତି କହିଥିଲେ ମନ୍ମଥ ।

 

ସେ କହିଛନ୍ତି, ମୁଁ ବମ୍ବେରେ ରହେ । ତାଙ୍କର କେତେ ବୟଫ୍ରେଣ୍ଡ୍‌ ମୋତେ ଜଣା । ମୁଁ ଜାଣିଛି କିଛି ଗୋଟାଏ ବଡ଼ କଥା ରହିଛି । ସେ କାହାକୁ କହିପାରୁନି । ପ୍ରକୃତି ମିଶ୍ର ବାରମ୍ବାର ବାବୁସାନ୍‌ ପାଖକୁ ଆସୁଥିଲା । ତୋ ପୁଅ ପାଖକୁ ଯାଆନା ବୋଲି ମଧ୍ୟ କହୁଥିଲେ । ସେ ହିଁ ଏହି ଝଗଡ଼ା ପାଇଁ ଦାୟୀ ।