• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହୁବଲୀର ‘କଟପ୍ପାଙ୍କୁ’କରୋନା । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏବଂ ପ୍ରିୟଦର୍ଶନଙ୍କ ପରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଦିଗଜ୍ ଅଭିନେତା ସତ୍ୟରାଜ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫିଲ୍ମ 'ବାହୁବଲୀ'ରେ କଟପ୍ପା ଭୂମିକାରେ ଅଭିନୟ କରି ସାରା ଦୁନିଆର ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ସତ୍ୟରାଜଙ୍କୁ ଏବେ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସତ୍ୟରାଜ କରୋନା ସଂକ୍ରମିତ ହୋଇଥିବା ନେଇ ଚଳଚ୍ଚିତ୍ର ନିର୍ମାତା ବାମସି ଶେଖର ଟ୍ୱିଟରରେ ସୂଚନା ଦେଇଛନ୍ତି। ଏହା ସହିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଅଭିନେତ୍ରୀ ତ୍ରିଶା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ହସ୍ପିଟାଲରେ ଭର୍ତ୍ତି

କରୋନା ସଂକ୍ରମିତ ସତ୍ୟରାଜ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାନୁଆରୀ ୭ ସନ୍ଧ୍ୟାରେ ଅଭିନେତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ସତ୍ୟରାଜ୍‌ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବର୍ତ୍ତମାନ କୌଣସି ସୂଚନା ନାହିଁ । କୋଭିଡ -19 ସଂକ୍ରମିତ ହେବା ପରେ ସତ୍ୟରାଜଙ୍କୁ ପ୍ରଥମେ ଘରେ ରଖାଯାଇଥିଲା । ତେବେ ସଂକ୍ରମଣର ଗୁରୁତର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ସତ୍ୟରାଜଙ୍କୁ ୬୭ବର୍ଷ ବୟସ

ସତ୍ୟରାଜ ୨୨ ବର୍ଷ ବୟସରେ ସିନେମାରେ ଡେବ୍ୟୁ କରିଥିଲେ । ତାଙ୍କୁ ବର୍ତ୍ତମାନ ୬୭ ବର୍ଷ ବୟସ । ସେ ୧୯୭୮ରେ ଚଳଚ୍ଚିତ୍ର 'ସତମ୍ ଏନ୍ କୟିଇଲ୍' ସିନେମାରେ ଡେବ୍ୟୁ କରିଥିଲେ । ତାପୂର୍ବରୁ ସେ ଦୀର୍ଘ ସମୟ ଧରି ଜଣେ ପ୍ରଡକ୍ସନ୍ ମ୍ୟାନେଜର ଭାବରେ ମଧ୍ୟ କାମ କରୁଥିଲେ । ମୁଖ୍ୟ ଅଭିନେତା ଭାବରେ ତାଙ୍କର ପ୍ରଥମ ସିନେମା ୧୯୮୫ରେ ମୁକ୍ତିଲାଭ କରିଥିଲା, ସିନେମାର ନାଁ ଥିଲା 'ସାବି'  । ତାମିଲ ଏବଂ ତେଲୁଗୁ ସିନେମା ବ୍ୟତୀତ ସତ୍ୟରାଜ ବଲିଉଡରେ ମଧ୍ୟ କାମ କରିଛନ୍ତି । ସେ 'ଚେନ୍ନାଇ ଏକ୍ସପ୍ରେସ'ରେ ଦୀପିକା ପାଦୁକୋନଙ୍କ ବାପା ଚରିତ୍ରରେ ନଜର ଆସିଥିଲେ।