Advertisment

କ୍ୟାନ୍ସରରେ ଚାଲିଗଲେ ଏହି କମେଡିଆନ୍; ଅଭିନୟରେ ହସେଇ ହସେଇ କରୁଥିଲେ ବେଦମ

ନିଜର ଅଭିନୟର ଚାତୁରିରେ ଯିଏ ଦିନେ ସମସ୍ତଙ୍କୁ ହସାଉଥିଲେ ଆଜି ସିଏ ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ବରିଷ୍ଠ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Atul parchure funeral raj Thackeray reached at atul parchure house

Atul parchure funeral raj Thackeray reached at atul parchure house

ଦିନେ ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ବରିଷ୍ଠ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି। ଅତୁଲ ପରଚୁରେ କ୍ୟାନ୍ସର ସହ ଲଢି ଲଢି ଶେଷରେ ୫୭ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ମୁମ୍ବାଇର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅକ୍ଟୋବର ୧୪ରେ ତାଙ୍କ ଦେହାନ୍ତ ଘଟିଛି।

Advertisment

ଗତ ବର୍ଷ ତାଙ୍କ ଲିଭର୍‌ରେ ଏକ ୫ ସେଣ୍ଟିମିଟରର ଟ୍ୟୁମର୍‌ ଥିବା ଜଣାପଡିଥିଲା। ପରେ ଚିକିତ୍ସା କରିବା ସତ୍ତ୍ୱେ ଏହା ଅଧିକ ବିଗିଡିଥିଲା। ଏପରିକି କିଛି ଦିନରେ ସେ ଚାଲିବା ଆଉ କଥା କହିବାରେ ବି ସମସ୍ୟା ଉପୁଜିଥିଲା। ତଥାପି ସେ ଅଭିନୟ ଜାରି ରଖିଥିଲେ।

ମରାଠୀ ସିନେମାରେ ଅତୁଲ ପରଚୁରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ, ଯିଏକି ଅନେକ ହିନ୍ଦୀ ଟେଲିଭିଜନ ଶୋ ଏବଂ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ 'ଦି କପିଲ ଶର୍ମା' କମେଡି ଶୋ’ରେ ଏକ ସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ। ରାଜ ଠାକ୍‌ରେ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅତୁଲ ପରଚୁରେଙ୍କ ବାସଭବନରେ ପହଞ୍ଚିଥିଲେ।

Advertisment

ପପୁଲାର ଟିଭି ଶୋ' କପିଲ୍ ଶର୍ମା ନାଇଟ୍‌ ସମେତ ଏକାଧିକ ଟିଭି ଓ ଥିଏଟର ଓ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଛି। ହିନ୍ଦୀ ଫିଲ୍ମ ପାର୍ଟନର, ଅଲ୍ ଦ ବେଷ୍ଟ, ଖଟା ମିଠା, ବୁଢ଼ା ହୋଗା ତେରା ବାପ୍ ଭଳି ଫିଲ୍ମରେ ତାଙ୍କ ଚମତ୍କାର କମେଡି ଟାଇମିଂକୁ ଦେଖିଛନ୍ତି ଦର୍ଶକ। ସେ 'ଆର.କେ ଲକ୍ଷ୍ମଣ କି ଦୁନିୟା', 'ଜାଗୋ ମୋହନ ପ୍ୟାରେ', 'ୟମ୍‌ ହେ ହମ୍‌', 'ବଡି ଦୂର୍ ସେ ଆଏ ହେ', ଭଳି ଅନେକ ମରାଠୀ ସିରିଏଲ ଏବଂ ଲୋକପ୍ରିୟ କମେଡି ଶୋ’ରେ ତାଙ୍କର ଅଭିନୟ ଦକ୍ଷତା ଦେଖିବାକୁ ମିଳେ।

ଅଭିନେତା ଶ୍ରେୟସ ତଲପଡେ ମଧ୍ୟ ଅତୁଲ ପରଚୁରେଙ୍କ ଅନ୍ତିମ ସଂସ୍କାରକୁ ଆସିଥିଲେ। ଏହି ସମୟରେ ସେ ଅତୁଲଙ୍କ ସହ ଜଡିତ ସ୍ମୃତି ବାଣ୍ଟିଥିଲେ। ଶ୍ରେୟସ କହିଥିଲେ,”ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଯେଉଁ କଳାକାର ସମସ୍ତଙ୍କୁ ହସାଉଥିଲେ ସେ ଏମିତି ଚାଲିଯିବେ।” ଶ୍ରେୟସ ପୁଣି କହିଥିଲେ, “ଅତୁଲଙ୍କ ‘ବିଲୁ ବାରବର’ରେ ଏକ ଦୃଶ୍ୟ ଅଛି, ଯେତେବେଳେ ବି ମୁଁ ଦୁଃଖରେ ଥାଏ ମୁଁ ସେହି ଦୃଶ୍ୟ ଦେଖେ।”

Comedy
Advertisment
Advertisment