Advertisment

Jawan: 'ଜବାନ'ର ଏକ ସିକ୍ୱେଲ ତିଆରି କରିବାର ଚିନ୍ତା ମୋ ମନରେ ଅଛି, କିନ୍ତୁ… : ଏଟଲୀ

'ଜବାନ'ର ସଫଳତା ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଏଟଲୀ ସ୍ପଷ୍ଟ କରିଛନ୍ତି ଯେ ସେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ କରିବେ। ଏନେଇ କିଛି ସମୟ ଲାଗିଲେ ମଧ୍ୟ ସେ ନିଶ୍ଚିତ ଭାବରେ 'ଜବାନ୍ ୨' ଆଣିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଫିଲ୍ମର ସିକ୍ୱେଲ ମଧ୍ୟ ଶାହରୁଖ ଖାନଙ୍କ ସହ କରିବେ।

author-image
Pramod Behera
Atlee says will definitely make jawan-2 with Shahrukh Khan

Atlee says will definitely make jawan-2 with Shahrukh Khan

'ଜବାନ'ର ଅଦ୍ଭୁତପୂର୍ବ ସଫଳତା ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଏଟଲୀ ସ୍ପଷ୍ଟ କରିଛନ୍ତି ଯେ ସେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ କରିବେ। ଏନେଇ କିଛି ସମୟ ଲାଗିଲେ ମଧ୍ୟ ସେ ନିଶ୍ଚିତ ଭାବରେ 'ଜବାନ୍ ୨' ଆଣିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଫିଲ୍ମର ସିକ୍ୱେଲ ମଧ୍ୟ ଶାହରୁଖ ଖାନଙ୍କ ସହ କରିବେ। ତେବେ ଏଟଲୀ ଏପର୍ଯ୍ୟନ୍ତ କୌଣସି ତାରିଖ କହିବାକୁ ମନା କରି ଦେଇଛନ୍ତି।

Advertisment

ଜଣେ ନିର୍ଦ୍ଦେଶକ ଭାବେ ଏଟଲୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ରାଜା ରାନୀ, ଥେରି, ମର୍ସାଲ ଏବଂ ବିଗିଲ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ସେ ବର୍ତ୍ତମାନ 'ଜବାନ' ସହିତ ବଲିଉଡରେ ବିସ୍ଫୋରକ ଡେବ୍ୟୁ କରିଛନ୍ତି। 'ଜବାନ'ର ଜବରଦସ୍ତ ସଫଳତା ମଧ୍ୟରେ ଏଟଲୀ ଏକ ସାକ୍ଷାତକାରରେ ଏହାର ସିକ୍ୱେଲ୍‌ ବିଷୟରେ କହିଛନ୍ତି। ଶାହରୁଖଙ୍କ ସହ ‘ଜବାନ୍ ୨’ କୁ ନେଇ ଆଲୋଚନା କରିବାର ପ୍ରଶ୍ନ ଉପରେ ସେ କହିଛନ୍ତି, “ମୋର ପ୍ରତ୍ୟେକ ଫିଲ୍ମର ଶେଷ ଓପନ ହୋଇଥାଏ। ‘ଜବାନ୍’ରେ ମଧ୍ୟ ସେମିତି ହୋଇଛି।”

ଏହି ସାକ୍ଷାତକାରରେ ସେ କହିଛନ୍ତି “ମୁଁ ଫିଲ୍ମର ସିକ୍ୱେଲ ତିଆରି କରିବା ଭାବି ଏମିତି କରିନାହିଁ। ତେବେ, 'ଜବାନ'ର ଏକ ସିକ୍ୱେଲ ତିଆରି କରିବାର ଚିନ୍ତା ମୋ ମନରେ ଅଛି। ଯେତେବେଳେ ବି ଏକ ଭଲ ଆଇଡିଆ ଆସିବ ମୁଁ ଏହାର ଦ୍ୱିତୀୟ ଭାଗ କରିବି। ମୁଁ ବର୍ତ୍ତମାନ କିମ୍ବା ପରେ 'ଜବାନ୍'ର ଏକ ସିକ୍ୱେଲ୍ ନେଇ ଆସିପାରେ। ମୁଁ ବର୍ତ୍ତମାନ କୌଣସି ଟାଇମଲାଇନ୍ ଦେଇପାରିବି ନାହିଁ କିନ୍ତୁ ହଁ, ଦିନେ ମୁଁ ନିଶ୍ଚିତ ଭାବରେ ‘ଜବାନ’ର ଏକ ସିକ୍ୱେଲ ଆଣିବି।

Advertisment

ଶାହରୁଖ ଖାନଙ୍କ ଫିଲ୍ମ 'ଜବାନ' ଶନିବାର ଦିନ ବକ୍ସ ଅଫିସରେ ୧୦ ଦିନ ପୂରଣ କରିଛି। 'ଜବାନ' ଶନିବାର ପର୍ଯ୍ୟନ୍ତ ସାରା ବିଶ୍ୱରେ ୭୦୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିଛି। ଏହି ଫିଲ୍ମର ମୋଟ ରୋଜଗାର ୧୦ ଦିନରେ ୭୩୫ କୋଟି ଟଙ୍କାରେ ପହଞ୍ଚିଛି। ଘରୋଇ ବକ୍ସ ଅଫିସ୍ ବିଷୟରେ କହିବାକୁ ଗଲେ, ୧୦ ଦିନରେ 'ଜବାନ'ର ମୋଟ ସଂଗ୍ରହ ହେଉଛି ୪୪୦ କୋଟି ଟଙ୍କା।

Bollywood Atlee Atlee Bollywood Debut Shahrukh Khan
Advertisment
Advertisment