/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652780380.jpg)
tridha choudhury fashionable looks and western dresses
ପ୍ରକାଶ ଝା’ଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ଉଭୟ ସିଜନ୍ର ସଫଳତା ପରେ ଏହାର ତୃତୀୟ ସିଜିନ୍ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଦର୍ଶକମାନେ ଏହାର ଟ୍ରେଲର୍କୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି। ଏହାକୁ ଦେଖିବା ପରେ, ୱେବ୍ ସିରିଜ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି।
ଯଦିଓ ‘ଆଶ୍ରମ ୩’ରେ ସେହି ପୁରୁଣା ଚରିତ୍ରମାନେ ଅଛନ୍ତି ଯେଉଁମାନେ ଏହାର ପ୍ରଥମ ଏବଂ ଦ୍ୱିତୀୟ ସିଜନ୍ରେ ଥିଲେ, କିନ୍ତୁ ତୃତୀୟ ଭାଗରେ, ଈଶା ଗୁପ୍ତାଙ୍କୁ ନୂଆ ଭାବେ ଦେଖିବାକୁ ମିଳିବ। ତେବେ ‘ଆଶ୍ରମ ୩’ର ଟ୍ରେଲର୍ ରିଲିଜ୍ ହେବା ପରେ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ପୂର୍ବ ଦୁଇ ସିଜନ୍ରେ ଦେଖାଯାଇଥିବା ତ୍ରିଧା ଚୌଧରୀଙ୍କୁ ଟ୍ରେଲରରେ କେବଳ ଝଲକ ଦେଖାଯାଇଛି। ଆଶ୍ରମର ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ବବିତା ଭାବି (ତ୍ରିଧା ଚୌଧରୀ)ଙ୍କ ସହ ବାବା ନିରାଲାଙ୍କ ରୋମାନ୍ସ ଦେଖିବାକୁ ପାଇବେ, କିନ୍ତୁ ଟ୍ରେଲର୍ରେ ସେପରି କିଛି ଦୃଶ୍ୟମାନ ଦେଖିବାକୁ ମିଳେନି। କିନ୍ତୁ ଏସବୁ ଭିତରେ ମଧ୍ୟ ତ୍ରିଧା ଚୌଧରୀଙ୍କ ଗ୍ଲାମରସ୍ ଏବଂ ଷ୍ଟାଇଲିସ୍ ଲୁକ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଆଶ୍ରମ ୱେବ୍ ସିରିଜ୍ରେ ବୋଲ୍ଡ ଲୁକ୍ ପାଇଁ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଆଜିକାଲି ସେ ନିଜ ଲୁକ୍କୁ ନେଇ ବୋବାଲ କରୁଛନ୍ତି। ଏହି ଫଟୋରେ ଅଭିନେତ୍ରୀ ଏକ କ୍ରିଷ୍ଟଲ୍ ଡ୍ରେସ୍ ପିନ୍ଧି ବହୁତ ହଟ୍ ଲାଗୁଛନ୍ତି। ଏହି ଡ୍ରେସ୍ ସହିତ ଏହାକୁ ମ୍ୟାଚିଂ କଲା ଭଳି କାନଫୁଲ ମଧ୍ୟ ସେ ପିନ୍ଧିଛନ୍ତି। ଧଳା ଏବଂ କଳା ବିକିନିରେ ତ୍ରିଧା ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି।
ଦିୱାନା କରୁଛନ୍ତି ଆଶ୍ରମ ଫେମ୍ ବବିବା ଭାବିସେହିପରି ଅନ୍ୟ ଫଟୋରେ ତ୍ରିଧା ଏକ ଗୋଲ୍ଡେନ୍ ରଙ୍ଗର ବିକିନି ଏବଂ କଳା ମୋନୋକନୀରେ ଖୁବ ଗ୍ଲାମରସ୍ ଦେଖାଯାଉଛନ୍ତି। ତ୍ରିଧା ‘ଆଶ୍ରମ’ ବ୍ୟତୀତ କରଣ ମଲହୋତ୍ରାଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ଶମଶେରା’ରେ ମଧ୍ୟ ନଜର ଆସିବେ।
ତ୍ରିଧା ଚୌଧରୀଙ୍କ ଗ୍ଲାମର୍ ଲୁକ୍/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)