• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଆଜି ବି ଝୁଲିଲା ଆର୍ୟନ ଖାନ୍‌ଙ୍କ ଜାମିନ୍ ଆବେଦନ । ବମ୍ବେ ହାଇକୋର୍ଟରେ ଦ୍ୱିତୀୟ ଦିନ ପାଇଁ ଜାମିନ୍ ଆବେଦନର ଶୁଣାଣି ହୋଇଥିଲା । ଯାହାକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ । ଆସନ୍ତା ୨୯ ତାରିଖ ଯାଏଁ ଯଦି ଆର୍ୟନଙ୍କୁ ଜାମିନ୍ ନମିଳେ, ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ । ନଭେମ୍ବର ୧-୧୪ ଯାଏଁ ଦୀପାବଳି ଛୁଟି ଯୋଗୁଁ କୋର୍ଟ ବନ୍ଦ ରହିବ ।

ତେବେ ଶ୍ରୀ ରୋହତୋଗୀଙ୍କ କହିଛନ୍ତି ଯେ, ଅଭିଯୁକ୍ତ ଆର୍ୟନ୍‌ଙ୍କ ବୟସ ମାତ୍ର ୨୩ ବର୍ଷ । ତାଙ୍କର ପରିପକ୍ୱତା ଆସି ନାହିଁ । ତେଣୁ ତାଙ୍କୁ ବାରମ୍ବାର କୋର୍ଟ ଟ୍ରାଏଲର ସମ୍ମୁଖୀନ ହେବାକୁ ନ ଦିଆଯାଉ । ତାଙ୍କୁ ରିହାବ ସେଣ୍ଟରକୁ ପଠାଯାଉ । ସେଠାରେ ତାଙ୍କର ହାବ ଭାବ ପରିବର୍ତ୍ତନ ହେବ । ଖାଲି ସେତିକି ନୁହେଁ ଆର୍ୟନ୍‌ ଖାନ୍‌ଙ୍କ ବିରୋଧରେ ଏନ୍‌ସିବି ଲଗାଇଥିବା ସମସ୍ତ ଅଭିଯୋଗକୁ ଶ୍ରୀ ରୋହତୋଗୀ ଖଣ୍ଡନ କରିଛନ୍ତି । ଏମିତିକି ଆର୍ୟନ୍‌ ଡ୍ରଗ୍ସ ସେବନ କରିଥିବା ମଧ୍ୟ ପ୍ରମାଣ ନାହିଁ କିମ୍ବା ତାଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇଥିବା ନେଇ କୋର୍ଟଙ୍କ ପାଖରେ ପ୍ରମାଣ ନାହିଁ ବୋଲି ସେ କହିଛନ୍ତି ।

ମେଡିକାଲ ଟେଷ୍ଟରେ ମଧ୍ୟ ଆର୍ୟନ୍‌ ଡ୍ରଗ୍ସ ନେଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏନ୍‌ସିବି ଯେଉଁ ତଥ୍ୟ ଦେଇଛି ସେଥିରେ ଆର୍ୟନ୍‌ଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନାହିଁ । ତେଣୁ ତାଙ୍କୁ ତୁରନ୍ତ ବେଲ୍‌ ମିଳିବା କଥା ବୋଲି ଯୁକ୍ତି ବାଢ଼ିଛନ୍ତି ମୁକୁଲ ରୋହତୋଗୀ ।

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗୀଙ୍କ ଏଭଳି ବୟାନ୍‌ ସମସ୍ତଙ୍କୁ ଆଚମ୍ବିତ କରିଛି । ଆର୍ୟନ୍‌ଙ୍କ ବେଲ୍‌ ପାଇଁ କିଙ୍ଗ୍ ଖାନ୍‌ ଚାତକ ଭଳି ଚାହିଁ ରହିଥିବା ବେଳେ ତାଙ୍କ ଓକିଲ କେମିତି ଏଭଳି କଥା କହିପାରୁଛନ୍ତି । ଯଦି କୋର୍ଟ ଟ୍ରାଏଲ୍‌ ନହେବ ତାହାଲେ ଆର୍ୟନ୍‌ଙ୍କୁ ବେଲ୍‌ ମିଳିବ କେମିତି ? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।

ଏହାରି ଭିତରେ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ୍ ଚାଟ୍ । ଯେଉଁଥିରେ ଉଠିଛି ଗଞ୍ଜେଇ ଓ କୋକେନ୍ କଥା । ସେପଟେ ପାଓ୍ୱାର-ପଲିଟିକ୍ସ ମଧ୍ୟରେ ଘାଣ୍ଟି ହେଉଛନ୍ତି ଏନ୍‌ସିବିର ସିଙ୍ଘମ ସମୀର ୱାଙ୍ଖଡେ । ସେ ଏବେ ଦିଲ୍ଲୀରେ ଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୁରା ପରିବାର ।