Advertisment

Jatra Artists Controversy: ତୁଟିବ କି ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦ? ଆଜି ବୈଠକ

ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

jatra party

jatra party

Advertisment

ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ପଡ଼ିବ କି ଯବନିକା। ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିବ। ଏଥିରେ ସମସ୍ତ କଳାକାରଙ୍କୁ ଡକାଯାଇଛି । ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ହେବ। ଏନେଇ କଳାକାର ସଂଘର କର୍ମକର୍ତ୍ତା ବାପି ପଣ୍ଡା ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

ଏହାର ଶୀଘ୍ର ସମାଧାନ ପାଇଁ କଳାକାର ସଂଘ ବୈଠକ ବସିବ। ତେବେ ଏହି ବୈଠକରେ କେଉଁ ଦିଗ ଉପରେ ଆଲୋଚନା ହୋଇପାରେ ତା’ ଉପରେ ସମସ୍ତଙ୍କ ନଜର ରହିଛି । କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ପଛର ଅସଲ କାରଣ କ’ଣ ?

Advertisment

ବୈଠକରେ ଅଭିନେତା ପୀୟୂଷଙ୍କ ପ୍ରସଙ୍ଗ ଉଠିପାରେ? ନରି ପଣ୍ଡାଙ୍କୁ ବ୍ୟାନ ପ୍ରସଙ୍ଗରେ ଆଲୋଚନା ହୋଇପାରେ ? ଆଇପିଏଲ ଢଙ୍ଗରେ କଳାକାର ନିଲାମୀ ପ୍ରସଙ୍ଗରେ ହୋଇପାରେ ଆଲୋଚନା । କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ବାହାରିପାରେ ମଝି ରାସ୍ତା ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Jatra Artistes Protest Jatra Artistes Jollywood Actors Jatra Party Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ