Jatra Controversy
ଥମିବାର ନାଁ ଧରୁନି ଯାତ୍ରା ବିବାଦ। ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢୀଙ୍କ ବିରୋଧରେ କଳାକାର କାହ୍ନାଙ୍କ ବିସ୍ଫୋରକ ବୟାନ । ସଞ୍ଜୀବ ପାଢୀ ମୋତେ ମାରିଦେଇଥାନ୍ତେ ବୋଲି ଅଭିଯୋଗ କରିଛନ୍ତି କାହ୍ନା । ଆହୁରି ସଂଗୀନ ଅଭିଯୋଗ ଆଣି କାହ୍ନା କହିଛନ୍ତି, "ବିଭିନ୍ନ ପାର୍ଟିକୁ ଭାଙ୍ଗିଦେବାକୁ ଏବଂ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ସଞ୍ଜୀବ ପାଢୀ ।" ତେବେ ଏନେଇ ସଞ୍ଜୀବ ପାଢୀଙ୍କ ପ୍ରତିକ୍ରିୟା ମିଳିପାରିନି ।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବିବାଦରେ ରହିଆସିଛି ଯାତ୍ରା ସିଂହବାହିନୀ । ଯାତ୍ରା ସିଂହବାହିନୀ ମାଲିକଙ୍କଠୁ ଅଗ୍ରୀମ ଟଙ୍କା ସହ ଦାମୀଗାଡି ନେଇଥିବା ନେଇ ଅଭିନେତା ପୀୟୂଷଙ୍କ ନାଁରେ ଅଭିଯୋଗ ଆସିଥିଲା । ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ ପୀୟୂଷ । ଓଟିଭିକୁ ପ୍ରତିକ୍ରିୟା ଦେଇ ପୀୟୁଷ କହିଥିଲେ,"ଯାତ୍ରା ସିଂହବାହିନୀ ମାଲିକଙ୍କ ସହିତ ଚୁକ୍ତି ହୋଇଥିଲା। ତାଙ୍କଠୁ ଟଙ୍କା ନେଇଥିବା କଥା ସତ, କିନ୍ତୁ ତାଙ୍କ ପାର୍ଟିକୁ ଯିବି ବୋଲି ଜଗନ୍ନାଥଙ୍କ ନାଁରେ ଜମାରୁ ରାଣ ଖାଇନି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us