Advertisment

ପୁଣି ମା’ ହେବେ ଅର୍ଜୁନ ରାମପାଲ୍‌ଙ୍କ ମଡେଲ ଗାର୍ଲଫ୍ରେଣ୍ଡ୍ ଗାବ୍ରିଏଲା

ଅର୍ଜୁନ ରାଜପାଲଙ୍କ ଗର୍ଲଫ୍ରେଣ୍ଡ ତଥା ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡେମେଟ୍ରିଏଡସ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଅର୍ଜୁନ କିନ୍ତୁ ଅର୍ଜୁନ ଚତୁର୍ଥ ଥର ପାଇଁ ବାପା ହେବା ହେବେ। ଏହା କେମିତି ହେଲା ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Arjun Rampal Girlfriend Pregnant Again

Arjun rampal girlfriend gabriella demetriades announces second pregnancy

Advertisment

ଅଭିନେତା ଅର୍ଜୁନ ରାମପାଲ ତାଙ୍କ ବୃତ୍ତିଗତ ଜୀବନକୁ ନେଇ କମ ଚର୍ଚ୍ଚାରେ ରହୁଥିଲେ ବି ତାଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ବ୍ୟକ୍ତିଗତ ଜୀବନ ହେତୁ ଏଥର ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି। ଅର୍ଜୁନ ରାଜପାଲଙ୍କ ଗର୍ଲଫ୍ରେଣ୍ଡ ତଥା ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡେମେଟ୍ରିଏଡସ୍ ତାଙ୍କ ନୂଆ ପୋଷ୍ଟରେ କହିଛନ୍ତି ଯେ ସେ ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି।

Advertisment

ସୋସିଆଲ ମିଡିଆରେ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ସୂଚନା ଦେଇ କରି ଗାବ୍ରିଏଲା ମଧ୍ୟ ନିଜ ବେବି ବମ୍ପର କିଛି ବିଶେଷ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଶେୟାର୍ କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ରିଅଲିଟି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ?” ମ୍ୟାଟରନିଟି ଫଟୋସୁଟରେ ଗାବ୍ରିଏଲାଙ୍କୁ ଦେଖି ପ୍ରଶଂସକମାନେ ତାଙ୍କୁ ଏବଂ ଅର୍ଜୁନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ପ୍ରକାଶଥାଉ ଯେ, ୧୮ ଜୁଲାଇ ୨୦୧୯ରେ ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ପୁଅ ଆରିକ ରାମପାଲଙ୍କୁ ସ୍ୱାଗତ କରିଥିଲେ। ତେବେ ଗାବ୍ରିଏଲା ଏବେ ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଥିବା ବେଳେ ଅର୍ଜୁନ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି।

Advertisment

ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ତେବେ ୧୯୯୮ରେ ଅର୍ଜୁନ ସୁପରମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ। ଏହି ବିବାହରୁ ଦୁଇ ଝିଅ ମହିକା ଏବଂ ମାୟରା ଜନ୍ମ ହୋଇଥିଲେ। ମହିକା ୨୦୦୨ରେ ଜନ୍ମ ହୋଇଥିବାବେଳେ ମାୟରା ୨୦୦୫ ରେ ଜନ୍ମଗ୍ରହଣ କରିଥିଲେ।

ତେବେ ଦୁଃଖର କଥା ଯେ ବିବାହର ୨୧ ବର୍ଷ ପରେ ଦୁହେଁ ପରସ୍ପରଠାରୁ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ। ମେହେର ଅଲଗା ହେବା ପରେ ଅର୍ଜୁନ ତାଙ୍କ ଗର୍ଲଫ୍ରେଣ୍ଡ ଏବଂ ପିଲାମାନଙ୍କ ସହିତ ଅଲଗା ରହିବା ଆରମ୍ଭ କରିଥିଲେ। ଉଭୟ ପ୍ରାୟ ୭ ବର୍ଷ ହେବ ଏକାଠି ଅଛନ୍ତି।

Bollywood Arjun Rampal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ