/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633165321.jpg)
Arjun Kapoor show off his abs muscles
ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ନିଜ ଫିଟ୍ନେସ୍କୁ ସାରା ଦୁନିଆ ସାମ୍ନାରେ ଦେଖଉଛନ୍ତି। କଠିନ ପରିଶ୍ରମ ଓ ଘଣ୍ଟା ଘଣ୍ଟା ବ୍ୟାୟାମ କରି ସେ ଖୁବ୍ ସୁନ୍ଦର ବଡି ଓ ମସଲ୍ସ କରିଛନ୍ତି। ବାସ୍ତବରେ ଏହି ପରିଶ୍ରମ ଲୋକଙ୍କୁ ମଧ୍ୟ ଦେଖେଇବାର ଅଛି। ସେ ତାଙ୍କର ଏକ ଫଟୋରେ ଟ୍ରେଡ୍ମିଲ୍ ଉପରେ ଦୌଡୁଥିବା ଅବସ୍ଥାରେ ଏକ ଫଟୋ ଶେୟାର କରି ଏହି କଥା କହିଛନ୍ତି।
ବଡି ବନଉଛନ୍ତି ଅର୍ଜୁନ କପୁର; ଲୋକେ ଫିଦାଅର୍ଜୁନ ଟ୍ରେଡ୍ମିଲରେ ଦୌଡୁଥିବା ବେଳେ ନିଜର ସାର୍ଟଲେସ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଅର୍ଜୁନଙ୍କର ଖୁବ ଭଲ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସେ ଏହାକୁ ଶେୟାର କରି ଲେଖିଛନ୍ତି ଯେ- ସପ୍ତାହନ୍ତ ଯୋଜନା। ପରିଶ୍ରମ, ପରିଶ୍ରମ ଓ ପରିଶ୍ରମର ଫଳ ସମସ୍ତଙ୍କୁ ଦେଖେଇବା ପାଇଁ। ମସଲ୍ସ ଦେଖେଇଥିବା ତାଙ୍କର ଏହି ଫଟୋରେ ଅନେକ ସେଲିବ୍ରିଟି ଓ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିଛନ୍ତି।
ବଡି ବନଉଛନ୍ତି ଅର୍ଜୁନ କପୁର; ଲୋକେ ଫିଦାଆଲିମ୍ ହାକିମ୍ ଲେଖିଛନ୍ତି ଯେ “ନିଆଁ ହିଁ ନିଆଁ।” ସେହିପରି ଦୀୟା ମିର୍ଜା 'WooHooo' ଲେଖି ତାଙ୍କ ପରିଶ୍ରମକୁ ତାରିଫ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ପରିଶ୍ରମର ଫଳ ବହୁତ ସୁନ୍ଦର।” ସେହିପରି ଆଉ ଜଣେ ଲେଖିଛନ୍ତି “ପୂରା ପ୍ରେରଣାଦାୟକ।” ଅନେକ ଲୋକ ମଧ୍ୟ ଏହି ଫଟୋରେ ଅର୍ଜୁନ କପୁରଙ୍କ କାନ୍ଧକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Also Read
କିଛିଦିନ ପୂର୍ବରୁ ଅର୍ଜୁନ ସୋସିଆଲ୍ ମିଡିଆରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓ ତାଙ୍କ ଦୁଇ ଭଉଣୀ ଜାହ୍ନବୀ କପୁର ଓ ଅଂଶୁଲା କପୁର ତ ପ୍ରଶଂସା କରିଥିଲେ, ଏହା ସହିତ ତାଙ୍କ ପ୍ରେମିକା ମଲାଇକା ଅରୋରା ମଧ୍ୟ ପ୍ରଭାବିତ ହୋଇଥିବା ନଜର ଆସିଥିଲେ। ସେ ଏକ ହାତର ଇମୋଜୀ ସହିତ ଅର୍ଜୁନ ଫିଟନେସ୍କୁ ସଲାମ କରିଥିଲେ।
ଅର୍ଜୁନ କପୁର ଶେଷଥର ପାଇଁ ଫିଲ୍ମ ‘ଭୂତ ପୁଲିସ୍’ରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ବ୍ୟତୀତ ସୈଫ୍ ଅଲ୍ଲୀ ଖାନ୍, ଜ୍ୟାକଲିନ୍ ଫର୍ଣ୍ଣାଡିସ୍ ଓ ୟାମୀ ଗୌତମ ଥିଲେ। ଫିଲ୍ମକୁ ଉଭୟ ସମାଲୋଚକ ଓ ଦର୍ଶକଙ୍କର ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା। ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ଏକ ଭିଲେନ୍ ରିଟର୍ଣ୍ଣ୍ସ’ ରହିଛି। ଏହା ଏକ ମଲ୍ଟିଷ୍ଟାରର ଫିଲ୍ମ ହୋଇଥିବା ବେଳେ ଏଥିରେ ଅର୍ଜୁନଙ୍କ ସହିତ ଦିଶା ପାଟନୀ, ତାରା ସୁତାରିୟା ମଧ୍ୟ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)