Advertisment

ଅର୍ଚ୍ଚନା ପୁରନଙ୍କ ଖୁଲାସା; ବଲିଉଡ୍‌ର ଏହି ନାୟିକା ଛଡେଇନେବେ ତାଙ୍କ ଆସନ

‘ଦି କପିଲ ଶର୍ମା ଶୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ବଦଳରେ ଅର୍ଚ୍ଚନା ପୁରନ୍ ସିଂହଙ୍କୁ ବିଚାରପତି ଭାବରେ ନିଆଯାଇଥିଲା। ଅନେକ ସମୟରେ କୁହାଯାଏ ସିଦ୍ଧୁଙ୍କ ଠାରୁ ଅଭିନେତ୍ରୀଙ୍କ ଚେୟାର ବିପଦରେ ଅଛି। କିନ୍ତୁ, ବର୍ତ୍ତମାନ ଅର୍ଚ୍ଚନା ନିଜେ କହିଛନ୍ତି ଯେ ସିଦ୍ଧୁଙ୍କ ଠାରୁ ନୁହେଁ ବରଂ ଅନ୍ୟ କେହି ନାୟିକାଙ୍କ ଠାରୁ ତାଙ୍କ ଚେୟାର ପ୍ରତି ବିପଦ ରହିଛି।

ଅଦ୍ୟତନ ହୋଇଛି
Archana Puran Singh

Archana Puran Singh reveals who can replace her in the Kapil Sharma Show

Advertisment

ବଲିଉଡ୍‌ ଅଭିନେତ୍ରୀ ତଥା 'ଦି କପିଲ ଶର୍ମା ଶୋ'ର ଜଜ୍ ଅର୍ଚ୍ଚନା ପୁରନ୍ ସିଂହ ନିଜର ହସ ପାଇଁ ସାରା ଦେଶରେ ଜଣାଶୁଣା। କପିଲ ଶର୍ମାଙ୍କ ପୂରା ଶୋ’ ଅର୍ଚ୍ଚନାଙ୍କ ହସରେରେ ପୂରିଥାଏ। ଏହି ଅଭିନେତ୍ରୀ ଅନେକ କମେଡି ରିଆଲିଟି ଶୋ’ର ବିଚାରପତି ଭାବେ ରହିବା ପରେ ୨୦୧୯ରେ ‘ଦି କପିଲ ଶର୍ମା ଶୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ବଦଳରେ ତାଙ୍କୁ ବିଚାରପତି ଭାବରେ ନିଆଯାଇଥିଲା।

Advertisment

ଏମିତିରେ ବି ଅନେକ ସମୟରେ ସୋସିଆଲ ମିଡିଆ ରେ ମିମ ଭାଇରାଲ ହୋଇଥାଏ ଯେ ନବଜୋତ ସିଂହ ସିଦ୍ଧୁଙ୍କ ଠାରୁ ଅଭିନେତ୍ରୀଙ୍କ ଚେୟାର ବିପଦରେ ଅଛି। କିନ୍ତୁ, ବର୍ତ୍ତମାନ ଅର୍ଚ୍ଚନା ନିଜେ କହିଛନ୍ତି ଯେ ସିଦ୍ଧୁଙ୍କ ଠାରୁ ନୁହେଁ ବରଂ ଅନ୍ୟ ଦିଗରୁ ତାଙ୍କ ଚେୟାର ପ୍ରତି ବିପଦ ରହିଛି। ତେବେ ସେ କିଏ, ଆସନ୍ତୁ ଜାଣିବା।

ନିକଟରେ ହୋଇଥିବା ଏକ ଏପିସୋଡ୍‌ରେ ଅର୍ଚ୍ଚନା ପୁରନ୍ ସିଂହ କହିଛନ୍ତି ଯେ ବଲିଉଡର ବରିଷ୍ଠ ଅଭିନେତ୍ରୀଙ୍କ ଠାରୁ ତାଙ୍କ ଚେୟାର ବିପଦରେ। ସେ କହିଛନ୍ତି ଯେ କେବଳ ବଲିଉଡ ଅଭିନେତ୍ରୀ କାଜୋଲ ହିଁ ଶୋ’ରେ ତାଙ୍କ ଜାଗା ନେଇପାରିବେ କାରଣ ସେ କ୍ଳାନ୍ତ ନ ହୋଇ ଘଣ୍ଟା ଘଣ୍ଟା ଧରି ହସି ​​ପାରିବେ। ପ୍ରକାଶଥାଉ ଯେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ସଲାମ୍‌ ଭେଙ୍କି'ର ପ୍ରମୋସନ ପାଇଁ କାଜୋଲ ‘ଦି କପିଲ ଶର୍ମା ଶୋ’କୁ ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: କପିଲ ଶର୍ମା ସୋ’ରେ ବୋନି କପୁରଙ୍କ ଭିନ୍ନ ଅନ୍ଦାଜ୍‌, ଅକ୍ଷୟ କୁମାରଙ୍କୁ କଲେ ସମାଲୋଚନା !

ଏପିସୋଡ୍‌ରେ ଶୋ’ର ହୋଷ୍ଟ କପିଲ୍ 'ସଲାମ ଭେଙ୍କି'ର ଷ୍ଟାର୍‌ କାଷ୍ଟ୍‌ - କାଜୋଲ ଦେବଗାନ, ରେବତୀ ଏବଂ ବିଶାଲ ଜେଠୱାଙ୍କ ନିକଟରେ ପହଞ୍ଚିଥିଲେ। କପିଲ କାଜୋଲଙ୍କୁ ପ୍ରଶଂସା କରି କହିଥିଲେ ଯେ ଯେତେବେଳେ ବି ସେ ଶୋ’କୁ ଆସନ୍ତି, ତାଙ୍କୁ ନ ଚାହିଁବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡେ। ଜୟଜୟ ସଚ୍ଚନ ଏବଂ ରାଜୀବ ଠାକୁର ସେଟ୍‌ରେ ଥିବା ଅତିଥିମାନଙ୍କୁ ମନୋରଞ୍ଜନ କରିବା ପାଇଁ ଜୟବିଜୟ ସଚନ୍ ଓ ରାଜୀବ ଠାକୁର କାଜୋଲଙ୍କ ସବୁଠାରୁ ପ୍ରସିଦ୍ଧ ଚଳଚ୍ଚିତ୍ର 'କୁଛ କୁଛ ହୋତା ହୈ'ର ଏକ ଦୃଶ୍ୟକୁ ରିକ୍ରିଏଟ୍ କରିଥିଲେ।

Advertisment

ଯେତେବେଳେ ଜୟବିଜୟ ସଚନ, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କ ମିମିକ୍ରୀ କରି 'କୁଛ କୁଛ ହୋତା ହୈ'ର ସଂଳାପ କହିଲେ, ସେତେବେଳେ କାଜୋଲଙ୍କ ହସ ଆଉ ବନ୍ଦ ହେଲାନି। କାଜୋଲ କହିଛନ୍ତି ଯେ ଯେତେବେଳେ ବି ସେ ଏହି ଶୋ’କୁ ଆସନ୍ତି, ସେତେବେଳେ ସେ ବହୁତ ଖୁସି ହୁଅନ୍ତି।

କାଜୋଲ କହିଛନ୍ତି- 'ମୁଁ ଏଠି ଏତେ ଜୋରରେ ହସେ ଯେ ମୋ ଗାଲରେ ଯନ୍ତ୍ରଣା ଆରମ୍ଭ ହୁଏ। ତା’ପରେ ମୁଁ ପୁଣି ଭାବେ କିପରି ବନ୍ଦ ନକରି ୩ ଘଣ୍ଟା ଧରି ମୁଁ ହସିପାରିବି। ଏହାପରେ କାଜୋଲଙ୍କ କଥା ଶୁଣି ଅର୍ଚ୍ଚନା କୁହନ୍ତି ଯେ, “ଯଦି ବି କେହି ମୋ ଆସନ ଛଡେଇ ନେଇପାରିବ ତେବେ ସେ ଆଉ କେହି ନୁହେଁ, କେବଳ କାଜୋଲ୍।”

Bollywood Archana Puran Singh Kajol Devgan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ