Advertisment

ଟ୍ରୋଲ୍ ଓ ଡ୍ରଗ୍ସକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତକଲେ ଅରବାଜ ଖାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ଖୋଲାଖୋଲି ଟ୍ରୋଲ୍‌ ସହ ଡ୍ରଗ୍ସ କାରବାର ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଟ୍ରୋଲ୍‌ ହୁଅନ୍ତି, ସେମାନଙ୍କୁ କେତେ ମାନସିକ ଏବଂ ବୃତ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡେ ତାହା କଳ୍ପନା କରିବା କଷ୍ଟକର।

author-image
Pramod Behera
ଟ୍ରୋଲ୍ ଓ ଡ୍ରଗ୍ସକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତକଲେ ଅରବାଜ ଖାନ

Arbaaz Khan

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ସଲମାନ ଖାନଙ୍କ ଭାଇ ଅରବାଜ ଖାନ ଖୋଲାଖୋଲି ଟ୍ରୋଲ୍‌ ସହ ଡ୍ରଗ୍ସ କାରବାର ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଟ୍ରୋଲ୍‌ ହୁଅନ୍ତି, ସେମାନଙ୍କୁ କେତେ ମାନସିକ ଏବଂ ବୃତ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡେ ତାହା କଳ୍ପନା କରିବା କଷ୍ଟକର। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ଷ୍ଟାର୍‌ ସୋସିଆଲ ମିଡିଆରେ ସାଙ୍ଘାତିକ ଭାବେ ଟ୍ରୋଲ୍‌ ହୋଇଥିଲେ।

Advertisment

ତାଙ୍କର ଏକ ସାକ୍ଷାତକାରରେ ଅରବାଜ ଖାନ କହିଛନ୍ତି ଯେ ବଲିଉଡରେ ବହୁ ପରିମାଣରେ ଡ୍ରଗ୍ସ ବ୍ୟବହାର ଅଭିଯୋଗ କରିବା ଗୋଟିଏ ଅଭିଯାନର ଏକ ଅଂଶ ପାଲଟି ଯାଇଛି। ଇଣ୍ଡିଆନ୍ ଏକ୍ସପ୍ରେସ ସହ କଥାବାର୍ତ୍ତା କରି ଅରବାଜ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ପ୍ରଫେସନ୍‌ ଏଭଳି ଅଛି ଯାହାକୁ ସବୁଠାରୁ ଅଧିକ ସମ୍ମାନ ମିଳୁଛି। ତାହାହେଲା କ୍ରିକେଟ୍ ଏବଂ ଅଭିନୟ। କ୍ରିକେଟର ଏବଂ ଷ୍ଟାରଙ୍କୁ ସୁରକ୍ଷା ଦିଆଯାଉଥିଲା। ତେବେ ଆଜି ମଧ୍ୟ କ୍ରିକେଟରମାନେ ସୁରକ୍ଷାକୁ ଉପଭୋଗ କରୁଥିବା ବେଳେ ଷ୍ଟାର୍‌ମାନଙ୍କୁ ନେଇ ବିଭିନ୍ନ ସମୟରେ ଖୁଲାସା ହେଉଛି। ଗୋଟିଏ ଅଭିଯାନ ଅଧୀନରେ ଏହିସବୁ କରାଯାଉଛି।

Advertisment

ଅରବାଜ ଖାନ ଆହୁରି କହିଛନ୍ତି ଯେ ଏହିସବୁ ଉଦ୍ଦେଶ୍ୟମୂଳକ ଭାବରେ କରାଯାଉଛି, କାରଣ ଏହା ହୋଇପାରିବ ନାହିଁ ଯେ ଶହେ ବର୍ଷ ଧରି ଯାହା ଘଟୁଛି ଗୋଟିଏ ଦିନରେ ହଠାତ୍ ବଦଳିଗଲା। ଏଭଳି ସବୁ ଉସକେଇବା ଏବଂ ଯୋଜନା ଭାବରେ କରାଯାଇଥାଏ। ଲୋକଙ୍କୁ ଟ୍ରୋଲ୍‌ କରିବା ବିଷୟରେ ଅରବାଜ କହିଛନ୍ତି ଯେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ପାଖରେ ଜଣେ କିମ୍ବା ଦୁଇଜଣ ଅନୁସରଣକାରୀ ଅଛନ୍ତି, ବୋଧହୁଏ ସେଥିପାଇଁ ସେମାନେ ଆକାଉଣ୍ଟ ଖୋଲିଛନ୍ତି। ଏପରି ହୋଇ ନାହିଁ ଯେ କାହାର ୬୦ ଲକ୍ଷ ଅନୁସରଣକାରୀ ଅଛନ୍ତି ଏବଂ ସେମାନଙ୍କର ଆକାଉଣ୍ଟ ଯାଞ୍ଚ ହୋଇଛି ଏବଂ ସେମାନେ ଟ୍ରୋଲିଂ କରୁଛନ୍ତି। ଏହା କିଛି ଭିତ୍ତିହୀନ, ଯେଉଁଠାରେ ଠିକ ଏବଂ ଭୁଲର କୌଣସି ଅର୍ଥ ନାହିଁ। ଅରବାଜ କହିଛନ୍ତି ଯେ ଲୋକମାନେ ଏପରି ଭିତ୍ତିହୀନ ଅଭିଯୋଗକୁ ଗମ୍ଭୀରତାର ସହ ନେଉଛନ୍ତି। କିନ୍ତୁ ପରିବାର ଲୋକ ଏବଂ ବନ୍ଧୁମାନେ ସମ୍ବାଦରେ ଯାହା କୁହାଯାଉଛି ତାହା ସତ କି ନାହିଁ ଜାଣିବା ପାଇଁ ପୋନ୍ କରିବା ଆରମ୍ଭ କରିଦିଅନ୍ତି।

ଅର୍‌ବାଜ୍‌ ଖାନ୍‌ଙ୍କ କାମର କଥା ଯଦି କୁହାଯାଏ ତେବେ ବୁଧବାର ଠାରୁ ‘ଚାଟ୍ ଶୋ ପିଚ୍‌ର ଦ୍ୱିତୀୟ ସିଜନ’ରେ ତାଙ୍କୁ ଦେଖିବାକୁ ମିଳିବ। ତାଙ୍କ ଶୋ’ରେ ପ୍ରଥମ ଅତିଥି ହେଉଛନ୍ତି ତାଙ୍କ ଭାଇ ସଲମାନ ଖାନ। ଏହା ବ୍ୟତୀତ କିଆରା ଆଡଭାନୀ, ଫରହାନ ଅଖତର, ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ, ରାଜକୁମାର ରାଓ ଏବଂ ଫରାହ ଖାନ ମଧ୍ୟ ଆସିବେ।

Bollywood Actor Bollywood Arbaaz Khan
Advertisment
Advertisment