Advertisment

ବୟକଟ୍ ସଂସ୍କୃତିକୁ ଅନୁରାଗ କାଶ୍ୟପଙ୍କ ନାପନ୍ଦ; କହିଲେ ଆମେ ଏକ ଅଜବ ସମୟରେ ଅଛୁ

ବଲିଉଡ୍‌କୁ ଏବେ ଘାରିଛି ବୟକଟ୍ ଭୟ। ବର୍ତ୍ତମାନ ପରିସ୍ଥିତିରେ ଫିଲ୍ମ କରିବାକୁ ଡର ଲାଗୁଛି ବୋଲି କହିଛନ୍ତି ଜଣାଶୁଣା ସିନେ ନିର୍ମାତା ଅନୁରାଗ କାଶ୍ୟପ। ରାଜନୀତି ଓ ଧର୍ମକୁ ନେଇ ଫିଲ୍ମ ତିଆରି କରିହେଉନି ବୋଲି ସେ କହିଛନ୍ତି।

author-image
Pramod Behera
Anurag Kashyap raised voice on boycott culture

Anurag Kashyap raised voice on boycott culture

ଅନୁରାଗ କାଶ୍ୟପ ଆମ ଦେଶର ଜଣେ ମହାନ ଚଳଚ୍ଚିତ୍ର ନିର୍ମାତା। ଅନୁରାଗ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ବିଶ୍ୱ ମଞ୍ଚରେ ବଲିଉଡକୁ ଏକ ସ୍ୱତନ୍ତ୍ର ନାଁ ଦେଇଛନ୍ତି। କିନ୍ତୁ ଆଜିକାଲି ସମସ୍ତଙ୍କର ବୟକଟ୍‌କୁ ନେଇ ଭୟ ସୃଷ୍ଟି ହୋଇଛି। ଚଳଚ୍ଚିତ୍ର ନିର୍ମାତାମାନେ ଆଜିକାଲି କୌଣସି ସାମାଜିକ, ରାଜନୈତିକ, ଧାର୍ମିକ ପ୍ରସଙ୍ଗରେ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି, କାରଣ ସେମାନଙ୍କ ଫିଲ୍ମ ବୟକଟ୍ ହୋଇଯିବନି ତ?

Advertisment

'ବ୍ଲାକ୍ ଫ୍ରାଇଡେ', 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ଭଳି ଜବରଦସ୍ତ ଚଳଚ୍ଚିତ୍ର ନିର୍ମାଣ କରିଥିବା ଅନୁରାଗ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦୋ ବାରା'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାପସୀ ପନ୍ନୁଙ୍କ ଅଭିନୀତ ଏହି ଥ୍ରୀଲର ଚଳଚ୍ଚିତ୍ର ଅଗଷ୍ଟ ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି।

ଅନୁରାଗ କାଶ୍ୟପ କହିଛନ୍ତି ଯେ ଯଦି ଆଜିର ଦିନରେ ମୋତେ 'ବ୍ଲାକ୍ ଫ୍ରାଇଡେ', 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ପଡିବ ତେବେ ବୋଧହୁଏ ମୁଁ ଏହାକୁ ତିଆରି କରି ପାରିବି ନାହିଁ। କାରଣ ମୁଁ ଦେଖିଛି, ମୁଁ ଚେଷ୍ଟା କରିଛି, ମୁଁ ଅନେକ ସ୍କ୍ରିପ୍ଟ ମଧ୍ୟ ଲେଖିଛି କିନ୍ତୁ ରାଜନୀତି କିମ୍ବା ଧର୍ମ ବିଷୟରେ ଫିଲ୍ମ ନେବାକୁ କେହି ନାହାଁନ୍ତି।

Advertisment

ଭୟକୁ ନେଇ ଅନୁରାଗ କାଶ୍ୟପ କହିଛନ୍ତି, “ଏହାର ପ୍ରଭାବ ସବୁଠାରେ ଅଛି। ଯଦି କୌଣସି ଶକ୍ତିଶାଳୀ ଲୋକ ଏକ ଦୃଢ ସ୍ୱରକୁ ସମର୍ଥନ କରିବାକୁ ଯଦି ଦୃଢ ଲୋକ ନ ରହିବେ ତେବେ ଜଣେ କିପରି ଏହି ଦେଶରେ ଚଳଚ୍ଚିତ୍ର ନିର୍ମାଣ କରିପାରିବ? ଲୋକମାନେ ଭୟ କରୁଛନ୍ତି, ଯେତେବେଳେ ଏପରି ବିଷୟକୁ ଗ୍ରହଣ କରିବାକୁ କେହି ନାହାଁନ୍ତି ତେବେ ଜଣେ କିପରି ଚଳଚ୍ଚିତ୍ର ନିର୍ମାଣ କରିବ? ଆଜିର ଯୁଗରେ ଯଦି ଆପଣଙ୍କର କିଛି କହିବାକୁ ଅଛି, ତେବେ ଆପଣ କିପରି ଚଳଚ୍ଚିତ୍ର ନିର୍ମାଣ କରିବେ? '

ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍‌କୁ ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ୨୦୨୦ରେ ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ଏକ ସାମାଜିକ ତଥା ରାଜନୈତିକ ଆନ୍ଦୋଳନ ନ୍ୟାୟ ଦାବି କରିବାକୁ ଲାଗିଲା, ଯାହା ଏବେ ବି ‘ବୟକଟ୍ ବଲିଉଡ୍‌’ କରାଯାଉଥିବା ଦେଖାଯାଉଛି।

ଅନୁରାଗ କହିଛନ୍ତି, ଆମୀର ଖାନଙ୍କ 'ଲାଲ ସିଂହ ଚଡ୍‌ଢା' ଏବଂ ଅକ୍ଷୟ କୁମାରଙ୍କ 'ରକ୍ଷାବନ୍ଧନ' ମୁକ୍ତିଲାଭ କରିବାକୁ ପ୍ରସ୍ତୁତ କିନ୍ତୁ ସୋସିଆଲ ମିଡିଆରେ କିଛି ଲୋକ ବୟକଟ୍‌ର କଥା ଉଠେଇଛନ୍ତି। ଆଜିକାଲି ଦେଶରେ ବୟକଟ୍ ସଂସ୍କୃତି ପ୍ରାଧାନ୍ୟ ବିସ୍ତାର କରିଛି, ଯେଉଁଠାରେ ସିଧାସଳଖ କାହାକୁ ହ୍ୟାସ୍‌ଟ୍ୟାଗ୍‌ କରାଯାଉଛି। ଆମେ ବଡ ଅଜବ ସମୟରେ ବାସ କରୁଛୁ।”

ସେ ଆହୁରି କହିଛନ୍ତି ଯେ ଦୁଇ ବର୍ଷ ପରେ ମଧ୍ୟ ସୁଶାନ୍ତ ସିଂହ ରାଜପୁତ ଟ୍ରେଣ୍ଡ୍‌ କରୁଛନ୍ତି। ଏସବୁକୁ ବୟକଟ୍ କରିବାରେ ଅଛି। ଏହା କେବଳ ଏକ ଦିଗ ନୁହେଁ, ରାଜନୈତିକ ଦଳ ହେଉ କି କ୍ରିକେଟ୍ ଦଳ ହେଉ ସମସ୍ତଙ୍କୁ ବୟକଟ୍ କରିଦେବା। ଯଦି ତୁମକୁ ବୟକଟ୍ କରାଯାଉ ନାହିଁ, ଏହାର ଅର୍ଥ ତୁମର କିଛି ଗୁରୁତ୍ୱ ନାହିଁ।”

Bollywood Anurag Kashyap
Advertisment
Advertisment