Advertisment

ଭୁଲ କରିଦେଲେ ଅଭିନେତା ଅନୁପମ ଖେର୍; ଲୋକ କହିଲେ ନକଲି ହିନ୍ଦୁ

ବିଜୟାଦଶମୀର ଶୁଭ ଅବସରରେ ବଲିଉଡ ଅଭିନେତା ଅନୁପମ ଖେର୍‌ ମଧ୍ୟ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି ଏବଂ ତାଙ୍କୁ ଟ୍ରୋଲ୍‌ କରାଯାଉଛି। ଲୋକେ ତାଙ୍କୁ କହୁଛନ୍ତି ନକଲି ହିନ୍ଦୁ। ହେଲେ କାହିଁକି…

author-image
Pramod Behera
Anupam kher wish ram navami on dussehra netizens called fake hindu

Anupam kher wish ram navami on dussehra netizens called fake hindu

ଆଜି ସାରା ଦେଶରେ ଦଶହରାର ମାହୋଲ। ବିଜୟାଦଶମୀର ଏହି ଶୁଭ ଅବସରରେ ସମସ୍ତେ ଉତ୍ସବମୁଖର ହେଉଥିବା ବେଳେ ବଲିଉଡର ଅନେକ ସେଲିବ୍ରେଟି ମଧ୍ୟ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ ଅଭିନେତା ଅନୁପମ ଖେର୍‌ ମଧ୍ୟ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି ଏବଂ ତାଙ୍କୁ ଟ୍ରୋଲ୍‌ କରାଯାଉଛି।

Advertisment

ଅନୁପମ ଖେର ଦଶହରା ବଦଳରେ ‘ରାମନବମୀ’ର ଅଭିନନ୍ଦନ ଜଣାଇଥିଲେ। ପ୍ରକାଶଥାଉ ଯେ ଭାରତ୍ରେ ବର୍ଷକୁ ୪ଟି ନବରାତ୍ରୀ ପାଳନ କରାଯାଏ। ଶରଦ ନବରାତ୍ରୀ, ଚୈତ୍ର ନବରାତ୍ରୀ, ମାଘ ନବରାତ୍ରୀ ଓ ଆଷାଢ ନବରାତ୍ରୀ। ବର୍ତ୍ତମାନ ଶରଦ ବା ଶାରଦୀୟ ନବରାତ୍ରୀ ଚାଲିଛି। ସେହିପରି ରାମନବନୀ ସମୟରେ ଚୈତ୍ର ନବରାତ୍ରୀ ପାଳନ କରାଯାଏ।

ଅନୁପମ ଖେର କେବଳ ଜଣେ ଉଚ୍ଚକୋଟିର ଅଭିନେତା ନୁହନ୍ତି, ସେ ଜଣେ କାଶ୍ମୀରୀ ପଣ୍ଡିତ ଏବଂ ସେ ସବୁବେଳେ ପରମ୍ପରା ଏବଂ ହିନ୍ଦୁ ପରିଚୟକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ତାଙ୍କର ରାଜନୈତିକ, ଧାର୍ମିକ ଏବଂ ସାମାଜିକ ମନ୍ତବ୍ୟ ଅନେକ ଚର୍ଚ୍ଚା ସୃଷ୍ଟି କରିଛି। କିନ୍ତୁ ଏଥର ସେ ନିଜେ ପ୍ରଶଂସକଙ୍କ ଟାର୍ଗେଟ୍‌କୁ ଆସିଯାଇଛନ୍ତି।

Advertisment
Anupam kher wish ram navami on dussehra netizens called fake hinduମହାନବମୀକୁ ରାମନବମୀ କହି ଟ୍ରୋଲ୍ ହେଲେ ଅନୁପମ ଖେର୍

ବାସ୍ତବରେ, ଗତକାଲି, ଶାରଦୀୟ ନବରାତ୍ରୀର ମହାନାବମୀ ଦିନ ଅନୁପମ ଖେର ଟ୍ୱିଟ୍‌ କରି କହିଥିଲେ, “ଆପଣ ସମସ୍ତଙ୍କୁ ରାମ ନବମୀର ହାର୍ଦ୍ଦିକ ଅଭିନନ୍ଦନ! ଜୟ ଶ୍ରୀ ରାମ! #HappyRamNavmi.”। ଯେତେବେଳେ ସେ ‘ମହାନବମୀ’ ବଦଳରେ ‘ରାମ ନବମୀ’ କହି ଅଭିନନ୍ଦନ ଜଣାଇଲେ, ଲୋକମାନେ ତାଙ୍କୁ ନକଲି ହିନ୍ଦୁ ବୋଲି କହି ଟ୍ରୋଲ୍‌ କରିବା ଆରମ୍ଭ କରିଦେଲେ।

ଅନୁପମ ଖେର୍‌ଙ୍କ ଟ୍ୱିଟ୍‌ରେ ଜଣେ ବ୍ୟକ୍ତି ଲେଖିଛନ୍ତି, "ରାମନବମୀ ହେଉଛି ଶ୍ରୀରାମ ଚନ୍ଦ୍ରଙ୍କର ଜନ୍ମଦିନ। ଏହା ଚୈତ୍ର ନବରାତ୍ରୀର ନବମୀ ଏବଂ ଜନ୍ମଦିନ ବର୍ଷରେ ଗୋଟିଏ ଦିନ ହିଁ ହୋଇଥାଏ। ଅଶ୍ୱିନ ମାସର ନବରାତ୍ରୀର ନବମୀଙ୍କୁ ମହାନାବମୀ କୁହାଯାଏ। ମୁଣ୍ଡକୁ ଦେଖିଲେ ତ ବୁଦ୍ଧିମାନ ପରି ଲାଗୁଛି, ଚୁଟି ତ ନାହିଁ, ତଥାପି ପାନିଆଁ ମାର, ରକ୍ତ ସଂଚାଳନ ବୃଦ୍ଧି ହେବ, ଅଭିନୟ ଭଲ ହେବ। କିନ୍ତୁ ବାସ୍ତବ ଜୀବନରେ ର ଆପଣ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ଜୟ ଶ୍ରୀରାମ ମଧ୍ୟ କହୁଛନ୍ତି, କିନ୍ତୁ ଶ୍ରୀରାମଙ୍କ ଜନ୍ମଦିନ କେବେ ଜଣା ନାହିଁ।” ଏହାଛଡା ଅନେକ ଲୋକ ତାଙ୍କୁ ନକଲି ହିନ୍ଦୁ ବୋଲି କହି ଟ୍ରୋଲ୍‌ କରୁଛନ୍ତି।

Bollywood Anupam Kher Dussehra Ram Navami
Advertisment
Advertisment