Advertisment

ଅନୁପମ ଖେର୍‌ଙ୍କ ଜବରଦସ୍ତ ବଡି ଦେଖି ଆପଣ ବି କାବା ହେଇଯିବେ

ଅନୁପମ ଖେର୍‌ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଏହି ଫଟୋରେ ସେ ଟୋନ୍‌ଡ ବଡି ଦେଖେଇଛନ୍ତି। ଜନ୍ମଦିନ ଅବସରରେ ସେ ତାଙ୍କ ଫିଟ୍‌ନେସ୍ ସ୍ୱପ୍ନକୁ ନେଇ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Anupam Kher shares his latest body transformation photos

Anupam Kher shares his latest body transformation photos

ମୁମ୍ବାଇ: ଭେଟେରାନ୍ ଅଭିନେତା ଅନୁପମ ଖେର୍‌ଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ଅନୁପମଙ୍କ ପରିବର୍ତ୍ତନ ଦେଖି ଆପଣ ମଧ୍ୟ ଏମିତି କହିବାକୁ ବାଧ୍ୟ ହେବେ। ଆଜି ଅନୁପମ ଖେର ୬୭ ବର୍ଷରେ ପାଦ ଦେଇଛନ୍ତି। ଏ ବୟସରେ ବି ତାଙ୍କ ଉତ୍ସାହ, ଶକ୍ତି ଏବଂ ଅଭିନୟ ଆଗରେ ଯୁବପିଢି ବି ଫିକା ପଡିଯିବେ।

Advertisment

ଅନୁପମ ତ ପ୍ରାୟ ସମୟରେ ସୋସିଆଲ ମିଡିଆରେ ପ୍ରେରଣାଦାୟକ ଭିଡିଓ ଶେୟାର କରନ୍ତି, କିନ୍ତୁ ୬୭ତମ ଜନ୍ମଦିନରେ ଅନୁପମ ଖେର୍‌ ଇନଷ୍ଟାଗ୍ରାମରେ ନିଜର ଯେଉଁ ଫଟୋ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଏହି ଫଟୋରେ ସେ ଟୋନ୍‌ଡ ବଡି ଦେଖେଇଛନ୍ତି। ଜନ୍ମଦିନ ଅବସରରେ ସେ ତାଙ୍କ ଫିଟ୍‌ନେସ୍ ସ୍ୱପ୍ନକୁ ନେଇ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

ଅନୁପମ ଖେର ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ତାଙ୍କର ଫିଟ୍‌ନେସ୍ ଟ୍ରାନ୍ସଫର୍ମେସନର ଏହି ଫଟୋ ଶେୟାର କରି କ୍ୟାପ୍‌ସନ୍‌ରେ ତାଙ୍କ ମନର କଥା ଲେଖିଛନ୍ତି। ସେ ଲେଖିଛନ୍ତି ଯେ "ମତେ ଜନ୍ମଦିନର ଶୁଭେଚ୍ଛା! ଆଜି ମୁଁ ମୋର ୬୭ ତମ ବର୍ଷ ଆରମ୍ଭ କରିବାବେଳେ ମୁଁ ନିଜ ପାଇଁ ଏକ ନୂଆ ଦର୍ଶନ ଉପସ୍ଥାପନ କରିବାକୁ ଉତ୍ସାହିତ ଅଛି।

Advertisment

ସେ ଲେଖିଛନ୍ତି ଯେ “ମୋର କ୍ୟାରିଅର୍ ସାରା, ମୁଁ ଜଣେ କଳାକାର ଭାବରେ ପ୍ରତ୍ୟେକ ରାସ୍ତାକୁ ଅନୁସନ୍ଧାନ କରିବାକୁ ଚେଷ୍ଟା କରିଛି। କିନ୍ତୁ ଆଉ ଏକ ସ୍ୱପ୍ନ ଯାହା ସବୁବେଳେ ମୋ ଭିତରେ ଥିଲା, କିନ୍ତୁ ଏହାକୁ ବାସ୍ତବତାରେ ପରିଣତ କରିବା ପାଇଁ କେବେବି କିଛି କରି ନଥିଲି।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୋର ସ୍ୱପ୍ନ ଥିଲା ଯେ ନିଜ ଫିଟ୍‌ନେସକୁ୍‌ ଗମ୍ଭୀରତାର ସହ ନେଇ ନିଜକୁ ବେଷ୍ଟ୍ ଭର୍ସନ ଭାବେ ଦେଖିବି ଆଉ ତାକୁ ଅନୁଭବ କରିବି। ମୁଁ ମୋର ଫିଟ୍‌ନେସ୍ ଯାତ୍ରାରେ ଯିବା ଆରମ୍ଭ କରିଛି। ମୁଁ ମୋର ଏହି ଯାତ୍ରାକୁ ଆପଣମାନଙ୍କ ସହିତ ଶେୟାର କରିବାକୁ ଚାହେଁ।”

ସୋସିଆଲ ମିଡିଆରେ ଅନୁପମ ଖେରଙ୍କ ଏହି ଫଟୋଗୁଡ଼ିକ ନେଟେନିଜେନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନୁପମ ଖେରଙ୍କ ଏହି ପୋଷ୍ଟରେ ତାଙ୍କ ପୁଅ ସିକନ୍ଦର ଖେର୍‌ ପ୍ରଥମ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ବାପା।” ଆଉ ଜଣେ ପ୍ରଶଂସକ ମଧ୍ୟ ଲେଖିଛନ୍ତି ଯେ “ଆପଣ ପ୍ରକୃତରେ ନୂଆ ପିଢିଙ୍କ ପାଇଁ ଏକ ପ୍ରେରଣା”। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ଚଳଚ୍ଚିତ୍ର ସଂଘର୍ଷ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସଂଗ୍ରାମ ପର୍ଯ୍ୟନ୍ତ, ଆପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣା”।

Bollywood Anupam Kher
Advertisment
Advertisment