Advertisment

କପିଲ ଶର୍ମାଙ୍କୁ ନେଇ ଭିଡିଓରେ ସତ ଉଗାରିଲେ ଅନୁପମ ଖେର୍‌

'ଦ କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦର ଅଛନ୍ତି କପିଲ୍ ଶର୍ମା। ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ନିର୍ଦ୍ଦେଶକ। କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଅନୁପମ ଖେର୍। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Anupam Kher on Kapil Sharma show controversy

Anupam Kher on Kapil Sharma show controversy

ମୁମ୍ବାଇ: ଟିଭିର ଲୋକପ୍ରିୟ ରିଆଲିଟି ଶୋ’ 'ଦି କପିଲ ଶର୍ମା ଶୋ' ଆଜିକାଲି ବିବାଦରେ ଛନ୍ଦି ହୋଇପଡିଛି। ଶୋ’କୁ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍‌କୁ ଯିବା ନେଇ ମନା କରିଦେଇଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମାଙ୍କ ଉପରେ ଅଭିଯୋଗ କରିଛନ୍ତି। ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କପିଲ ଶର୍ମାଙ୍କୁ ଟ୍ରୋଲ୍‌ କରାଯାଉଛି।

Advertisment

ତେବେ ଏହି ବିବାଦ ମଧ୍ୟରେ ଅନୁପମ ଖେରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅନୁପମ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମର ପ୍ରମୋସନ ନ କରେଇଦେବାର କାରଣ ଦର୍ଶାଇଛନ୍ତି। ଏହି ଭିଡିଓକୁ କପିଲ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯେଉଁଥିରେ ସେ ଅନୁପମ ଖେରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ଭିଡିଓରେ ଅନୁପମ ଖେର ଏମିତି କିଛି କହିଛନ୍ତି ଯେ ଯାହାକୁ ନେଇ କପିଲ ଶର୍ମା ପୁଣି ଫସିଯାଇଛନ୍ତି।

କପିଲ ଶର୍ମା ଅନୁପମ ଖେରଙ୍କ ସାକ୍ଷାତକାରର ଏହି ଭିଡିଓକୁ ଟ୍ୱିଟରରେ ପୋଷ୍ଟ୍‌ କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓକୁ ରିଟ୍ୱିଟ୍‌ କରି ଅନୁପମ ଖେର ଲେଖିଛନ୍ତି, “ପ୍ରିୟ କପିଲ, ତୁମେ ପୂରା ଭିଡିଓ ପୋଷ୍ଟ କରିଥାନ୍ତ ଭଲା। ଅଧା ସତ ନୁହେଁ। ପୂରା ଦୁନିଆ ସେଲିବ୍ରେଟ୍ କରୁଛି। ତୁମେ ମଧ୍ୟ ଆଜି ରାତିରେ ସେଲିବ୍ରେଟ୍ କରିଛ। ପ୍ରେମ ଏବଂ ପ୍ରାର୍ଥନା ସବୁବେଳେ ତୁମ ପାଇଁ।” ଅନୁପମ ଖେରଙ୍କ ଏହି ଟ୍ୱିଟ୍‌ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ଏହି ଟ୍ୱିଟ୍‌ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଅନୁପମ ଖେର ଏହି ଭିଡିଓରେ କହିଛନ୍ତି ଯେ ସେ 'କପିଲ ଶର୍ମା ଶୋ'ରେ ତାଙ୍କର ଏହି ଫିଲ୍ମକୁ ପ୍ରମୋସନ କରିବାକୁ ଚାହୁଁ ନଥିଲେ। କାରଣ ‘ଦି କପିଲ ଶର୍ମା ଶୋ’ ଏକ କମେଡି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହା ଏକ ଗମ୍ଭୀର ଫିଲ୍ମ।

ଅନୁପମ ଖେର ଆହୁରି ମଧ୍ୟ କହିଛନ୍ତି ଯେ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍‌କୁ ଦୁଇ ମାସ ପୂର୍ବରୁ ଶୋ’ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ମୁଁ ମୋର ମ୍ୟାନେଜର୍‌ ହରମାନ୍‌ଙ୍କୁ କହିଥିଲି ଯେ ଏହି ଫିଲ୍ମ ଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ନିର୍ମିତ। ତେଣୁ ମୁଁ ଏହି ଶୋ’କୁ ଯାଇ ପାରିବି ନାହିଁ। ଆମେ ହିଁ ଏକ କମେଡି ଟକ୍ ଶୋ’ରେ ‘ଦ କାଶ୍ମୀର ଫାଇଲ୍ସ’କୁ ପ୍ରମୋଟ୍ କରିବାକୁ ମନା କରିଥିଲୁ।

ଏହି ଭିଡିଓ ପୋଷ୍ଟ କରିବା ସହିତ କପିଲ ଶର୍ମା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ମୋ ବିରୁଦ୍ଧରେ ଉଠୁଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସ୍ପଷ୍ଟ କରିଥିବାରୁ ଧନ୍ୟବାଦ ପାଜୀ (ଅନୁପମ ଖେର)। ଏବଂ ସେହି ସବୁ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ସତ ନ ଜାଣି ମୋତେ ଏତେ ପ୍ରେମ ଦେଇଛନ୍ତି। ଖୁସି ରୁହ, ହସିହସି ଜୀଅ।

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ହଇଚଇ ଖେଳେଇ ଦେଇଛି। ଏହି ଫିଲ୍ମଟି ମାତ୍ର ୧୪ କୋଟି ବଜେଟ୍‌ରେ ନିର୍ମିତ ହୋଇଛି କିନ୍ତୁ ରୋଜଗାର ଦୃଷ୍ଟିରୁ ଏହା ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମଟି ମାତ୍ର ଚାରି ଦିନ ମଧ୍ୟରେ ମୋଟ ୪୩.୧୫-୪୫.୧୫ କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ଆଗକୁ ଏହା ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

The Kapil Sharma Show Bollywood Anupam Kher
Advertisment
Advertisment