Varsha - Anubhav
ବର୍ଷା-ଅନୁଭବ ପାରିବାରିକ ବିବାଦର ଶୁଣାଣି ବେଳେ ଆଜି କଟକ ଫ୍ୟାମିଲି କୋର୍ଟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ଅନୁଭବ ଙ୍କ ଓକିଲଙ୍କ କେତେକ ପ୍ରଶ୍ନ ଉପରେ ଆପତ୍ତି ଉଠାଇଥିଲେ ବର୍ଷା । ତାଙ୍କୁ ଏମିତି ପ୍ରଶ୍ନ ପଚରା ଯାଇପାରିବନି ବୋଲି ସେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିବା ଭଳି ପ୍ରଶ୍ନ କରାଯାଇପାରିବନି ବୋଲି କହିଥିଲେ । ଏହା ଛଡ଼ା ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ଦେଖାଦେଇଥିଲା ବିବାଦ । ତେଣୁ ଆଜି ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ସଂପୂର୍ଣ୍ଣ ହୋଇପାରିନି । ଆସନ୍ତାକାଲି ପୁଣି ସାକ୍ଷ୍ୟ ଗ୍ରହଣ ହେବ । ସ୍ୱାମୀ-ସ୍ତ୍ରୀଙ୍କ ବିବାଦ ନେଇ ଆଜି କୋର୍ଟରେ ଶୁଣାଣି ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656942710.jpg)