Advertisment

Anubhab Mohanty: ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଉନ୍ମୋଚିତ

ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

anubhab

anubhab

Advertisment

ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ବାୟୋଗ୍ରାଫି ବା ଆତ୍ମଜୀବନୀ ଜାଗୃତି ଶୁକ୍ଳାଙ୍କ ଦ୍ଵାରା ରଚିତ ଓ ସ୍ୱର୍ଗତଃ ଅସ୍ତିତ୍ବ ଏହାର ସହ ଲେଖକ ରହିଛନ୍ତି। ଏହି ପୁସ୍ତକର ଓଡିଆ ସଂସ୍କରଣକୁ ମାନସ ପଢିଆରୀ ଲେଖିଛନ୍ତି ।

Advertisment

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତା ଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡିଶା ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠାର କାହାଣୀ ଦେଖିବାକୁ ମିଳିବ। ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଏକ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅଟେ ଯାହାଙ୍କ ବିରାସତ ତାଙ୍କୁ ପ୍ରେରିତ କରିଆସୁଛି ।

Advertisment

ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଓ ସାହିତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ରାଜନେତା ଓ ପ୍ରଶଂସକମାନେ ଅଂଶଗ୍ରହଣ କରିଥିଲେ। ହୃଦୟସ୍ପର୍ଶୀ ଅଭିଭାଷଣ, ଆଲୋଚନା ଓ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତାଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଏହି ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଖୁସି ଜାହିର କରିଛନ୍ତି ଅନୁଭବ। ଏହି ପୁସ୍ତକ ତାଙ୍କ ହୃଦୟର ଅତ୍ୟନ୍ତ ନିକଟତର ବୋଲି କହିଛନ୍ତି ଅନୁଭବ। ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ ଅଟେ । ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ।

ଅଧିକ ପଢନ୍ତୁ: ଘର ୱାପସୀ କଲେ ସୁର ରାଉତରାୟ

Anubhab Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ