• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାଜକୀୟ ଦୁଲହୁନ୍ ଲୁକ୍‌ରେ ଅଙ୍କିତା

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଦୀର୍ଘ ଦିନର ପ୍ରେମିକା ବିକି ଜୈନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ବିବାହ ବେଦୀରେ ଉଭୟ ସାତ ଫେରା ନେଇ ଜୀବନସାରା ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ନେଇଛନ୍ତି ସାତ ଫେରା । 

ଅଙ୍କିତାଙ୍କ ପ୍ରଶଂସକଙ୍କ ସହ ସେଲିବ୍ରେଟମାନେ ଉଭୟଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅଙ୍କିତା ବଧୂ ବେଶରେ ଏକ ରାଜକୀୟ ଲୁକ୍ ରେ ନଜର ଆସିଥିଲେ । ଅଙ୍କିତା ବାହାଘରେ ସୁନେଲି ରଙ୍ଗର ଏକ ଭାରୀ ଲେହେଙ୍ଗା ପିନ୍ଧିଥିଲେ । ଏହଛଡ଼ା ଲେହେଙ୍ଗା ସହିତ ଭାରୀ ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଭିକି ମଧ୍ୟ ଗୋଲ୍ଡେନ୍ ସେରୱାନୀରେ ବହୁତ ସୁନ୍ଦର ଦେଖା ଯାଉଥିଲେ ।

Ankita weddingAnkita wedding

ସୂଚନା ଅନୁସାରେ ଅଙ୍କିତା-ଭିକିଙ୍କ ବିବାହ ପୂର୍ବରୁ ପ୍ରି-ୱେଡିଂ,ମେହେନ୍ଦୀ, ହଲଦୀ ଏବଂ ସଂଗୀତ ସମାରୋହର ଆୟୋଜନ କରାଯାଇଥିଲା, ଯାହାର ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା । ଅଙ୍କିତାଙ୍କ ନିର୍ବନ୍ଧ ଭିଡିଓରେ ଅଙ୍କିତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ରାବତା’ର ଗୀତ ଶୁଣିବାକୁ ମିଳିଥିଲା। ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା ।

Ankita weddingAnkita wedding

ସୂଚନା ଅନୁଯାୟୀ ମୁମ୍ବାଇରେ ଅଙ୍କିତା ଓ ଭିକିଙ୍କ ରୟାଲ ବିବାହ ଆୟୋଜିତ ହୋଇଛି। ଏହି ବିବାହରେ ବଲିଉଡ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଟେଲିଭିଜନ ଷ୍ଟାରମାନେ ଯୋଗ ଦେଇଥିଲେ । କଙ୍ଗନା ରଣାୱତଙ୍କୁ ମଧ୍ୟ ଅଙ୍କିତା ନିଜ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ପୂର୍ବରୁ କଙ୍ଗନା ଅଙ୍କିତାଙ୍କ ସଙ୍ଗୀତ ସେରିମୋନିରେ ମଧ୍ୟ ଯୋଗ ଦେଇଥିଲେ।

Ankita weddingAnkita wedding

୨୦୧୮ରୁ ଅଙ୍କିତା ଓ ଭିକି ପରସ୍ପରକୁ ଡେଟ୍‌ କରୁଛନ୍ତି। ଭିକି ଜୈନ୍ ପେଶାରେ ଜଣେ ବିଜ୍‌ନେସ ମ୍ୟାନ୍। ଭିକିଙ୍କ ପୂର୍ବରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ୮ ବର୍ଷ ଧରି ସମ୍ପର୍କରେ ଥିଲେ ଅଙ୍କିତା । ପବିତ୍ର ରିସ୍ତାରେ ଅଙ୍କିତା ଓ ସୁଶାନ୍ତଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସରିଏଲରୁ ହିଁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।