Advertisment

ଆଜି ହାତକୁ ଦି’ହାତ ହେବେ ଅନନ୍ତ-ରାଧିକା; ଜାଣନ୍ତୁ ବିବାହରେ ଅତିଥିଭାବେ କେଉଁମାନେ ଯୋଗଦେବେ

ଆଜି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପରସ୍ପରକୁ ସାତ ଜନମ ପାଇଁ ସାଥୀ କରିବେ। ଅନନ୍ତ ଏବଂ ରାଧିକା ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ୍ ସେଣ୍ଟରରେ ବିବାହ କରିବେ। ଏଥିରେ ବଡ ବଡ ସେଲିବ୍ରିଟିମାନେ ଯୋଗଦେବେ। ଜାଣନ୍ତୁ ସେମାନଙ୍କ ତାଲିକା।

author-image
Pramod Behera
ଅଦ୍ୟତନ ହୋଇଛି
Anant ambani radhika merchant wedding see guest list

Anant ambani radhika merchant wedding see guest list

ଆଜି ଅର୍ଥାତ୍ ୧୨ ଜୁଲାଇରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପରସ୍ପରକୁ ସାତ ଜନମ ପାଇଁ ସାଥୀ କରିବେ। ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ଏହି ବିବାହ ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ଅନନ୍ତ ଏବଂ ରାଧିକା ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ୍ ସେଣ୍ଟରରେ ବିବାହ କରିବେ।

Advertisment

ବିବାହ ପରେ ୧୩ ଜୁଲାଇରେ ଶୁଭ ଆଶୀର୍ବାଦ ସମାରୋହ ଏବଂ ୧୪ ଜୁଲାଇରେ ମଙ୍ଗଳ ଉତ୍ସବ ବା ରିସେପସନ୍ ସହିତ ଏହା ସମାପ୍ତ ହେବ। ଅତିଥି ତାଲିକାରେ ହଲିଉଡ୍‌ ଏବଂ ବଲିଉଡ୍‌ର ସେଲିବ୍ରିଟି, କ୍ରୀଡା ବ୍ୟକ୍ତିତ୍ୱ ଏବଂ ରାଜନେତାମାନେ ସାମିଲ ହେବେ।

ଏହି ବିବାହରେ ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ଆମୀର ଖାନ,  ରଜନୀକାନ୍ତ, ପ୍ରିୟଙ୍କା ଚୋପ୍ରା, ବଚ୍ଚନ ପରିବାର, କପୁର ପରିବାର, ଭିକି କୌଶଲ, ସାହିଦ କପୁର ଏବଂ ଅନ୍ୟାନ୍ୟ ହିନ୍ଦୀ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ଯୋଗଦେବେ ବୋଲି ଆଶା କରାଯାଏ।

Advertisment

ଅନେକ ସଂଗୀତକାର ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଏହି ବିବାହରେ ସାମିଲ ହେବେ। ଭାରତୀୟ ସେଲିବ୍ରିଟିଙ୍କ ବ୍ୟତୀତ ଅମ୍ବାନୀ ପରିବାର ମଧ୍ୟ ଆନ୍ତର୍ଜାତୀୟ ସେଲିବ୍ରିଟି ତଥା ରାଜନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ତେବେ ଆସନ୍ତୁ ଦେଖିବା ଅତିଥି ତାଲିକାରେ ଆଉ ନାମୀଦାମୀ ଅତିଥି ଅଛନ୍ତି ।

ଭାରତର ବହୁ ପ୍ରସିଦ୍ଧ ରାଜନେତା ଅନନ୍ତ-ରାଧିକାଙ୍କ ବିବାହରେ ଯୋଗଦେବେ। ଏହି ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଶିବରାଜ ସିଂହ ଚୌହାନ, ଯୋଗୀ ଆଦିତ୍ୟନାଥ, ମମତା ବାନାର୍ଜୀ, ଏମ.କେ ଷ୍ଟାଲିନ, ଏକନାଥ ସିନ୍ଧେ, ଏନ ଚନ୍ଦ୍ରବାବୁ ନାଇଡୁ, ରାମନାଥ କୋବିନ୍ଧ, ଉଦ୍ଧବ ଠାକରେ, ସଲମାନ ଖୁର୍ସିଦ, ଦିଗ୍‌ବିଜୟ ସିଂହ, ସଚିନ୍ ପାଇଲଟ , ଅଖିଳେଶ ଯାଦବ ଏବଂ ଶରଦ ପାୱାରଙ୍କ ନାଁ ରହିଛି।

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ତାରକାମାନେ ଅମ୍ବାନୀ ପରିବାରର ଏହି ବିବାହରେ ସାମିଲ ହେଉଥିବା ବେଳେ ଏହି ତାଲିକାରେ କିମ୍‌ ଏବଂ ଖ୍ଲୋଏ କାର୍ଦଶିୟାନ୍, ମାଇକ୍ ଟାଇସନ୍, ଜନ୍ ସିନା, ନିକ୍‌ ଜୋନସ୍, ଆଲିଆ ଭଟ୍ଟ, ଜାହ୍ନଭୀ କପୁର, ସାରା ଅଲି ଖାନ ଏବଂ ହନି ସିଂହ ଅନ୍ତର୍ଭୁକ୍ତ।

ବିଶ୍ୱର ଅନେକ ବଡ ବଡ ନେତା ମଧ୍ୟ ଅନନ୍ତ-ରାଧିକାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ଏହି ବିବାହରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର, ଫିଫା ଅଧ୍ୟକ୍ଷ ଜିୟାନୀ ଇନଫାଣ୍ଟିନୋ, ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ଜନ୍ କେରି, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାର୍ପର୍, ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ନାସିଦ୍, ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ, ଅଷ୍ଟ୍ରିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ କୁର୍ଜ ଏବଂ ଅନ୍ୟାନ୍ୟ ବହୁ ବଡ ବଡ ନେତା ଏଥିରେ ସାମିଲ ହେବେ।

ଏହି ବ୍ୟକ୍ତିମାନଙ୍କ ସହିତ ଭାରତ ତଥା ବିଦେଶର ବଡ ବଡ ଶିଳ୍ପପତି ଏବଂ କମ୍ପାନୀ ମାଲିକମାନେ ମଧ୍ୟ ଏହି ବିବାହର ଏକ ଅଂଶ ହେବେ, ଯେଉଁଥିରେ ସାମ୍‌ସଙ୍ଗ୍‌ର ଚେୟାରମ୍ୟାନ୍ ଜେ ଲୀ ପରି ଅନେକ ବଡ ନାମ ରହିଛି।

Mukesh Ambani Anant Ambani
Advertisment
Advertisment