• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜୟ, ବିଗ୍ ବି, ସେହନଶା..ନାଁ ଅନେକ ପରିଚୟ ଗୋଟିଏ ଅମିତାଭ୍ ବଚ୍ଚନ । ଶତାବ୍ଦୀର ମହାନାୟକ, ଅଭିନୟ ତାଙ୍କଠୁ ଆରମ୍ଭ ଆଉ ତାଙ୍କରି ପାଖରେ ଶେଷ । ଭାରତୀୟ ସିନେମାର ଏକମାତ୍ର ଷ୍ଟାର୍ ଯିଏ ସବୁ ଭୂମିକାରେ ହିଟ୍ ଆଉ ଫିଟ୍ । ଆଜି ତାଙ୍କୁ ୮୧ ବର୍ଷ ହୋଇଛି, ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ମୁମ୍ବାଇ ଜଲସା ଘର ସମ୍ମୁଖରେ ଶତାଧିକ ଫ୍ୟାନ । କିଏ ହାତରେ କାର୍ଡ, କେକ୍ ଏବଂ ଫୁଲ୍ ଧରି ଶୁଭେଚ୍ଛା ଜଣାଇବାକୁ ଆସିଛନ୍ତି । 

ଆଉ ଷ୍ଟାର୍ କେମିତି ଫ୍ୟାନ୍ ଙ୍କ ବିନା ରହି ପାରିବ ଯେ, ଖୋଦ୍ ବଚ୍ଚନ ମଧ୍ୟରାତ୍ରିରେ ଘର ବାହାରକୁ ଆସି ନିଜ ପ୍ରଶଂସକଙ୍କୁ ଭେଟିଛନ୍ତି । ଆଜି ଦେଶର ବିଭିନ୍ନ ସ୍ଥାନରେ ବଚ୍ଚନଙ୍କ ଜନ୍ମଦିନକୁ ନେଇ ସେଲିବ୍ରେସନ୍ କରୁଛନ୍ତି ସିନେ ପ୍ରେମୀ ।

ସେ ମହାନାୟକ, ସେ ସେହେନଶା, ସେ ଯେଉଁଠି ଛିଡ଼ା ହୁଅନ୍ତି ଲାଇନ୍ ସେଇଠୁ ଆରମ୍ଭ ହୁଏ । କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବି ତାଙ୍କରି ପାଖରେ। କଥା ଏମିତି ଯାହା ଡାଇଲଗ୍ ହୋଇଯାଏ, ଷ୍ଟାଇଲ୍ ଏମିତି ଯାହା ଆଇକନିକ୍ ବନିଯାଏ । ଭାରତୀୟ ସିନେମାର ଏହି ମହାନାୟକ ଆଜି ୮୧ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୯୬୯ରେ ସାତ ହିନ୍ଦୁସ୍ତାନୀରୁ ଡେବ୍ୟୁ କରିଥିବା ଅମିତାଭ୍ ସେତେବେଳେ ବି ଯେମିତି ଥିଲେ ଆଜି ବି ସେମିତି । ଦମଦାର ଡାଇଲଗ୍, ହାଇଭୋଲଟେଜ୍ ଫାଇଟ୍, ଆଉ ତାଙ୍କ ବେଫିକର୍ ଅନ୍ଦାଜ୍ ତାଙ୍କୁ ଅନ୍ୟ ଅଭିନେତାଙ୍କଠୁ ତାଙ୍କୁ କରିଛି ଭିନ୍ନ ।

୧୯୪୨ ମସିହା ଆଲ୍ଲାହାବାଦ୍‌ରେ ପ୍ରସିଦ୍ଧ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଜନ୍ମ ହୋଇଥିଲେ ଅମିତାଭ । ଦିନେ ନିଜ ଭଏସ୍ ପାଇଁ ରେଡିଓରୁ ରିଜେକ୍ଟ ହୋଇଥିଲେ, ଲମ୍ବା ଉଚ୍ଚତା ଯୋଗୁଁ ଅଭିନୟରୁ ବାଦ୍ ପଡ଼ିଥିଲେ ହେଲେ କିଏ ଜାଣିଥିଲା ସେହି ବ୍ୟକ୍ତି ଦିନେ ପୁରା ଭାରତୀୟ ଫିଲ୍ମ ଜଗତ ଉପରେ ରାଜ୍ କରିବ ବୋଲି । ଅନ୍ ସ୍କ୍ରିନ୍‌ର ବିଜୟ ନିଜ କ୍ୟାରିୟରେ ଏହାକୁ ପ୍ରମାଣିତ କରିଛନ୍ତି । କାଲାପଥରର ବିଜୟ ହେଉ ଅବା ଶୋଲେର ବୀରୁ, ନଟୱର୍ ଲାଲ୍ ହେଉ ଅବା ସରକାର୍..ଆକ୍ସନ, କମେଡି, ଟ୍ରାଜେଡି, ଡ୍ୟାନ୍ସ ସିନେମାର ସବୁ ସେଡ୍, ସବୁ ଚରିତ୍ରରେ ସେ ପରଫେକ୍ଟ । ତାଙ୍କ ଜୋସ୍, ଜଲୱାକୁ ଦେଖିଲେ ଲାଗେ ବୟସ ଯେପରି ତାଙ୍କ ଆଗରେ ଏକ ସଂଖ୍ୟା ମାତ୍ର ।

ବିଗ୍‌ ବି ଗୋଟିଏ ମାତ୍ର ଅଭିନେତା ଯିଏ ୬୦ ଦଶକରୁ ଆଜି ଯାଏଁ ସିନେମାର ପୋଷ୍ଟର୍ ବୟ୍, ଟିଭି ଶୋ’ର ମୁଖ୍ୟ ଆକର୍ଷଣ, ଓଟିଟିର ପରିଚୟ । ବଚ୍ଚନ ନିଜ ଜୀବନରେ ଦେଖିଛନ୍ତି ଅନେକ ଜୁଆର ଭଟ୍ଟା । ଆଉ ପ୍ରତଟି ପରିସ୍ଥିତିର ମୁକାବିଲା  ତାଙ୍କୁ ନୂଆ ପରିଚୟ ଦେଇଛି, ଆଉ ଅଧିକ ସଫଳ କରାଇଛି । ଅମିତାଭଙ୍କ ଜନ୍ମଦିନରେ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ ।